ETV Bharat / bharat

Ticket Selling Allegations: ଏଥର ହୋଲିରେ କଂଗ୍ରେସ ମତେ ଦହନ କରୁ କହିଲେ ହରିଶ ରାୱତ - ହରିଶ ରାୱତଙ୍କ ଟ୍ବିଟ ପୋଷ୍ଟ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ପ୍ରଦେଶ ଅଧ୍ୟକ୍ଷ ହରିଶ ରାୱତଙ୍କ ଉପରେ ବିଭିନ୍ନ ଅଭିଯୋଗ ଆସିଛି। ଏଥିସହ ତାଙ୍କ ବିରୁଦ୍ଧରେ ପଦବୀ ଏବଂ ପାର୍ଟି ଟିକେଟ ବିକ୍ରି ଅଭିଯୋଗ ମଧ୍ୟ ହୋଇଛି । ଅଧିକ ପଢ଼ନ୍ତୁ

harish rawat reaction on ticket selling allegations
Ticket Selling Allegations: ଏଥର ହୋଲିରେ କଂଗ୍ରେସ ମତେ ଦହନ କରୁ କହିଲେ ହରିଶ ରାୱତ
author img

By

Published : Mar 16, 2022, 6:21 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହିତ ବିଜେପିର ବିଜୟ ହୋଇଛି । କଂଗ୍ରେସ ହାରିବା ପରେ ପ୍ରଦେଶ ଅଧ୍ୟକ୍ଷ ହରିଶ ରାୱତଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆସିଛି। ଏଥିସହ ତାଙ୍କ ବିରୁଦ୍ଧରେ ପଦବୀ ଏବଂ ପାର୍ଟି ଟିକେଟ ବିକ୍ରି ଅଭିଯୋଗ ମଧ୍ୟ ହୋଇଛି । ଏଥିରେ ମର୍ମାହତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଟ୍ବିଟ ଓ ଫେସବୁକ ଯୋଗେ ନିଜ ମତ ପ୍ରକାଶ କରିଛନ୍ତି।

  • #पद और पार्टी टिकट बेचने का आरोप अत्यधिक गंभीर है और यदि वह आरोप एक ऐसे व्यक्ति पर लगाया जा रहा हो, जो मुख्यमंत्री रहा है, जो पार्टी का प्रदेश अध्यक्ष रहा है, जो पार्टी का महासचिव रहा है और कांग्रेस कार्यसमिति का सदस्य है और आरोप लगाने वाला...1/2 pic.twitter.com/ixicDcSTyz

    — Harish Rawat (@harishrawatcmuk) March 15, 2022 " class="align-text-top noRightClick twitterSection" data=" ">

ହରିଶ ରାୱତ କହିଛନ୍ତି ଯେ ‘ପଦ ଏବଂ ପାର୍ଟି ଟିକେଟ ବିକିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଅଟେ । ଏହି ଅଭିଯୋଗ ଏପରି ଜଣେ ବ୍ୟକ୍ତିଙ୍କ ଉପରେ ଆସିଛି ଯିଏ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ହେବା ସହ ମହାସଚିବ ଓ କଂଗ୍ରେସ କାର୍ଯ୍ୟସମିତିର ସଦସ୍ୟ ମଧ୍ୟ ଅଛନ୍ତି । ତେବେ ଏହା ନିଶ୍ଚିତ ଭାବେ ଏକ ଗମ୍ଭୀର ଅଭିଯୋଗ ଅଟେ । ଯାହାକି ମୋ ଉପରେ ଆସିଛି' । ଯଦିଓ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ନାମ ସେ ପ୍ରକାଶ କରିନାହିଁନ୍ତି। କିନ୍ତୁ ତାଙ୍କ ଉପରେ ଅଭିଯୋଗ ଆଣିଥିବା ବ୍ୟକ୍ତି ଏକ ଗୁରୁତ୍ବପୂର୍ଣ୍ଣ ପଦରେ ଅଛନ୍ତି। ହରିଶ ରାୱତ ପୁଣି ଟ୍ବିଟ କରିଛନ୍ତି ଯେ, 'ମୁଁ ପ୍ରାର୍ଥନା କରୁଛି କି ମୋ ଉପରେ ଲାଗିଥିବା ଏହି ଅଭିଯୋଗ ଆଧାରରେ କଂଗ୍ରେସ ମୋତେ ପାର୍ଟିରୁ ବହିଷ୍କାର କରୁ । ହୋଲି ନକାରାତ୍ମକକୁ ନଷ୍ଟ କରିବାର ଏକ ଉଚିତ ଉତ୍ସବ । ତେଣୁ ଏହି ହୋଲିକା ଦହନରେ କଂଗ୍ରେସ ହରିଶ ରାୱତ ରୂପୀ ସମସ୍ତ ନକାରାତ୍ମକକୁ ମଧ୍ୟ ଦହନ କରିଦେବା ଉଚିତ୍ ।’

ସୂଚନା ଥାଉକି, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଛି। ମୋଟ 70ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ କେବଳ 19ଟି ସିଟ ହାସଲ କରିପାରିଛି। ଏଥିସହିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ହରିଶ ରାୱତ ଲାଲକୁଆଁ ଆସନରୁ ପ୍ରତିଦ୍ବନ୍ଦିତା କରିଥିବାବେଳେ ସେ ମଧ୍ୟ ପରାଜିତ ହୋଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.