ଗାନ୍ଧୀନଗର: ମୋବାଇଲରେ ଗେମ୍ ଖେଳିବାକୁ ବାରଣ କରିବାରୁ ବାପାକୁ ମାରିଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ହାଜିରାରେ । ଜଣେ ୧୭ ବର୍ଷୀୟ ପୁଅ ବାପାର ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘରେ ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇ ଥିବା ନେଇ ପରିବାର ଲୋକଙ୍କୁ ବିଭ୍ରାନ୍ତି କରିଥିଲା । ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ପଚରା ଉଚରା କରିଥିଲା । ଏହାପରେ ନିଜେ ହତ୍ୟା କରିଥିବା ନେଇ ସତ ମାନିଥିଲା ଅଭିଯୁକ୍ତ ପୁଅ ।
ଏପରିକି ଅଭିଯୁକ୍ତ ପୁଅ କହିଛି ଯେ, 'ବାପା ମୋବାଇଲ ଦେଖିବାକୁ ମନା କରିବାରୁ ଆମ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ରାଗିଯାଇ ମୁଁ ବାପାଙ୍କ ହତ୍ୟା କରିଛି ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ