ETV Bharat / bharat

ନୂଆବର୍ଷ ୨୦୨୪; ସେଲିବ୍ରେସନ ପାଇଁ କେତେ ପ୍ରସ୍ତୁତ ମେଟ୍ରୋ ସିଟି ?

author img

By ETV Bharat Odisha Team

Published : Dec 31, 2023, 7:31 PM IST

New Year celebrations in Metro Cities: ନୂଆବର୍ଷ ୨୦୨୪କୁ ସ୍ବାଗତ ପାଇଁ କେତେ ପ୍ରସ୍ତୁତ ମେଟ୍ରୋ ସିଟି ? କେଉଁ ସହରରେ କିପରି ହୋଇଛି ବ୍ୟବସ୍ଥା ? ଜାଣନ୍ତୁ

New Year celebrations in Metro Cities
New Year celebrations in Metro Cities

ହାଇଦ୍ରାବାଦ: ଆଜି ୨୦୨୩ ମସିହା ଡିସେମ୍ବର ୩୧ ତାରିଖ । ଆଉ କିଛି ଘଣ୍ଟା ପରେ ୨୦୨୩କୁ ବିଦାୟ ଦେଇ ନବବର୍ଷ ୨୦୨୪କୁ ସ୍ବାଗତ କରିବେ ବିଶ୍ବବାସୀ । ଏ ନେଇ ଚାରିଆଡ଼େ ଉତ୍ସବର ମାହୋଲ ଥିବା ବେଳେ କେତେ ପ୍ରସ୍ତୁତ ଦେଶର ମେଟ୍ରୋ ସିଟି ? ଦେଶର ବଡ଼ ବଡ଼ ସହରରେ ନୂଆବର୍ଷ ଉତ୍ସବ ପାଇଁ କଣ ହୋଇଛି ବ୍ୟବସ୍ଥା ? ଆମ ଦେଶର ୬ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ନୂଆବର୍ଷକୁ ନେଇ ରଙ୍ଗୀନ ହୋଇ ଉଠିଛି । ରେସ୍ତୋରାଁଠାରୁ ଆରମ୍ଭ କରି ହୋଟେଲ, ଦୋକାନ ବଜାର ସବୁକିଛି ଝଲସୁଛି ।

ନୂଆଦିଲ୍ଲୀ:- ନୂଆବର୍ଷ ଆସିଲେ ଏହାକୁ ଧୁମଧାମରେ ସେଲିବ୍ରେଟ୍‌ କରିବା ଲାଗି ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଉତ୍ସାହ । ଯୁବପିଢିଙ୍କୁ ଏକ ନିଆରା ଅନୁଭବ ଦେବା ଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ମଧ୍ୟ ପ୍ରସ୍ତୁତ । ରାଜଧାନୀର ରେସ୍ତୋରାଁ, ହୋଟେଲ, ପବ୍‌, ମଲ୍‌ରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଏହାରି ମଧ୍ୟରେ ଟ୍ରାଫିକ ସମସ୍ୟା ପ୍ରଶାସନ ଲାଗି ମୁଣ୍ଡବିଧାର କାରଣ ପାଲଟେ । ଏଥିଲାଗି ୨୫୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନୂଆବର୍ଷ ସଂଧ୍ୟାରେ ବିସେଷ କରି ଲାଜପତ ନଗର, ହୌଜ ଖାସ, ସାଉଥ ମାର୍କେଟ, ସରୋଜିନୀ ନଗର, ଖାନ ମାର୍କେଟ, ପ୍ରୀତ ବିହାର, ପାର୍କ ଓ ମଲ୍‌ ଉପରେ ନଜର ରଖିବା ଲାଗି ୨୫୦ ଟିମ ରହିଛନ୍ତି । ଅନ୍ୟପଟେ ଗତ କିଛି ଦିନ ତଳେ ଇସ୍ରାଏଲ ଦୂତାବାସ ନିକଟରେ ବୋମା ବିସ୍ଫୋରଣ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ସମେତ ସ୍ପେଶାଲ ସେଲ ଓ କ୍ରାଇମବ୍ରାଞ୍ଚ ମଧ୍ୟ ଆଲର୍ଟରେ ରହିଛି ।

ମୁମ୍ବାଇ:- ବିଶେଷ କରି ନୂଆବର୍ଷର ସଂଧ୍ୟାରେ ସ୍ବପ୍ନନଗରୀ ମୁମ୍ବାଇର ସମୁଦ୍ରକୂଳରେ ଭିଡ଼ ଜମେ । ଏହାବାଦ ହୋଟେଲ, ବାର୍‌, ରେସ୍ତୋରାଁ, ପବ୍‌, ମଲ୍‌ରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳେ । ସହରର ପ୍ରସିଦ୍ଧ ସ୍ମାରକୀ ସମେତ ସରକାରୀ ବିଲ୍ଡିଂ ଯେପରିକି ରାଷ୍ଟ୍ରପତି ଭବନ, ଛତ୍ରପତି ଶିବାଜୀ ମହାରାଜ, ମୁମ୍ବାଇ ମୁନିସିପାଲ କର୍ପୋରେସନଗୁଡ଼ିକ ଆଲୋକମାଳାରେ ସଜେଇ ହୁଏ । ଗେଟୱେ ଅଫ ଇଣ୍ଡିଆ, ୱର୍ଲି ସି ଲିଙ୍କ୍‌, ଚୌପାତି ବେଳାଭୂମି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ । ଚଳିତ ବର୍ଷ ମଧ୍ୟ ଏହି ସ୍ଥାନଗୁଡ଼ିକକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଭିଡ଼କୁ ନିୟନ୍ତ୍ରଣ ଲାଗି ଅତିରିକ୍ତ ପୋଲିସ ଫୋର୍ସର ବ୍ୟବସ୍ଥା ମଧ୍ୟ ହୋଇଛି ।

ବେଙ୍ଗାଲୁରୁ:- ସେଲିବ୍ରେସନ କଥା ଆସିଲେ ବେଙ୍ଗାଲୁରୁ ବାଦ ପଡ଼ିବ ବା କେମିତି ? ଯେକୌଣସି ଉତ୍ସବ ଆସିଲେ ସହରର ଏମଜି ରୋଡ, ବ୍ରିଗେଡ୍‌ ରୋଡ ଏହି ୨ଟି ସ୍ଥାନରେ ଅଧିକ ଗହଳି ଦେଖିବାକୁ ମିଳେ । ସେହିପରି ଇନ୍ଦିରା ନଗର, କୋରମାଙ୍ଗଲାରେ ମଧ୍ୟ ଭିଡ଼ ଜମେ । ଏହାବାଦ ରେସ୍ତୋରାଁ, ପବ୍‌, ମଲ୍‌, ହୋଟେଲରେ ନୂଆବର୍ଷ ଲାଗି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ବେଙ୍ଗାଲୁରୁରେ ଅନେକ ନାମିଦାମି ମଲ୍‌ ମଧ୍ୟ ରହିଛି । ନୂଆବର୍ଷ ପାଇଁ ଏହାକୁ ଖୁବ ଆକର୍ଷଣୀୟ ଢଙ୍ଗରେ ସୁସଜ୍ଜିତ କରାଯାଏ ।

ଏହା ବି ପଢନ୍ତୁ- ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ 'ନୁମାଇସ'

ଚେନ୍ନାଇ:- ତାମିଲନାଡୁର କ୍ୟାପିଟାଲ ସିଟି ଚେନ୍ନାଇରେ ନୂଆବର୍ଷ ପୂର୍ବରୁ ଭିଡ଼ ଦେଖିବାକୁ ମିଳିଛି । ସହରର ମରିନା ବେଳାଭୂମି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ଧାର୍ମିକ ସ୍ଥଳୀ ଯେପରିକି ସାଣ୍ଡମ ଚର୍ଚ୍ଚ, ଅନ୍ନାଇ ଭେଲଙ୍କାନି ଚର୍ଚ୍ଚ, ଭଦାପଲାନି ମୁରୁଗାନ ମନ୍ଦିର, ମୈଲାଇ କପଲେଶ୍ବର ମନ୍ଦିରରେ ନିଜ ନିଜ ଭଗବାନଙ୍କୁ ଦର୍ଶନ କରି ନୂଆବର୍ଷର ଆରମ୍ଭ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ମିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୮ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ସମୁଦ୍ର କୂଳ ଅଞ୍ଚଳରେ ଦୁର୍ଘଟଣାକୁ ରୋକିବା ଲାଗି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ହାଇଦ୍ରାବାଦ:- ନୂଆବର୍ଷ ଲାଗି ଦେଶର ଅନ୍ୟତମ ବିକଶିତ ସହର ହାଇଦ୍ରାବାଦରେ ପର୍ଯ୍ୟଟକଙ୍କ ଗହଳି ଲାଗିଛି । ସହରରେ ଅବସ୍ଥିତ ଏକାଧିକ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ବିଶେଷ କରି ସହରରେ ଅବସ୍ଥିତ ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜି ଲୋକାରଣ୍ୟ ହୋଇଛି । ଏହି ଫିଲ୍ମସିଟିରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ପାର୍ଟିର ବ୍ୟବସ୍ଥା ଥିବା ବେଳେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ନୂଆବର୍ଷ ସେଲିବ୍ରେସନ୍‌ ପାଇଁ ଫିଲ୍ମସିଟିରେ ଡିଜେ ନାଇଟ୍‌, ସୁସ୍ୱାଦୁ ବଫେଟ୍‌ ଖାଦ୍ୟ, ଅନ୍‌ଲିମିଟେଡ୍‌ ପାନୀୟ, ନାଚଗୀତର ବ୍ୟବସ୍ଥା ହୋଇଛି । ଏନେଇ ଭିନ୍ନ ଭିନ୍ନ ପ୍ୟାକେଜ୍‌ ଥିବା ବେଳେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଣ୍ଟିବା ଲାଗି ଫିଲ୍ମସିଟିରେ ଲାଇନ୍‌ ଲଗାଇଛନ୍ତି ।

ଏହା ବି ପଢନ୍ତୁ- ଆସୁଛି 'ନୂଆବର୍ଷ ୨୦୨୪', ରାମୋଜି ଫିଲ୍ମସିଟିରେ ପର୍ଯ୍ୟଟକଙ୍କ ପାଇଁ ବମ୍ଫର ଅଫର

କୋଲକାତା:- ସିଟି ଏଫ୍‌ ଜଏ କୋଲକାତା ମଧ୍ୟ ନୂଆବର୍ଷ ସେଲିବ୍ରେସନ ଲାଗି ଦେଶବାସୀଙ୍କ ଅନ୍ୟତମ ଲୋକପ୍ରିୟ ସ୍ଥାନ । ଏହି ସୁନ୍ଦର ସହରକୁ ଭ୍ରମଣ କରିବା ଲାଗି ପର୍ଯ୍ୟଟକ ଧାଇଁଛନ୍ତି । ନୂଆବର୍ଷ ପାଇଁ ସହର ମଧ୍ୟ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ଥିବା ବେଳେ ଏହା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି । ଏହି ସହରରେ ଏକାଧିକ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ହୋଟେଲ, ରେସ୍ତୋରାଁ, ପବ୍‌, ମଲ୍‌ ଆଦିରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଏପରିକି ୱାଇନ ସପ୍‌ରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.