ହାଇଦ୍ରାବାଦ: ଗୁଜୁରାଟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ (Gujarat polls phase 1)। ଆଜି ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇ ଜାରି ରହିଥିବା ବେଳେ ସଂଧ୍ୟା 5ଟା ରେ ଶେଷ ହେବ । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ନ 3ଟା ସୁଦ୍ଧା ରାଜ୍ୟରେ 48 ପ୍ରତିଶତ ମତଦାନ ହୋଇଛି (voting percentage in Gujarat)। ମୋଟ 89 ଆସନରେ ମତଦାନ ଜାରି ରହିଛି । ସଂଧ୍ୟା 5 ଟା ରେ ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଇଭିଏମ ଓ ଭୋଟ ବକ୍ସଗୁଡିକୁ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯିବ ।
-
Gujarat records 48.48% voter turnout till 3 pm in the first phase of the ongoing Assembly elections; 63.98% voting in Tapi
— ANI (@ANI) December 1, 2022 " class="align-text-top noRightClick twitterSection" data="
(Data source: Election Commission of India) pic.twitter.com/KPAIh6iHe8
">Gujarat records 48.48% voter turnout till 3 pm in the first phase of the ongoing Assembly elections; 63.98% voting in Tapi
— ANI (@ANI) December 1, 2022
(Data source: Election Commission of India) pic.twitter.com/KPAIh6iHe8Gujarat records 48.48% voter turnout till 3 pm in the first phase of the ongoing Assembly elections; 63.98% voting in Tapi
— ANI (@ANI) December 1, 2022
(Data source: Election Commission of India) pic.twitter.com/KPAIh6iHe8
ଏହି ପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ସମସ୍ତ ୮୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍ ୮୮ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି । ଭୋଟିଂ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଭୋଟ ଦେବାକୁ ସକାଳୁ ବୁଥଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।
ପ୍ରଥମ ପର୍ଯ୍ୟାୟରେ (Gujarat polls phase 1) ମୋଟ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨.୩୯ କୋଟି ଭୋଟର । ସେମାନଙ୍କ ମଧ୍ୟରେ ୧, ୨୪,୩୩,୩୬୨ ଜଣ ପୁରୁଷ ରହିଥିବା ବେଳେ ୧,୧,୫,୪୨,୮୧୧ ଜଣ ମହିଳା ଭୋଟର ଓ ୪୯୭ ଜଣ କିନ୍ନର ରହିଛନ୍ତି । ଚଳିତ ପର୍ଯ୍ୟାୟରେ ଯୁବ ତଥା ନବାଗତ ଭୋଟରଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ରହିଛି । ୧୮ ରୁ ୧୯ ବର୍ଷ ବୟସ ମଧ୍ୟରେ ମୋଟ ୫,୭୫,୫୬୦ ନବାଗତ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ବରିଷ୍ଠ ନାଗରିକ ତଥା ୯୯ ବର୍ଷରୁ ଅଧିକ ବୟସାଧିକ ଭୋଟରଙ୍କ ସଂଖ୍ୟା ୪,୯୪୫ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ