ଶ୍ରୀନଗର : ପୁଣି ଆଶାନ୍ତ ସୀମା । ଘାଟିରେ ଫୁଟିଲା ଗୁଳି । ରଜୌରୀ ଜିଲ୍ଲାର ବରୋଟି ଗାଁରେ ଆତଙ୍କବଦୀଙ୍କୁ ନିପାତ କରିବା ପାଇଁ ସେନା ଆରମ୍ଭ କରିଛି ଅପରେସନ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଗୁଳିବର୍ଷଣ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଥାନା ମଣ୍ତି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ଅପରେସନ ଜାରି ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସୀମାରେ ଆରମ୍ଭ ହୋଇଛି ଏନକାଉଣ୍ଟର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ