ଡେରାଡୁନ: ଦିଲ୍ଲୀରୁ ଜଣେ ଯୁବତୀଙ୍କୁ ମିଟିଂ ଆଳରେ ନେଇ ଏକ ଫ୍ଲାଟରେ ରଖି ଦୁଷ୍କର୍ମ କରିବା ଅଭିଯୋଗ (Delhi girl gang raped in Haridwar)ରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ହରିଦ୍ବାର ପୋଲିସ (Haridwar police arrested two accused of gangrape)। ଏହି ଦୁଇ ଯୁବକଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି । ଉଭୟଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ପ୍ରାଥମିକ ତଦନ୍ତ ଅନୁସାରେ ଏହି ଦୁଇ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ନେଇଥିବା ଏପରି କରିଥିବା ପୋଲିସ କହିଛି ।
ହରିଦ୍ବାରର କୋତୱାଲୀ ରାନୀପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନଜଫଗଡର ଜଣେ ଯୁବତୀ ଦିଲ୍ଲୀର ଏକ ଫାର୍ମରେ କାମ କରନ୍ତି । 27 ଅଗଷ୍ଟ ସନ୍ଧ୍ୟାରେ, ସେ ତାଙ୍କ ମାଲିକ ଅନିଲ ଠାକୁର, ତାଙ୍କ ସହଯୋଗୀ ରାହୁଲ ଓରଫ ଆସିଫ, ଫୁରକାନ ଏବଂ ମୋମିନ ନାମକ ଯୁବକଙ୍କ ସହ ହରିଦ୍ୱାରକୁ ଆସିଥିଲେ । ହରିଦ୍ବାରରେ ଏକ ବୈଠକ ଥିବା କଥା କହି ସେମାନେ ଏହି ଯୁବତୀଙ୍କୁ ହରିଦ୍ବାରା ଆସିବା ପାଇଁ ବାଧ୍ୟ କରିଥିଲେ । ସେଠାରେ ତାଙ୍କୁ ଏକ ହୋଟେଲରେ ରଖାଯାଇଥିଲା । ମୋମିନ୍ ଏବଂ ଫୁରକାନ୍ ଏକ ଭିନ୍ନ ହୋଟେଲରେ ରହିଥିବା ବେଳେ ପୀଡିତା ଜଣକ ତାଙ୍କ ମାଲିକଙ୍କ ସହ ଅନ୍ୟ ଏକ ଅଲଗା ହୋଟେଲରେ ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ 28 ସନ୍ଧ୍ୟାରେ ତାଙ୍କ ମାଲିକ ଅନିଲ ତାଙ୍କୁ ତାଙ୍କ ଫ୍ଲାଟକୁ ଆଣିଥିଲେ । ଦୁହେଁ ପୃଥକ ରୁମରେ ରହିଥିଲେ । ରାତି ପ୍ରାୟ 11ଟା ସମୟରେ ରାହୁଲ ଓରଫ ଫୁରକାନ୍ ଏବଂ ମୋମିନ୍ ଖାଦ୍ୟ ଆଣିଥିଲେ । ପରେ ତାଙ୍କ ମଦ୍ୟପାନ କରାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ପରେ ସେ ନିଶା ଛାଡିବା ପରେ ତାଙ୍କ ସହ ଏପରି ହୋଇଥିବା ଜାଣିବା ପରେ ପରିବାର ସଦସ୍ୟ ଓ ପରେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ