ETV Bharat / bharat

Uttarakhand Polls: ରାମନଗରରୁ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତ - ଉତ୍ତରାଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସର ଦ୍ବିତୀୟ ତାଲିକା

ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ ପରେ ଗତକାଲି ଦ୍ବିତୀୟ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ରାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତ । ଅଧିକ ପଢନ୍ତୁ

Uttarakhand Polls:  ରାମନଗର ବିଧାନସଭା ଆସନରୁ ଲଢିବେ ହରିଷ ରାୱତ

author img

By

Published : Jan 25, 2022, 7:00 AM IST

ଡେରାଡୁନ: ସରଗରମ ହେଉଛି ଉତ୍ତରାଖଣ୍ଡ ନିର୍ବାଚନ । ପ୍ରଥମ ତାଲିକା ପ୍ରକାଶ ପରେ ଗତକାଲି ଦ୍ବିତୀୟ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ଚଳିତ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତ ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ।

ହରିଷ ରାୱତ ରାଜ୍ୟ କଂଗ୍ରେସର ମୁଖ୍ୟ ଥିବା ବେଳେ ୨୦୧୭ ବିଧାନସଭା ନିର୍ବାଚନରେ ହରିଦ୍ୱାର-ଗ୍ରାମୀଣ ଏବଂ କିଚା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ସେହିପରି କଂଗ୍ରେସ ଲାନ୍ସଡାଉନ୍ ବିଧାନସଭା ଆସନରୁ ହରାକ ସିଂ ରାୱତଙ୍କ ବୋହୂ ଅନୁକ୍ରିତି ଗୁସେନ୍ ରାୱତଙ୍କୁ ମଧ୍ୟ ପ୍ରାର୍ଥୀ କରିଛି। ସେ ଶୁକ୍ରବାର ଦିନ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ।

ତେବେ ଦଳ ଏପର୍ଯ୍ୟନ୍ତ ହରାକ ସିଂ ରାୱତଙ୍କ ପ୍ରାର୍ଥୀତ୍ୱ ଉପରେ ନିଷ୍ପତ୍ତି ନେଇ ନଥିବା ବେଳେ ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏହା ସହ ଶନିବାର ରାତିରେ ୫୩ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ଏପର୍ଯ୍ୟନ୍ତ ୬୪ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି।

ଆସନ୍ତା ଫେବୃୟାରୀ ୧୪ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ 70 ଆସନ ପାଇଁ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ତାରିଖ ଦିନ ଗଣତି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.