ETV Bharat / bharat

କୋର୍ଟଙ୍କ ନିର୍ଦ୍ଦେଶ ଉଲଙ୍ଘନ କରିଛନ୍ତି ରାଣା ଦମ୍ପତି ! କାଲି ଜାମିନ ଖାରଜ ପାଇଁ କୋର୍ଟର ଦ୍ବାରସ୍ଥ ହେବେ ମହାରାଷ୍ଟ୍ର ସରକାର

author img

By

Published : May 8, 2022, 8:06 PM IST

କୋର୍ଟଙ୍କ ଜାମିନ ସର୍ତ୍ତାବଳୀ ଉଲଙ୍ଘନ କରିଛନ୍ତି ସାଂସଦ ନବନୀତ ରାଣା । ଆସନ୍ତାକାଲି କୋର୍ଟରେ ବେଲ ଖାରଜ ପାଇଁ ଆବେଦନ କରିବ ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ

Hanuman Chalisa row: କୋର୍ଟଙ୍କ ନିର୍ଦ୍ଦେଶ ଉଲଙ୍ଘନ କରିଛନ୍ତି ରାଣା ଦମ୍ପତି, ସୋମବାର ବେଲ ଖାରଜ ପାଇଁ ଆବେଦନ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦରେ ଜେଲରୁ ବେଲ ଫେରିଥିବା ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣାଙ୍କ ଜାମିନ ଖାରଜ କରିବା ପାଇଁ ନ୍ୟାୟାଳୟରେ ଆବେଦନ କରିବ ମହାରାଷ୍ଟ୍ର ସରକାର । ଉଭୟଙ୍କୁ ସର୍ତ୍ତମୂଳକ ବେଲ ମିଳିଥିବାବେଳେ କୋର୍ଟଙ୍କ ପ୍ରଦତ୍ତ ଜାମିନ ସର୍ତ୍ତାବଳୀକୁ ସାଂସଦ ନବନୀତ ଉଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ସରକାର ।

ବେଲରେ ଆସିବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସାଂସଦ ନବନୀତ । ସେ ସେଠାରୁ ଡିସଚାର୍ଜ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଧା ଚ୍ୟାଲେଞ୍ଜ କରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ଗୋଟିଏ ନିର୍ବାଚନ ମଣ୍ଡଳୀ ଚୟନ କରନ୍ତୁ, ସେ ତାଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସିଧା ଆହ୍ବାନ କରିଥିଲେ ନବନୀତ ।

ତେବେ ନବନୀତ ରାଣାଙ୍କ ଏପରି ବିବୃତ୍ତିରେ ତାଙ୍କୁ ଟାର୍ଗେଟ କରିବାରେ ଲାଗିଛି ଶିବସେନା । କୋର୍ଟରେ ବିଚାରାଧୀନ ପ୍ରସଙ୍ଗରେ ସେ ବୈଦ୍ୟୁତିକ କିମ୍ବା ମୁଦ୍ରିତ ଗଣମାଧ୍ୟମକୁ ସିଧାସଳଖ କୌଣସି ବୟାନ ଦେଇପାରିବେ ନାହିଁ ବୋଲି କୋର୍ଟଙ୍କ ଜାମିନ ଅର୍ଡରରେ ସର୍ତ୍ତାବଳୀ ଥିବା ସତ୍ତ୍ବେ ମଧ୍ୟ ନବନୀତ ଏପରି ପ୍ରତିକ୍ରିୟା ରଖିବା କୋର୍ଟଙ୍କ ପ୍ରଦତ୍ତ ସର୍ତ୍ତାବଳୀର ଉଲଙ୍ଘନ ବୋଲି ଅଭିଯୋଗ କରିଛି ଶିବସେନା । ତାଙ୍କୁ ମିଳିଥିବା ବେଲ ମଧ୍ୟ ଖାରଜ କରିବା ପାଇଁ ମହାରାଷ୍ଟ୍ର ସରକାର ଆସନ୍ତାକାଲି କୋର୍ଟରେ ଏକ ମାମଲା ଦାଏର କରିବା ନେଇ ମଧ୍ୟ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ନେଇ ଘୋଷଣା କରିବା ପରେ ବିବାଦରେ ଏପ୍ରିଲ 23 ରେ ଗିରଫ ହୋଇଥିଲେ ସାଂସଦ ନବନୀତ ଓ ବିଧାୟକ ପତି ରବି ରାଣା । ପରେ ଉଭୟଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ହାଜତ ଅବଧି ଶେଷ ହେବା ପରେ ସର୍ତ୍ତମୂଳକ ଜାମିନରେ ଆସିଛନ୍ତି ନେତା ଦମ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.