ETV Bharat / bharat

ଜୁଲାଇ 5 ଯାଏଁ ହରିୟାଣାରେ ବଢିଲା ଲକଡାଉନ

author img

By

Published : Jun 27, 2021, 5:33 PM IST

ଜୁଲାଇ 5 ତାରିଖକୁ ଲକଡାଉନ ଅବଧି ବଢାଇଲା ହରିୟାଣା ସରକାର । ଡେଲ୍ଟା ପ୍ଲସ ଭାରିଏଣ୍ଟ ମୁକାବିଲା ପାଇଁ ସତର୍କତା ସ୍ବରୁପ ପଦକ୍ଷେପ ନେଲା ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଜୁଲାଇ 5 କୁ ବଢିଲା ହରିୟାଣାରେ ଲକଡାଉନ
ଜୁଲାଇ 5 କୁ ବଢିଲା ହରିୟାଣାରେ ଲକଡାଉନ

ଚଣ୍ଡିଗଡ: ପୁଣି ହରିୟାଣାରେ ବଢିଲା ଲକଡାଉନ ଅବଧି । ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଜୁଲାଇ 5 ତାରିଖ ଯାଏ ଲକଡାଉନ ଅବଧିକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛି ହରିୟାଣା ସରକାର । କିନ୍ତୁ ବର୍ତ୍ତମାନ ଜାରି କରାଯାଇଥିବା ଲକଡାଉନରେ ପୂର୍ବାପେକ୍ଷା କଟକଣାରେ ସାମାନ୍ୟ କୋହଳ କରାଯାଇଛି ।

ଏହି ଅବଧି ମଧ୍ୟରେ ରାଜ୍ୟରେ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବିଶ୍ବବିଦ୍ୟାଳୟ ମାନଙ୍କରେ ରିସର୍ଚ୍ଚ ପାଠ୍ୟକ୍ରମ, ପ୍ରାଟିକାଲ ପାଠ୍ୟକ୍ରମ ଓ ଲାବରୋଟେରୀ ଇତ୍ୟାଦି ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ରାଜ୍ୟରେ ସୁଇମିଙ୍ଗ ପୁଲ ଓ ଜିମ ଆଦି ପୂର୍ବପରି ବନ୍ଦ ରହିବ । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଆସୁଥିବା ସମସ୍ତ ଅଙ୍ଗନାଓ୍ବାଡି କେନ୍ଦ୍ର 31 ତାରିଖ ଯାଏ ବନ୍ଦ ରହିବ । ପରେ ସ୍ଥିତି ଉପରେ ବିଚାର କରି ଖୁବଶିଘ୍ର ସମ୍ପୃକ୍ତ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ।

ହରିୟାଣାରେ ବର୍ତ୍ତମାନ କୋରୋନା ସଂକ୍ରମଣ ହାର ହ୍ରାସ ପାଇଥିବାରୁ ରାଜ୍ୟ ସରକାର ବିଭିନ୍ନ କଟକଣା ହ୍ରାସ କରିବା ସହ ବିଭିନ୍ନ ସଂସ୍ଥା ଖୋଲିବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ମାତ୍ର କିଛି ଦିନର ବ୍ୟବଧାନରେ କୋଭିଡ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ସଂକ୍ରମଣ ମାମଲା ସମସ୍ତଙ୍କୁ ଚିନ୍ତିତ କରିଥିବାବେଳେ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି କିଛି ରାଜ୍ୟ । ଏହି କ୍ରମରେ ସାମିଲ ହୋଇଛି ହରିୟାଣା । ଡେଲ୍ଟା ପ୍ଲସର ମୁକାବିଲା ପାଇଁ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ହରିୟାଣା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.