ETV Bharat / bharat

ଲାଉଡସ୍ପିକର ବିବାଦ: Azan ବେଳେ ହନୁମାନ ଚାଳିଶା ବଜାଇବା ମନା

author img

By

Published : Apr 18, 2022, 2:11 PM IST

ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ବିବାଦ ଏବେ ଚାରିଆଡେ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଧର୍ମାନୁଷ୍ଠାନରେ ହନୁମାନ ଚାଳିଶା ବାଜିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି ନାସିକ ପୋଲିସ । ଅଧିକ ପଢନ୍ତୁ

Azanର 15ମିନିଟ ପରେ ଓ ପୂର୍ବରେ ହମୁମାନ ଚାଳିଶାକୁ ନାହିଁ ଅନୁମତି

ମୁମ୍ବାଇ: ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ବିବାଦ ଏବେ ଚାରିଆଡେ ଦେଖାଦେଇଛି । ଅଜାନ ବନାମ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଧର୍ମାନୁଷ୍ଠାନରେ ହନୁମାନ ଚାଳିଶା ବାଜିବା ଉପରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ନାସିକ ପୋଲିସ । ଆଜାନ ପୂର୍ବରୁ ଏବଂ ପରେ 15 ମିନିଟ ମଧ୍ୟରେ ହନୁମାନ ଚାଳିଶା କିମ୍ବା ଭଜନ ବଜାଇବାକୁ ଅନୁମତି ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ନେଇଛନ୍ତି ନାସିକ ପୋଲିସ । ଏନେଇ ପୂର୍ବ ଅନୁମତି ଆବଶ୍ୟକ ବୋଲି ସିଟି ପୋଲିସ କମିଶନରଙ୍କ ନିର୍ଦ୍ଦେଶ ରହିଛି ।

ହନୁମାନ ଚାଳିଶା କିମ୍ବା ଭଜନ ଲଗାଇବା ପାଇଁ ଅନୁମତି ନେବାକୁ ପଡିବ । ଆଜାନ ପୂର୍ବରୁ ଏବଂ ପରେ 15 ମିନିଟ ମଧ୍ୟରେ ଏହାକୁ ଅନୁମତି ଦିଆଯିବ ନାହିଁ । ମସଜିଦର 100 ମିଟର ଭିତରେ ଏହା ଅନୁମତି ଦିଆଯିବ ନାହିଁ । ଏପରି କରିବାର ଉଦ୍ଦେଶ୍ୟ ହେଉଛି ଆଇନ ଶୃଙ୍ଖଳା ବଜାୟ ରଖିବା ବୋଲି କହିଛନ୍ତି ପୋଲିସ କମିଶନର ଦୀପ ପାଣ୍ଡେ ।

ସେ ଆହୁରି କହିଛନ୍ତି, ସମସ୍ତ ଧାର୍ମିକ ସ୍ଥାନକୁ ମେ 3 ସୁଦ୍ଧା ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେ 3 ପରେ ଯଦି କୌଣସି ବ୍ୟକ୍ତି ଏହି ଆଦେଶ ଉଲ୍ଲଂଘନ କରନ୍ତି ତେବେ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦୀପକ ।

ଗତ ମେ 3ତାରିଖ ପରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଥିଲେ। ଯେଉଁ ଦାବିକୁ ଆଧାର କରି ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବିନା ଅନୁମତିରେ କୌଣସି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ନିଷେଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.