ETV Bharat / bharat

Hanuman Chalisa Row: ଜେଲରୁ ବାହାରିଲେ ସାଂସଦ ନବନୀତ ରାଣା, ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି - ମହାରାଷ୍ଟ୍ର ହନୁମାନ ଚାଳିଶା ବିବାଦ

ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଆଜି ଜେଲରୁ ବାହାରିଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା ମୁମ୍ବାଇର ଲିଳାବତୀ ହସ୍ପିଟାଲ । ଗତକାଲି ଦମ୍ପତି ପାଇଥିଲେ ବେଲ ମଞ୍ଜୁରୀ । ଅଧିକ ପଢନ୍ତୁ

Hanuman Chalisa row: ଜେଲରୁ ବାହାରିଲେ ସାଂସଦ ନବନୀତ ରାଣା, ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି

author img

By

Published : May 5, 2022, 4:59 PM IST

ମୁମ୍ବାଇ: ହନୁମାନ ଚାଳିଶା ପଠନ ବିବାଦରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଆଜି (ଗୁରୁବାର) ଜେଲରୁ ବାହାରିଛନ୍ତି । ଗତକାଲି ଦମ୍ପତିଙ୍କୁ ଜାମିନ ମିଳିଥିବା ବେଳେ ଆଜି ପୂର୍ବାହ୍ନରେ ତାଙ୍କ ବେଲ ଅର୍ଡର ପାସ କରାଯାଇଥିଲା । ତେବେ ସାଂସଦ ନବନୀତ ରାଣା ବାଇକୁଲା ମହିଳା ଜେଲରୁ ବାହାରିବା ପରେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଉଭୟଙ୍କୁ ଜଣକା 50 ହଜାର ଟଙ୍କା ମୁଚାଲିକା ଓ କିଛି ସର୍ତ୍ତାବଳୀ ସହ କୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଆଜି ଅପରାହ୍ନରେ ସାଂସଦ ତଥା ପତ୍ନୀ ନବନୀତ ରାଣା ଜେଲରୁ ବାହାରିବା ପରେ ହସ୍ପିଟାଲରେ ପହଞ୍ଚିଛନ୍ତି । ରାଣା ଦମ୍ପତିଙ୍କ ଓକିଲ ଓ ଆଇନଗତ ପରାମର୍ଶତଦାତା ଟିମର ଗୋଟିଏ ଟିମ ରବି ରାଣା ଥିବା ତୋଲୋଜା ଜେଲ ଅଭିମୁଖ ଯାଇଥିବା ବେଳେ ଅନ୍ୟ ଟିମଟି ନବନୀତ ରାଣା ଥିବା ବାଇକୁଲା ମହିଳା ଜେଲ ନିକଟରେ ପହଞ୍ଚିଥିଲେ । ସାଂସଦ ନବନୀତ ରାଣା ବାଇକୁଲା ମହିଳା ଜେଲରୁ ବାହାରିବା ପରେ ମୁମ୍ବାଇର ଲିଳାବତୀ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଛନ୍ତି । ବିଧାୟକ ପତି ରବି ରାଣା ମଧ୍ୟ ଆଉ କିଛି ସମୟ ପରେ ଜେଲରୁ ବାହାରିବା ନେଇ ସୂଚନା ମିଳିଛି ।

ଗତକାଲି ଉଭୟଙ୍କୁ ବେଲ ମିଳିସାରିଥିବା ବେଳେ ଆଇନଗତ ପ୍ରକ୍ରିୟା ପୂରଣ ପରେ ଆଜି ତାଙ୍କୁ ଜେଲରୁ ବାହାରକୁ ଆସିବା ପାଇଁ ଅନୁମତି ମିଳିଛି । ଏପ୍ରିଲ 23 ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପାଠ କରିବା ନେଇ ଘୋଷଣା କରିବା ପରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଦାୟୀ ଦର୍ଶାଇ ନେତା ଦମ୍ପତିଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ପରେ ଜାମିନ ଖାରଜ ହେବା ସହ ଉଭୟଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇଥିଲେ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.