ETV Bharat / bharat

Har Ghar Tiranga Campaign: ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା, ଡିପି ପରିବର୍ତ୍ତନ କରିବାକୁ ମୋଦିଙ୍କ ଆହ୍ବାନ

author img

By

Published : Aug 13, 2023, 11:28 AM IST

Updated : Aug 13, 2023, 2:17 PM IST

ଆଜିଠୁ ଦେଶରେ ଆରମ୍ଭ ହେଲା ହର ଘର ତ୍ରିରଙ୍ଗା ଅଭିଯାନ । ସୋସିଆଲ ମିଡିଆରେ ଡିପି ତ୍ରିରଙ୍ଗା ରଖିବାକୁ ଦେଶବାସୀଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

har ghar tiranga
har ghar tiranga

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳିବ ସ୍ବାଧିନତା ଦିବସ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠୁ ଆରମ୍ଭ ହେବ ହର ଘର ତ୍ରିରଙ୍ଗା ଅଭିଯାନ । 77 ତମ ସ୍ବାଧିନତା ଦିବସ ଅବସରରେ ଘରେ ଘରେ ଉଡିବ ତ୍ରିରଙ୍ଗା । ଆଜିଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପ୍ରତିଟି ଭାରତୀୟଙ୍କ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ବିଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ଲଗାଇ ସମସ୍ତଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଡିପି ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ।

ଆଜି ଠାରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଟ୍ବିଟରରେ ନିଜର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରିଛନ୍ତି । ଡିପିରେ ନିଜର ଫଟୋ ହଟାଇ ତ୍ରିରଙ୍ଗା ଫଟୋ ରଖିଛନ୍ତି । ଏହି ସହ ଟ୍ବିଟ କରି କହିଛନ୍ତି ଯେ, ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଆସନ୍ତୁ ସମସ୍ତେ ନିଜ ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରିବା ଏବଂ ଏହି ଅଭିଯାନକୁ ସମର୍ଥନ କରିବା, ଯାହା ଆମ ଦେଶ ଓ ଆମ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବ ।

ଏହା ମଧ୍ୟ ପଢନ୍ତୁ-Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍‌ ହେବ 'ମେରି ମାଟି ମେରା ଦେଶ'

ଆଜି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡାଇବା ସହିତ ସେଲଫି ଉଠାଇ ହର ଘର ତ୍ରିରଙ୍ଗା ସାଇଡରେ ଅପଲୋଡ୍ କରିବା ଜରୁରୀ ବୋଲି ଶୁକ୍ରବାର ଟ୍ବିଟ କରିଥିଲେ ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହର ଘର ତିରଙ୍ଗା ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂତନ ଶକ୍ତି ଦେଇଛି । ଚଳିତ ବର୍ଷ ଦେଶବାସୀଙ୍କୁ ଏହି ଅଭିଯାନ ଏକ ନୂତନ ଶିଖରରେ ପହଞ୍ଚାଇବ । ଆସନ୍ତୁ 13 ରୁ 15 ଅଗଷ୍ଟ ମଧ୍ୟରେ ଦେଶର ଗର୍ବର ପ୍ରତୀକ ଜାତୀୟ ପତାକାକୁ ଉଡାଇବା । https://harghartiranga.com ଓ୍ବେବସାଇଟରେ ତ୍ରିରଙ୍ଗା ସହ ଫଟୋ ଉଠାଇ ଅପଲୋଡ ମଧ୍ୟ କରନ୍ତୁ ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ 1800 ଅତିଥି ଯୋଗଦେବେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ସେହିପରି ନୂଆଦିଲ୍ଲୀରେ ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ ନିର୍ମାଣରେ ସାହାଯ୍ୟ କରିଥିବା ଗ୍ରାମର ସରପଞ୍ଚ, ଶିକ୍ଷକ, ନର୍ସ, କୃଷକ, ମତ୍ସ୍ୟଜୀବୀ, ଶ୍ରମିକ ମାନେ ସାମିଲ ହେବେ । ଜାତୀୟ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ, ସୀମା ସଡକ ସଂଗଠନ ଶ୍ରମିକ ତଥା ଯେଉଁମାନେ ଅମୃତ ସରୋବର ପ୍ରକଳ୍ପ ଏବଂ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହୋଇଥିବା ହର ଘର ଜଲ ଯୋଜନା ପ୍ରୋଜେକ୍ଟରେ କାମ କରୁଛନ୍ତି ସେମାନେ ଦିଲ୍ଲୀରେ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ନିମନ୍ତ୍ରଣ ତରଫରୁ ନିମନ୍ତ୍ରଣ କରାଯାଇଛି ।

Last Updated : Aug 13, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.