ETV Bharat / bharat

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ

author img

By

Published : Oct 22, 2021, 12:41 PM IST

ହରିୟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଗୋଟିଏ ପରିବାରର 8 ମୃତ । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ

ଚଣ୍ଡିଗଡ: ହରିୟାଣାର ଝାଜ୍ଜର ଜିଲ୍ଲାର ବାହାଦୂରଗଡରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର 8 ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଜଣେ ଶିଶୁ ଆହତ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ସମେତ 3 ଜଣ ମହିଳା ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଏକ କାରରେ 11 ଜଣ ବ୍ୟକ୍ତି ଗୁରୁଗ୍ରାମ ଯାଉଥିଲେ । ଏହି ସମୟରେ ବାହାଦୁରଗଡର ବାଦଲି ଏବଂ ଫାରୁଖନଗର ମଧ୍ୟରେ କେଏମପି ଏକ୍ସପ୍ରେସୱେ ରାଜପଥରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ କାରକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 8 ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଅନ୍ୟପଟେ ଦୁର୍ଘଟଣା ପରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।

ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ମୃତଦେହକୁ ଚିହ୍ନଟ ଏବଂ ପୋଷ୍ଟମର୍ଟମ ପାଇଁ ବାହାଦୂରଗଡ ଜେନେରାଲ ହସ୍ପିଟାଲକୁ ପଠାଇଛି । କୁହାଯାଉଛି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଉତ୍ତରପ୍ରଦେଶର ଫିରୋଜାବାଦର ବାସିନ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.