ଶ୍ରୀନଗର: ଜମ୍ମୁକାଶ୍ମୀରର ଛତରଗଢ ରାସ୍ତାର ଏକ ଗାତରେ ପଡି ଓଲଟିଲା ଯବାନଙ୍କ ଜିପ୍ସି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ 3 ଜଣ ଯବାନ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଯବାନମାନେ ଯାଉଥିବା ଏହି ଜିପ୍ସି ଗାତରେ ପଡିଯିବା ଫଳରେ ଓଲଟି ପଡିବା ସହିତ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ 3 ଜଣ ଯବାନ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଏହି ଦୁର୍ଘଟଣା ଦେଖି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଆହତଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।
ଜୀବନ୍ତ ଦଗ୍ଧ ହୋଇଥିବା 3 ଜଣ ଯବାନ 47 ଏ ଡି ୟୁନିଟର ବୋଲି କୁହାଯାଉଛି । ସେମାନେ ଯୁଦ୍ଧ ଲାଗି ଅଭ୍ୟାସ କରିବା ପାଇଁ ସୁରତଗଢକୁ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ରାଜିୟାସର ଥାନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ