ETV Bharat / bharat

Gujarat Polls: ଗୁଜରାଟ ରାଜନୀତିର ଗହନ କଥା, ସଂଘର୍ଷ, ସମ୍ମାନ ଓ ଉତ୍ଥାନର ମହାସଂଗ୍ରାମ

ନଭେମ୍ବର ୩ରେ ୧୮୨ ଆସନ ବିଶିଷ୍ଟ ଗୁଜରାଟର ପଞ୍ଚଦଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହାମଧ୍ୟରେ ୧୩ଟି ସିଟ୍‌ ୧୩ଟି ସିଟ୍‌ ଅନୁସୂଚିତ ଜାତି ଓ ୨୭ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଅଧିକ ପଢନ୍ତୁ

author img

By

Published : Nov 18, 2022, 5:13 PM IST

Updated : Nov 18, 2022, 5:50 PM IST

Etv BharatGujarat Polls: BJP's bid to retain power and its challenges

ଗାନ୍ଧୀନଗର(ଗୁଜରାଟ): ବର୍ଷ ୧୯୬୦ରେ ଗୁଜରାଟକୁ ରାଜ୍ୟ ମାନ୍ୟତା ମିଳିବା ପରଠାରୁ ରାଜ୍ୟ ବିଧାନସଭା ନିର୍ବାଚନ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏପରିକି ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ଏକତରଫା ଚିତ୍ର ସ୍ପଷ୍ଟ ଥିଲେ କିମ୍ବା ଗୋଳିଆ ଥିଲେ ସବୁବେଳେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ରାଜ୍ୟର ନିର୍ବାଚନ । ଏହା ମଧ୍ୟ ସତ୍ୟ ଯେ, ବର୍ଷ ୨୦୦୧ ପରେ ନରେନ୍ଦ୍ର ମୋଦି ମୈଦାନକୁ ଓହ୍ଲାଇଥିଲେ । ତେବେ ତାଙ୍କର ପ୍ରବଳ ଲୋପ୍ରିୟତା ସତ୍ତ୍ବେ, ୨୦୦୨, ୨୦୦୭ ଓ ୨୦୧୨ରେ ବିଧାନସଭା ନିର୍ବାଚନ ବିଜେପି ପାଇଁ ସହଜ ହୋଇନାହିଁ । ୨୦୧୭ ବିଧାନସଭା ନିର୍ବାଚନରେ ସେ ଷ୍ଟାର ପ୍ରଚାରକ ଭାବେ ପ୍ରଚାର ଜାରି ରଖିଥିଲେ । ଏବେ ମଧ୍ୟ ୨୦୨୨ରେ ସେ ଅଧିକ ଶକ୍ତିର ସହ ପ୍ରଚାର ଜାରିରଖିଛନ୍ତି ।

ପଞ୍ଚଦଶ ଗୁଜରାଟ ବିଧାନସଭା ନିର୍ବାଚନ

ନଭେମ୍ବର ୩ରୁ ୧୮୨ ଆସନ ବିଶିଷ୍ଟ ପଞ୍ଚଦଶ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଛି । ୧୩ଟି ସିଟ୍‌ ଅନୁସୂଚିତ ଜାତିଙ୍କ(Scheduled Castes) ପାଇଁ ସଂରକ୍ଷିତ ରହିଥିବାବେଳେ ୨୭ଟି ଅନୁସୂଚିତ ଜନଜାତିଙ୍କ (Scheduled Tribes) ପାଇଁ ଉଦ୍ଦିଷ୍ଟ ରହିଛି । ସରକାରୀ ଭାବେ ଜନସଂଖ୍ୟା ୬.୫ କୋଟି ଭୋଟର ସଂଖ୍ୟା ୪.୯୧ କୁହାଯାଉଥିଲେ ମଧ୍ୟ, ବର୍ଷ ୨୦୨୨ରେ ରାଜ୍ୟର ଜନସଂଖ୍ୟା ୭ କୋଟି ପାର୍‌ କରିସାରିଥିବା ଜଣାପଡିଛି । ଚଳିତ ବର୍ଷ ମୋଟ ୩.୨୫ ନୂଆ ମତଦାତା ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ଡିସେମ୍ବର ୧ରେ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଓ ପରେ ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଫଳାଫଳ ଡିସେମ୍ବର ୮ରେ ଆସିବା ନେଇ ସୂଚୀ ରହିଥିବାବେଳେ, ୨୦୨୨, ଡିସେମ୍ବର ୧୦ ସୁଦ୍ଧା ସଂପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ତାରିଖ ଧାର୍ଯ୍ୟ କରାଯାଇଛି ।

Gujarat Polls: BJP's bid to retain power and its challenges

ବିଜେପିକୁ ପୁଣି ମୋଦି ଭରସା

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୧୮୨ଟି ଆସନରୁ ୯୯ଟିରେ ଆସନ ହାତେଇଥିଲା ଓ କଂଗ୍ରେସ ୭୭ଟିରେ ବିଜୟୀ ହୋଇଥିଲା । ତେବେ ୨୦୧୭ରୁ ୨୦୨୨ ମଧ୍ୟରେ ବିଜେପି ତାର ସଂଖ୍ୟାକୁ ୧୧୧ରେ ପହଞ୍ଚାଇ ପାରିଛି । ଅନ୍ୟପଟେ ବିବାଦ ଓ ଉପ-ନିର୍ବାଚନରେ ପରାଜୟ ଯୋଗୁଁ କଂଗ୍ରେସର ବର୍ତ୍ତମାନ ବିଧାୟକଙ୍କ ସଂଖ୍ୟା ୬୦କୁ ଖସିଆସିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ଠିକ୍‌ ମାସେ ପୂର୍ବରୁ ଏଥର ନିର୍ବାଚନରେ କୌଣସି ଉତ୍ସୁକତା ଦେଖାଯାଉନଥିଲା । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରା ରାଜ୍ୟରେ ବିଭିନ୍ନ କେନ୍ଦ୍ର ସରକାରଙ୍କ ଅନେକ ଉନ୍ନୟନମୂଳକ ପ୍ରକଳ୍ପକୁ ଉଦ୍ଘାଟନ ଓ ଲୋକାର୍ପଣ କରି ସମ୍ବୋଧିତ କରୁଥିଲେ । ଅନ୍ୟପଟେ ବିରୋଧୀ ମୈଦାନରେ ନଜର ଆସୁନଥିଲେ । ଏପରି ଅବସରରେ କଡା ଟକ୍କର ଦେବାକୁ ମୁଖ୍ୟ ବିରୋଧୀ ଭାବେ ଉଭା ହେବାର ଆବଶ୍ୟକତା କାରଣରୁ ତୃତୀୟ ବିକଳ୍ପର ଉଦୟ ହୋଇଛି, ଯାହାକି ନିର୍ବାଚନୀ ପରିଦୃଶ୍ୟକୁ ପୁଣି ଥରେ ସକ୍ରିୟ କରିଛି ।

ନିର୍ବାଚନ ତାରିଖ ଘୋଷଣା ହେବାର କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଯେତେଥର ଗୁଜରାଟ ଗସ୍ତ କରିଛନ୍ତି, ତାହା କୌଣସି ବି ପ୍ରଧାନମନ୍ତ୍ରୀଙ୍କ ପାଇଁ କୌଣସି ରାଜ୍ୟକୁ ଗସ୍ତ କରିବା ଓ ସଭାକୁ ସମ୍ବୋଧିତ କରିବାର ରେକର୍ଡ ହେବା ଉଚିତ୍‌ । ଏହାକୁ ନେଇ ମଧ୍ୟ ଦେଶରେ ଚର୍ଚ୍ଚା ହୋଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ସାମ୍ବାଦିକ ସମ୍ମିଳନୀରେ ପିଏମ ମୋଦିଙ୍କ ଲଗାତାର ଗୁଜରାଟ ଗସ୍ତକୁ ନେଇ କହିଥିଲେ, "ପିଏମଓକୁ ଗୁଜରାଟରେ ଏକ କ୍ୟାମ୍ପ୍‌ ଅଫିସ ସ୍ଥାପନ କରିବା ଉଚିତ୍‌ ।"

ନେତୃତ୍ବ ସଙ୍କଟରେ କଂଗ୍ରେସ

ଅନ୍ୟପଟ କିଛି ବିବାଦୀୟ ବୟାନ ଓ ହାତଗଣତି ରାଲି ଓ ଜନସଭାକୁ ଛାଡିଦେଲେ କଂଗ୍ରେସ କିମ୍ବା ଅନ୍ୟ କୌଣସି ବିପକ୍ଷ ଗୁଜରାଟରେ ମୋଦିଙ୍କ ଶାସନ ପାଇଁ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସି ପାରୁନଥିଲେ । ତେବେ ଅଗଷ୍ଟ ମାସରେ ଆମ ଆଦମୀ ପାର୍ଟିର(AAP) ମୈଦାନରେ ଏଣ୍ଟ୍ରି ହେଲା ଓ ଏଥର ନିର୍ବାଚନରେ ଏକ ଗମ୍ଭୀର ଖେଳାଳି ଭାବେ ଉଭାହୋଇଛି, ଯାହା ଏକ ଉର୍ଜାବାନ ବିପକ୍ଷ ଦଳର ଶୂନ୍ୟତାକୁ ପୂରଣ କରୁଛି ।

ଏଯାବତ କେବଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି(BJP) ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ଥିଲା, ଯାହାକୁ ୧୯୯୫ରେ ମାଟିରେ ପକାଇ ଦେଇଥିଲା । ତେବେ ଦଳ ଦ୍ବାରା ରାଜ୍ୟରେ ପୁନର୍ବାର ସତ୍ତାକୁ ଆସିବାକୁ ଦୃଢୋକ୍ତି କରିବାକୁ ଠୋସ୍‌ ପ୍ରୟାସର କମି, ସ୍ପଷ୍ଟ ନେତୃତ୍ବ ଚେହେରାଙ୍କ ଅନୁପସ୍ଥିତି ପ୍ରମୁଖ କାରଣ । ଏହାପରେ ସ୍ଥାନୀୟ ନିର୍ବାଚନରେ ଲଗାତାର ପରାଜୟ ଭୋଗିଛି ଦଳ । ଯାହା ଉପଯୁକ୍ତ ଭାବି ଆମ ଆଦମୀ ପାର୍ଟି ମୈଦାନରେ ଏଣ୍ଟ୍ରି କରିବା ସହ ନିଜର ସଂଗଠନ ବୃଦ୍ଧିରେ ଲାଗିପଡିଛି ।

ଆମ ଆଦମୀ ପାର୍ଟିର ଅଭ୍ୟୁଦୟ

କେବେ ଜଣେ ଚେହେରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନଥିବା କଂଗ୍ରେସର ଭୁଲ୍‌ରୁ ଶିକ୍ଷାଲାଭ କରି AAP ଏଥର ଇସୁଦିନ ଗାଧ୍ବୀଙ୍କୁ(Isudan Gadhvi) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଇସୁଦିନ ଏକ ଲୋକପ୍ରିୟ ଗୁଜରାଟୀ ଟିଭି ନ୍ୟୁଜ ଚ୍ୟାନେଲର(popular Gujarati TV news channel -VTV) ଆଙ୍କରରୁ ରାଜନେତା ବନିଛନ୍ତି । ଫଳରେ ଦେଖିବା ଅତି ରୋଚକ ହେବ ଯେ, ଯଦି ସତ୍ତା ବଜାୟ ରଖେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ପଷ୍ଟ କରିନଥିବା ବିଜେପି କଣ ନିଷ୍ପତ୍ତି ନେଉଛି । ମାତ୍ର ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ(Amit Shah) ଏକ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ଯେ, ଯଦି ବିଜେପି କ୍ଷମତା ବଜାୟ ରଖେ ତେବେ ଭୁପେନ୍ଦ୍ର ପଟେଲ ହିଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ ।

୨୦୧୭ ବିଧାନସବା ନିର୍ବାଚନ ବିଜେପି ପାଇଁ ଆକଳନ ପାଇଁ ଅଧିକ କଷ୍ଟକର ରହିଥିଲା । ପ୍ରଚାରର ଶେଷ ଦୁଇ ସପ୍ତାହରେ ସାରା ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇମୋସନାଲ ବାର୍ତ୍ତା ଯୋଗୁଁ ଦଳକୁ ବଞ୍ଚାଇ ଦେଇଥିଲା । ଦଳବିରୋଧୀ ଜନ ଅସନ୍ତୋଷ(Anti-incumbency) ଓ ଅନ୍ୟକାରଣ ପାଇଁ ଦଳର ଆସନ ସଂଖ୍ୟା କମ ହୋଇଥିଲା । ଫଳରେ ୨୦୧୭ରୁ ଶିକ୍ଷାଲାଭ କରି ଆହୁରି ୫ ବର୍ଷ ଜନଅସନ୍ତୋଷ କାଳେ ଅଧିକ ବୁମେରାଂ ହେବ ଚିନ୍ତାକରି, ଆଗୁଆ ସତର୍କ ହୋଇ କ୍ଷମତା ବଜାୟ ରଖିବାକୁ ଜୋରଦାର କସରତ ଚଳାଇଛି ବିଜେପି ।

ପ୍ରତ୍ୟେକଥର ଗୁଜରାଟ ବିଧାନସଭା ଅତି ଉତ୍ସାହଜନକ:

ତେବେ ଅତୀତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଗୁଡିକର ରେମାଞ୍ଚକର ଇତିହାସ ଅନୁଯାୟୀ ପ୍ରତ୍ୟେକଥର ଗୁଜରାଟ ବିଧାନସଭା ଅତି ଉତ୍ସାହଜନକ ହୋଇଛି । ବର୍ଷ ୧୯୬୦ରେ ରାଜ୍ୟ ଗଠିତ ହେବାପରେ ପ୍ରଥମ ଥର ବର୍ଷ ୧୯୬୨ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ସେତେବେଳେ ବିଧାନସଭାର ଆସନ ସଂଖ୍ୟା ଥିଲା ୧୫୪ । ପ୍ରଥମ ଥର କଂଗ୍ରେସ ସରକାର କରେ, ମାତ୍ର ୧୯୬୫ରେ କଂଗ୍ରେସର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ବଲୱନ୍ତରାଏ ମେହତାଙ୍କ(Balwantrai Mehta) ଦେହାନ୍ତ ହୁଏ । କୁଚ୍‌ ବର୍ଡର ନିକଟରେ ପାକିସ୍ତାନୀ ସେନା ତାଙ୍କର ବିମାନକୁ ଖସାଇ ଦେବାଫଳରେ ତାଙ୍କର ଅକାଳ ବିୟୋଗ ହୁଏ ।

ଗୁଜରାଟରେ ଲାଗିଛି ରାଷ୍ଟ୍ରପତି ଶାସନ

ପରେ ତାଙ୍କ ସ୍ଥାନ ନେଇଥିବା ହିତେନ୍ଦ୍ର ଦେଶାଇ ୧୯୬୭ ନିର୍ବାଚନରେ ବିଜୟୀ ହୁଅନ୍ତି । ତେବେ ୧୯୭୧ରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଏ । ଗୁଜରାଟରେ ୪ ଥର ଲାଗିଛି ରାଷ୍ଟ୍ରପତି ଶାସନ(President’s Rule in Gujarat), ଏହାମଧ୍ୟରୁ ଏମର୍ଜେନ୍ସି ସମୟରେ(Emergency period) ଗୋଟିଏ ଥର ଲାଗିଥିଲା ।

ଛାତ୍ର ଆନ୍ଦୋଳନ ଛଡାଇନେଇଥିଲା ମୁଖ୍ୟମନ୍ତ୍ରୀ ଗାଦି

୧୯୭୩ରେ ନିର୍ବାଚିତ ହୋଇଥିବା ଚିମନଭାଇ ପଟେଲ, ନବନିର୍ମାଣ ଆନ୍ଦୋଳନ(Reconstruction agitation) କାରଣରୁ ଅଳ୍ପ ସମୟ ମଧ୍ୟରେ ପଦ ହରାଇବାକୁ ପଡେ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଛାତ୍ରନେତା ମାନଙ୍କ ଦ୍ବାରା ଏହି ମହାଆନ୍ଦୋଳନ ହୋଇଥିଲା । ପରେ ୧୯୭୫ରେ ବାସୁଭାଇ ଜସଭାଇ ପଟେଲଙ୍କ(Babubhai Jasbhai Patel) ନେତୃତ୍ବରେ ଜନତା ମୋର୍ଚ୍ଚା(Janta Morcha) ରାଜ୍ୟରେ ପ୍ରଥମ ଅଣକଂଗ୍ରେସ ସରକାର ଗଢନ୍ତି । ତେବେ ସେ କ୍ଷମତାକୁ ଆସିବାର କିଛି ମାସ ପରେ ଦେଶରେ ଜରୁରୀକାଳୀନ(Emergency) ସ୍ଥିତି ଘୋଷଣା ହୋଇଯାଏ ।

କଂଗ୍ରେସର ଭୋଟ ବ୍ୟାଙ୍କ୍‌ ରଣନୀତି

ତେବେ ୧୯୮୦ରେ ମାଧବସିଂ ସୋଲାଙ୍କିଙ୍କ(Madhavsinh Solanki) ନେତୃତ୍ବରେ ନିଜର ପୂର୍ବ ୧୯୮୫ ରେକର୍ଡ ଭାଙ୍ଗି ପୁନର୍ବାର କ୍ଷମତାକୁ ଫେରେ କଂଗ୍ରେସ ଓ ୧୪୯ ସିଟ୍‌ ହାସଲ କରେ । ଗୁଜରାଟରେ ଏହା କୌଣସି ଦଳ ହାତେଇଥିବା ସିଟ୍‌ ଠାରୁ ସର୍ବାଧିକ(Highest-ever seat record) । ଏହାର ସଫଳତାର ଶ୍ରେୟ ତାଙ୍କର ସାମାଜିକ ଇଞ୍ଜିନିୟରିଂ ସିଦ୍ଧାନ୍ତ(Social engineering theory) ଓ ଭୋଟ ବ୍ୟାଙ୍କ୍‌ ପରୀକ୍ଷଣ- ଖାମ, କ୍ଷତ୍ରୀୟ, ହରିଜନ, ଆଦିବାସୀ ଓ ମୁସଲିମକୁ(KHAM - Kshatriya, Harijan, Adivasi and Muslims) ଦିଆଯାଏ । ତେବେ ସୋଲାଙ୍କିଙ୍କୁ କ୍ଷମତାର ଶୀର୍ଷରେ ପହଞ୍ଚାଇଥିବା ଏହି ରଣନୀତି ତାଙ୍କୁ ତଳକୁ ମଧ୍ୟ ନେଇଯାଏ ।

ଗୁଜରାଟ ରାଜନୀତିର ଟର୍ଣ୍ଣିଂ ପଏଣ୍ଟ

ଏହା ବିଶ୍ବାସ କରାଯାଏ ଯେ, ଗୁଜରାଟ ରାଜନୀତିରେ ଘଟିଥିବା ଏହି ଟର୍ଣ୍ଣିଂ ପଏଣ୍ଟ ଓ ଜାତି ଆଧାରରେ ରଣନୀତି(Turning point for Gujarat politics) ୧୯୮୦ରେ କଂଗ୍ରେସକୁ ପ୍ରତ୍ୟେକ୍ଷ ଭାବେ ସହାୟକ ହୁଏ ଓ ୧୯୯୦ ପରେ ବିଜେପିଙ୍କୁ ପରୋକ୍ଷ ଭାବେ ସଫଳ ହେବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୁଏ । ପରବର୍ତ୍ତୀ ସମୟରେ ସବୁଠୁ ଅଧିକ ପ୍ରଭାବିତ ଥିବା ପଟେଲ ସମୁଦାୟର ଭୋଟ ବ୍ୟାଙ୍କ୍‌ ଧିରେ ଧିରେ କଂଗ୍ରେସ ହାତରୁ ଖସିଯାଏ । ପରିଣାମସ୍ବରୂପ ଉଚ୍ଚଜାତିର ଭୋଟ ଗେରୁଆ ଦଳ ପାଇଁ ଶକ୍ତି ଓ ଗୁଜରାଟକୁ ଏକ ହିନ୍ଦୁତ୍ବ ଲାବୋରଟୋରୀ ଭାବେ ଗଢିବାକୁ ସହାୟକ ହୋଇଯାଏ ।

କଂଗ୍ରେସ ନାଁରେ ସର୍ବାଧିକ ଓ ସର୍ବନିମ୍ନ ସିଟ୍‌ ଜିତିବାର ରେକର୍ଡ

୧୯୮୫ରେ ୧୪୯ ସିଟ୍‌ ପରେ ୧୯୯୦ରେ କଂଗ୍ରେସ ଆଉ ଏକ ରେକର୍ଡ ସର୍ବନିମ୍ନ ସିଟ୍‌(Lowest ever) ହାତେଇବାର ରେକର୍ଡ ମଧ୍ୟ କରେ । ଏହା ପରଠାରୁ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ କିମ୍ବା ନିଜର ମୁଖ୍ୟମନ୍ତ୍ରୀ ଦେଖିପାରିନାହିଁ । ୧୯୯୦ ବିଧାନସଭା ନିର୍ବାଚନରେ ଚିମନଭାଇ ପଟେଲ୍‌ଙ୍କ (Chimanbhai Patel)ଜନତାଦଳ, ଭାରତୀୟ ଜନତା ଦଳର ସହାୟତାରେ କ୍ଷମତାକୁ ଆସିଥିଲା । ଗୁଜରାଟରେ ବିଜେପିର ଶାସନକୁ ଆସିବାର ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଥିଲା ।

୧୯୮୦ରେ ବିଜେପି ଗୁଜରାଟ ବିଧାନସଭା ନିର୍ବାଚନରେ ମାତ୍ର ୯ଟି ସିଟ୍‌ ଜିତିବାକୁ ସକ୍ଷମ ହୁଏ । KHAM ମୁଦ୍ଦା ଦଳର ସିଟ୍‌କୁ ୧୧ରୁ ୯କୁ ଖସାଇ ଦିଏ । କିନ୍ତୁ ୧୯୯୦ରେ ଦଳ, କଂଗ୍ରେସର ଆସନ ସଂଖ୍ୟା ଠାରୁ ଦୁଇଗଣା ଅର୍ଥାତ ୬୭ ଆସନରେ ବିଜୟୀ ହୁଏ । ଏହାପରଠାରୁ ପ୍ରାୟ ୩ ଦଶନ୍ଧୀ ଧରି କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ସହ କ୍ଷମତା ବଜାୟ ରଖିଛି ଭାରତୀୟ ଜନତା ପାର୍ଟି । ୧୯୯୫ରେ ବିଜେପି କେଶୁଭାଇ ପଟେଲଙ୍କ(Keshubhai Patel) ନେତୃତ୍ବରେ ୧୨୧ ଆସନ ସହ କ୍ଷମତାକୁ ଆସନ୍ତି । କିନ୍ତୁ ୩ ବର୍ଷ ମଧ୍ୟରେ ଗୁଜରାଟକୁ ୩ଜଣ ମୁଖ୍ୟମନ୍ତ୍ରୀ-ପଟେଲ, ଶଙ୍କରସିଂ ବାଘେଲା ଓ ଦିଲ୍ଲୀପ ପରିଖଙ୍କୁ ଦେଖିବାକୁ ପଡେ(Patel, Shankersinh Vaghela and Dilip Parikh.) ।

ନୂଆ ଦଳକୁ ଜନ୍ମ ଦେଲା ବିଦ୍ରୋହ

ଶଙ୍କରସିଂଙ୍କ ବିଦ୍ରୋହ ଅଳ୍ପ ସମୟ ପାଇଁ ତିଷ୍ଠିଥିବା ରାଷ୍ଟ୍ରୀୟ ଜନତା ପାର୍ଟିକୁ (Rashtriya Janata Party)ଜନ୍ମ ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସରେ ଏହାର ବିଲୟ ହୋଇଥିଲା । ୧୯୯୮ରେ ମଧ୍ୟକାଳୀନ ନିର୍ବାଚନ ମଧ୍ୟ ଦେଖିଛି ଗୁଜରାଟ । ଏହା ବିଜେପି ପାଇଁ ବରଦାନ ସାବ୍ୟସ୍ତ ହେବାସହ ୧୧୭ ଆସନରେ ବିଜୟୀ ହୋଇ ଶାସନକୁ ଫେରିଆସେ ବିଜେପି । ପରେ ୨୦୦୧ ଭୂମିକମ୍ପ ଘଟଣା ପରେ କେଶୁଭାଇଙ୍କ ଲୋକପ୍ରିୟତା କମ ହୁଏ। ପରେ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସ୍ଥାନ ନେବାପାଇଁ ଖୋଜା ଯାଏ । ୨୦୦୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ବନ୍ଦୋବସ୍ତ ଚାଲିଥିଲା ବୋଲି କୁହାଯାଏ ।

ନରେନ୍ଦ୍ର ମୋଦି ଅପରାଜେୟ

କିନ୍ତୁ ଫେବୃଆରୀ ୨୦୦୨ର ଗୁଜରାଟ ଦଙ୍ଗା ଘଟଣା ଭାରତୀୟ ରାଜନୀତିକୁ ବଦଳାଇଦିଏ । ବର୍ଷ ୨୦୦୨ରେ ମୋଦିଙ୍କ ନେତୃତ୍ବରେ ୧୨୭ ଆସନ ସହ ବିଜେପି କ୍ଷମତାକୁ ଆସେ । ଏହା ବିଜେପି ପାଇଁ ସେବେପର୍ଯ୍ୟନ୍ତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଥିଲା, ଏହାକୁ ଏଯାବତ ମଧ୍ୟ ପାର୍‌ କରିପାରିନାହିଁ ।

୧୯୯୦ ପରଠାରୁ ପ୍ରତି ନିର୍ବାଚନରେ କଂଗ୍ରେସର ସିଟ୍‌ ସଂଖ୍ୟା ବୃଦ୍ଧି

ସବୁଠୁ ରୋଚକ କଥା ହେଉଛି, ଜାତୀୟ ସ୍ତରରେ ମୋଦିଙ୍କ ଲୋକପ୍ରିୟତା ନିରନ୍ତର ଶିଖରରେ ଥିବାବେଳେ ବର୍ଷ ୧୯୯୦ ଠାରୁ କଂଗ୍ରେସର ଆସନ ସଂଖ୍ୟା ପ୍ରତି ନିର୍ବାଚନରେ ବୃଦ୍ଧି ପାଇଛି । ବର୍ଷ ୧୯୯୦ରେ ୩୩ରୁ ୧୯୯୫ରେ ୪୫, ୧୯୯୮ରେ ୫୩, ୨୦୦୨ରେ ୫୧(ଗୋଧ୍ରା ଦଙ୍ଗା ପରେ), ୨୦୦୭ରେ ୫୯, ୨୦୧୨ରେ ୬୦ ଓ ୨୦୧୭ରେ ୭୭ ଆସନ ଜିତିଛି କଂଗ୍ରେସ । କେବଳ ୨୦୦୨ରେ ପୂର୍ବଥର ଠାରୁ କମ ବ୍ୟବଧାନରେ କମ ଆସନ ପାଇଥିଲା ଦଳ ।

Last Updated : Nov 18, 2022, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.