ETV Bharat / bharat

ବୋର୍ଡ ପରୀକ୍ଷା ପାଇଁ ଶିକ୍ଷା ବିଭାଗର ଚିନ୍ତା, ମନ୍ଦିର ମସଜିଦ୍‌ର ମାଇକ୍‌ରେ ଉଠିବେ ଛାତ୍ରଛାତ୍ରୀ

author img

By

Published : Dec 23, 2022, 10:57 PM IST

ହରିୟାଣାର ଶିକ୍ଷା ବିଭାଗ ଦଶମ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ଏକ ନୂଆ ଓ ନିଆରା ପଦକ୍ଷେପ ନେଇଛି । ଭୋର ୪.୩୦ରେ ଧାର୍ମିକ ସ୍ଥଳରୁ ମାଇକ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ବ୍ୟବସ୍ଥା କରାଯିବ । ଅଧିକ ପଢ଼ନ୍ତୁ

haryana education-department-to-make-announcements

ଚଣ୍ଡିଗଡ଼: ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍‌ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ । ପରୀକ୍ଷାରେ ଛାତ୍ରଛାତ୍ରୀ ଯେଭଳି ଭଲ ଲେଖିବେ ସେଥିପ୍ରତି ଧ୍ୟାନ ଦେଇଛି ଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ନୂଆ ତରିକା ଖୋଜି ବାହାର କରାଯାଇଛି । ସକାଳ ୪.୩୦ ବେଳେ ସମସ୍ତ ଧାର୍ମିକ ସ୍ଥଳରୁ ମାଇକ୍‌ରେ ଡାକିବାକୁ ସ୍ଥିର କରାଯାଇଛି ।

ବୋର୍ଡ ପରୀକ୍ଷା ପାଇଁ ଶିକ୍ଷା ବିଭାଗର ଚିନ୍ତା
ବୋର୍ଡ ପରୀକ୍ଷା ପାଇଁ ଶିକ୍ଷା ବିଭାଗର ଚିନ୍ତା

ଏହାପରେ ୫ଟା ସୁଦ୍ଧା ପାଠପଢ଼ା ଆରମ୍ଭ କରି ପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଯେଭଳି ୫.୧୫ ସୁଦ୍ଧା ପାଠ ପଢ଼ିବେ ସେଥିପାଇଁ ତଦାରଖ କରିବେ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ ତଦାରଖ କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀ ଅନ୍ୟୁନ ତିନି ଘଣ୍ଟା ପାଠ ପଢ଼ି ପାରିବେ ବୋଲି କହିଛି ବୋର୍ଡ । ପ୍ରାଥମିକ ସ୍ଥରରେ ଏହା କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି ।

ପରୀକ୍ଷାକୁ ଛୁଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶୀତକାଳିନ ଛୁଟି ମିଳିବ ନାହିଁ । ଏହାପରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କ୍ଲାସ୍‌ ଚାଲିବ । ଶିକ୍ଷା ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଅପିଲ୍‌ କରାଯିବ । ଯାହାଦ୍ବାରା ସେମାନେ ଗଆଁରେ ପାଠପଢ଼ା ମାହୋଲ ରଖି ପାରିବେ । ତାସହିତ ଏଠାରେ ଥିବା ଧାର୍ମିକ ସ୍ଥଳରୁ ମାଇକ୍‌ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ବ୍ୟବସ୍ଥା କରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଦୁଇରୁ ତିନି ଘଣ୍ଟା ପାଠ ପଢ଼ିବାକୁ ଅଧିକ ସମୟ ମିଳିବ । ଶିକ୍ଷା ବିଭାଗ ମୁତାବକ ଚଳିତ ବର୍ଷ ହରିୟାଣା ବୋର୍ଡ ପରୀକ୍ଷା ପାଇଁ ଦଶମ ଶ୍ରେଣୀରେ ପ୍ରାୟ ୧.୯୫ ଲକ୍ଷ ଓ ଦ୍ବାଦଶ ଶ୍ରେଣୀରେ ୧.୭୫ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.