ଝାରଖଣ୍ଡ: ଧାନବାଦରେ ବିଚାରପତିଙ୍କ ମୃତ୍ୟୁ ମାମଲାରେ ଦୋହଲିଯାଇଛି ଦେଶ । ହଜିଯାଇଛି ପୋଲିସ ପ୍ରଶାସନର ନିଦ । ବିଚାରପତିଙ୍କ ମୃତ୍ୟୁ ପଛରେ ବଡ ଷଡଯନ୍ତ୍ରର ଗନ୍ଧ ବାରୁଛି ପୋଲିସ । ମାମଲା ପଛରେ ଯୋଡିହୋଇଛି ଧାରା ୩୦୨ ।
ବୁଧବାର ବୁଧବାର ପ୍ରାତଃଭ୍ରମଣରେ ବାହାରିଥିଲେ ସେସନ ଜଜ ଉତ୍ତମ ଆନନ୍ଦ । ଶୂନଶାନ ସଡକରେ ଅଚାନକ ରଣଧୀର ବର୍ମା ଛକରେ ପଛପଟୁ ବିଚାରପତିଙ୍କୁ ଏକ ଅଟୋ ଧକ୍କା ଦେଇ ହୋଇଯାଇଥିଲା ଫେରାରର । କଣ ଘଟିଥିଲା ସେଦିନ ସକାଳେ ? ବିଚାରପତିଙ୍କ ମୃତ୍ୟୁ ଦୁର୍ଘଟଣା ନାଁ ହତ୍ୟା ? କଣ କହୁଛି ଆକ୍ସିଡେଣ୍ଟ ଓ ମର୍ଡର ମିଷ୍ଟ୍ରୀ ସସପେନ୍ସ ପଛର ଇନସାଇଡଷ୍ଟୋରୀ ।
୨୮ ଜୁଲାଇରେ ଘଟିଥିଲା ଦୁର୍ଘଟଣା
୨୮ ଜୁଲାଇ ସକାଳ । ଶୂନଶାନ ଥିଲା ସହରର ରାସ୍ତା । ଅଚାନକ ଏକ ଅଟୋ ଆସି ପ୍ରାତଃଭ୍ରମଣ କରୁଥିବା ଜଣେ ପଛପଟୁ ଦେଇଥିଲା ଧକ୍କା । ଦୁର୍ଘଟଣା ପରେ ନ ଅଟକି ଆଖି ପିଛୁଳାକେ ଫେରାର ହୋଇଯାଇଥିଲା ଅଟୋ ।
ଝାଡଖଣ୍ଡର ଇଣ୍ଡଷ୍ଟ୍ରିଆଲ ସିଟି ଧାନବାଦରେ ଘଟିଥିଲା ଏହି ଦୁର୍ଘଟଣା । ଯେଉଁ ବ୍ୟକ୍ତି ଜଣଙ୍କୁ ଅଟୋଟି ଧକ୍କା ଦେଇଥିଲା, ସେ କୌଣସି ସାଧାରଣ ବ୍ୟକ୍ତି ନୁହେଁ ଥିଲେ ଜଣେ ବିଚାରପତି, ଯାହାଙ୍କ ନାଁ ହେଉଛି ଉତ୍ତମ ଆନନ୍ଦ । କିଛି ସମୟ ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ବିଚାରପତି ଆନନ୍ଦଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି ।
ମୃତ୍ୟୁ ପରେ ଚାଞ୍ଚଲ୍ୟ
ଜଜ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଖବର ପୁରା ଜିଲ୍ଲାରେ ନିଆଁ ପରି ବ୍ୟାପିଯାଇଥିଲା । ମୁଖ୍ୟ ଜିଲ୍ଲା ଓ ସେସନ ବିଚାରପତି ରାମ ଶର୍ମା, ବିଚାରପତି ଅରବିନ୍ଦ ପାଣ୍ଡେଙ୍କ ସମେତ ତମାମ ଆଇନଜୀବୀ ପହଁଞ୍ଚିଯାଇଥିଲେ ହସ୍ପିଟାଲ । ଧନବାଦ ଏସପିଙ୍କ ସମେତ ଜିଲ୍ଲା ପ୍ରଶାସସନର ବଡ ଅଧିକାରୀ ପହଁଞ୍ଚି ଆରମ୍ଭ କରିଥିଲେ ତଦନ୍ତ ।
ଅଟୋର ରହସ୍ୟ
ଗୋଟିଏ ଅଟୋ ବିଚାରପତିଙ୍କୁ ଧକ୍କା ଦେଇଥିବା ସୁରାକ ପାଇଥିଲା ପୋଲିସ । କାହାର ଥିଲା ଏହି ଅଟୋ ? କିଏ ଚଳାଉଥିଲା ଏହି ଅଟୋ ? ଏହାକୁ ନେଇ ପୋଲିସ ଆରମ୍ଭ କରିଥିଲା ଛାନଭିନ ।
ସିସିଟିଭି କହୁଛି ଷଡଯନ୍ତ୍ରର କଥା
ଘଟଣାସ୍ଥଳର ସିସିଟିଭି କ୍ୟାମେରାକୁ ଖୋଳତାଡ କରିଥିଲା ପୋଲିସ । ଆଉ ହାତରେ ଲାଗିଥିଲା କ୍ୟାମେରା, ଯାହାପରେ ସାମ୍ନାକୁ ଆସିଥିଲା ପୁରା ମାମଲା । ଅଟୋଟି ଜଜଙ୍କୁ ଧକ୍କା ଦେଇ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିବା ସିସିଟିଭିରୁ ସ୍ପଷ୍ଟ ଦେଖିବାକୁ ମିଳୁଛି । ଅଟୋଟି ଧକ୍କା ଦେବା ପରେ କିଛି ଦୂରକୁ ଛିଟ୍କି ପଡିଥିଲେ ଆନନ୍ଦ । ଅଟୋଟି ଜାଣିଶୁଣି ବିଚାରପତି ଆନନ୍ଦଙ୍କୁ ଧକ୍କା ଦେଇଥିବା ସନ୍ଦେହ ପ୍ରକଟ କରୁଛି ।
ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଜଜଙ୍କ ମୃତ୍ୟୁ ମାମଲା ଛିଡା କରିଛି ଅନେକ ପ୍ରଶ୍ନ । ସିସିଟିଭିରେ ଯଦିଓ ଏହା ଏକ ସାମାନ୍ୟ ଦୁର୍ଘଟଣା ଲାଗୁଛି, ହେଲେ ବିଚାରପତିଙ୍କ ପରିବାର ଲୋକେ ଏହାକୁ ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି କରିଛନ୍ତି ଅଭିଯୋଗ ।
ରଞ୍ଜୟ ସିଂହ ହତ୍ୟାକାଣ୍ଡ ସହ ଜଜଙ୍କ ମୃତ୍ୟୁର ଲିଙ୍କ୍ !
6 ମାସ ପୂର୍ବରୁ ଉତ୍ତମ ଆନନ୍ଦ ଧନବାଦ ଅପର ଜିଲ୍ଲା ଓ ସେସନ ଜଜର ଦାୟିତ୍ବ ଗ୍ରହଣ କରିଥିଲେ । ଏହାପୂର୍ବରୁ ବୋକାରୋ ଜିଲ୍ଲା ଓ ସେସନ ବିଚାରପତି ରହିଥିଲେ ଉତ୍ତମ ଆନନ୍ଦ । ବହୁଚର୍ଚ୍ଚିତ ରଞ୍ଜୟ ସିଂହ ହତ୍ୟାକାଣ୍ଡର ଶୁଣାଣି କରୁଥିଲେ ଉତ୍ତମ । ରଞ୍ଜୟ ସିଂହକୁ ଦନବାଦର ବାହୁବଳୀ ନେତା ତଥା ଝରିଆର ପୂର୍ବତନ ବିଧାୟକ ସଞ୍ଜୀବ ସିଂହର ନିକଟତର ବୋଲି ବିବେଚନା କରାଯାଏ । ନିକଟରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଭିନବ ସିଂହ ଓ ଗୁର୍ଗା ରାବି ଠାକୁରର ଜାମିନ ଆବେଦନ ଖାରଜ କରିଥିଲେ ବିଚାରପତି ଆନନ୍ଦ । ତେବେ ଏହି ହତ୍ୟାକାଣ୍ଡ ସହ ବିଚାରପତିଙ୍କ ମତ୍ୟୁ ମାମଲାର ଲିଙ୍କ ଥିବା ସନ୍ଦେହ କରାଯାଉଛି ।
ଜଜଙ୍କ ମୃତ୍ୟୁରେ କଠୋର ହେଲା ହାଇକୋର୍ଟ
ଝାଡଖଣ୍ଡ ହାଇକୋର୍ଟ ମାମଲାକୁ ଗୁରୁତର ସହ ନେଇ ଡିଜିପି ଓ ଏସଏସପିଙ୍କୁ କରିଛନ୍ତି ରିପୋର୍ଟ ତଲବ ।ମାମଲାରେ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ ।
ମାମଲାରେ ଏସଆଇଟି ଗଠନ
ଗୁରୁବାର ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ହୋଇଛି ଏହି ଶୁଣାଣି । ମାମଲାରେ ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିବା ହାଇକୋର୍ଟର ଖଣ୍ଡପୀଠକୁ ସୂଚନା ଦେଇଛନ୍ତି ଡିଜିପି ।