ଚଣ୍ଡିଗଡ: ହରିୟାଣା ସରକାର ଜିତିଲେ ଆସ୍ଥା । ସରକାରଙ୍କ ସପକ୍ଷରେ 55 ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 32 ଭୋଟ । କଂଗ୍ରେସ ଆଣିଥିଲା ଅବିଶ୍ବାସ ପ୍ରସ୍ତାବ । ହରିୟାଣାରେ ଚାଲିଛି ବିଜେପି-ଜେଜେପିର ମେଣ୍ଟ ସରକାର ।
ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ବିଜୟ ହାସଲ କରିଛନ୍ତି ହରିୟାଣାର ଖଟ୍ଟର ସରକାର । ଅନାସ୍ଥା ପ୍ରସ୍ତାବ ସପକ୍ଷରେ 32ଟି ଭୋଟ ପଡିଥିବା ବେଳେ ବିପକ୍ଷରେ 55 ଭୋଟ ପଡିଛି । ବିଧାନସଭାରେ କଂଗ୍ରେସର 30 ବିଧାୟକ ଅଛନ୍ତି ।
ମତଦାନ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଉପରେ ବୟାନ ଦେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଏହି ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସକୁ ଧନ୍ୟବାଦ । କଂଗ୍ରେସର ମୃଗତୃଷ୍ଣା କେବେ ପୁରା ହୋଇପାରିବ ନାହିଁ ।
ଖଟ୍ଟର କହିଛନ୍ତି, ଅନାସ୍ଥା ପ୍ରସ୍ତାବ କଂଗ୍ରେସର ସଂସ୍କୃତି । ଯେବେ ଦଳ ନିର୍ବାଚନରେ ହାରିଯାଏ, ସେବେ ତା'ର ଇଭିଏମ ଉପରୁ ବିଶ୍ବାସ ଉଠିଯାଏ । ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗନ୍ତି । ଯଦି କଂଗ୍ରେସ କ୍ଷମତାରେ ରୁହେ, ସବୁ ଠିକ ଆଉ ଯେବେ ବିଜେପି କ୍ଷମତାରେ ରୁହେଁ ସବୁ ଭୁଲ ହୋଇଯାଏ ବୋଲି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଖଟ୍ଟର ।
ଏହାପୂର୍ବରୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିଜେପି-ଡେଜେପି ମେଣ୍ଟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା । ଏହି ସମୟରେ ବିରୋଧୀ ଦଳର ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି, କ୍ଷମତାସୀନ ଦଳ ଜନସାଧାରଣଙ୍କର ବିଶ୍ବାସ ହରାଇଛି ।