ETV Bharat / bharat

ଯୌନ ନିର୍ଯାତନା ଅଭିଯୋଗ ପରେ ପଦ ଛାଡିଲେ ହରିୟାଣା କ୍ରୀଡାମନ୍ତ୍ରୀ

author img

By

Published : Jan 1, 2023, 5:58 PM IST

ହରିୟାଣାରେ ଯୌନ ନିର୍ଯାତନା ଅଭିଯୋଗ ପରେ ପଦ ଛାଡିଲେ କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂ (Sex Harassment Case against Haryana Minister) ଛବି ଖରାପ କରିବା ପାଇଁ ଉଦ୍ୟମ ବୋଲି କଲେ ପାଲଟା ଅଭିଯୋଗ । ଜଣେ ମହିଳା କ୍ରୀଡା ପ୍ରଶିକ୍ଷିକା ଆଣିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ

ପଦ ଛାଡିଲେ ହରିୟାଣା କ୍ରୀଡାମନ୍ତ୍ରୀ
ପଦ ଛାଡିଲେ ହରିୟାଣା କ୍ରୀଡାମନ୍ତ୍ରୀ

ହାଇଦ୍ରାବାଦ: ହରିୟାଣା ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି (Sex Harassment Case against Haryana Minister)। ଜଣେ କନିଷ୍ଠ ମହିଳା କ୍ରୀଡା ପ୍ରଶିକ୍ଷିକାଙ୍କ ଅଭିଯୋଗକ୍ରମେ ଚଣ୍ଡିଗଡ ପୋଲିସ ସନ୍ଦୀପଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମନ୍ତ୍ରୀଙ୍କ ବିରୋଧରେ ଜଣେ ଜୁନିଅର କ୍ରୀଡା ପ୍ରଶିକ୍ଷିକା ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ସନ୍ଦୀପ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ତାଙ୍କ ଛବି ଖରାପ କରିବା ଲାଗି ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି ଦର୍ଶାଇଛନ୍ତି (Haryana Minister Gives Up Sports Portfolio)।

ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂ କହିଛନ୍ତି, "ଏହା ମୋ ଛବି ଖରାପ କରିବା ପାଇଁ ଏକ ଉଦ୍ୟମ । ତଦନ୍ତରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ନେଇ ମୁଁ ଆଶାବାଦୀ ରହିଛି । ମୁଁ କ୍ରୀଡାମନ୍ତ୍ରୀ ଭାବେ ମୋର ପୋର୍ଟଫୋଲିଓ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିସାରିଛି । ଯେପର୍ଯ୍ୟନ୍ତ ଏହି ଅଭିଯୋଗର ତଦନ୍ତ ଶେଷ ନହୋଇଛି ମୁଁ ମୋର ପୋର୍ଟଫୋଲିଓ ଗ୍ରହଣ କରିବି ନାହିଁ ।"

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା ଅନ୍ୟଏକ ରାଜନୈତିକ ଦଳର ପାର୍ଟି ଅଫିସରେ ଏନେଇ ଏକ ପ୍ରେସମିଟ କରିଥିଲେ । ସେ ଏଥିରେ ମନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ନିବେଦନ ମଧ୍ୟ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଗତବର୍ଷ (2022)ରେ ଏକାଧିକ ଥର ମନ୍ତ୍ରୀ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ଫେବୃଆରୀରୁ ନଭେମ୍ବର ମଧ୍ୟରେ ମନ୍ତ୍ରୀ ତାଙ୍କୁ ସୋସିଆଲ ମିଡିଆରେ ବାରମ୍ବାର ଆପତ୍ତିଜନକ ମେସେଜ ପଠାଇଛନ୍ତି । କ୍ରୀଡା ସମ୍ପର୍କିତ କିଛି କାମ ପେଣ୍ଡିଂ ରହିଥିବା ଦର୍ଶାଇ ମନ୍ତ୍ରୀ ତାଙ୍କୁ ଦେଖା କରିବା ପାଇଁ ମଧ୍ୟ ବାରମ୍ବାର ଡାକିଛନ୍ତି । ତେବେ ମନ୍ତ୍ରୀଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ସେ ସାମାଜିକ ଗଣମାଧ୍ୟମର ବ୍ୟବହାର ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିବା କହିଥିଲେ ଅଭିଯୋଗକାରୀ ।

ଅଭିଯୋଗକୁ ନେଇ ହରିୟାଣାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଘଟଣାକୁ ନେଇ ସରକାରଙ୍କୁ ଘେରିବା ସହ ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏହାରି ମଧ୍ୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତଦନ୍ତରେ ସବୁ ସ୍ପଷ୍ଟ ହେବ ବୋଲି ଇସ୍ତଫା ଦେଇଥିବା ମନ୍ତ୍ରୀ ସନ୍ଦୀପ ସିଂ କହିଛନ୍ତି । ନୈତିକତା ଦୃଷ୍ଟିରୁ ସେ ତାଙ୍କ ପୋର୍ଟଫୋଲିଓ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ଓ ତଦନ୍ତ ଶେଷ ନହେବା ଯାଏ ତାହା ସେ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଅଭିଯୋଗ ଆସିଥିବା ସନ୍ଦୀପ ସିଂ ମଧ୍ୟ ଜଣେ ପୂର୍ବତନ କ୍ରୀଡାବିତ । ସେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ମଧ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.