ETV Bharat / bharat

Gujarat polls 2022: ଘାଟଲୋଦ୍ୟା ଆସନରୁ ନାମାଙ୍କନ ଭରିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

author img

By

Published : Nov 16, 2022, 6:19 PM IST

ଗୁଜୁରାଟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ । ଘାଟଲୋଦ୍ୟା ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଭୂପେନ୍ଦ୍ର ପଟେଲଙ୍କ ସହ ସାମିଲ ହେଲେ ଅମିତ ଶାହ । ଅଧିକ ପଢନ୍ତୁ

Gujarat polls 2022: ଘାଟଲୋଦ୍ୟା ଆସନରୁ ନାମାଙ୍କନ ଭରିଲେ ଭୁପେନ୍ଦ୍ର ପଟଲେ

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ଥିଲା ବେଳେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଦ୍ୟା ବିଧାନସଭା ଆସନରୁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜ୍ୟ ବିଜେପିର କିଛି ବଡ ନେତା ମଧ୍ୟ ଉପସ୍ଥିତ ଥିଲେ ।

ତେବେ ସ୍ଥାନୀୟ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଶାହ ଓ ପଟେଲ ଏକ ରୋଡ ଶୋ ମଧ୍ୟ କରିଥିଲେ । ପରେ ଏକ ରାଲି ଓ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ ଉଭୟ । ତେବେ ଅହମ୍ମଦାବାଦରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଭୂପେନ୍ଦ୍ର ପଟେଲ ପୁଣି ଥରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ନେଇ ଶାହ ଘୋଷଣା ମଧ୍ୟ କରିଥିଲେ । ରାଜ୍ୟରେ ପୁଣି ଥରେ ବିଜେପି ହିଁ ରାଜ୍ୟରେ ସରକାର ଗଠନ କରିବ ଓ ପୂର୍ବ ନିର୍ବାଚନ ଫଳାଫଳ ଠାରୁ ଅଧିକ ଆସନ ଜିତିବ ବୋଲି ଶାହ ଦମ୍ଭୋକ୍ତି ଦେଖାଇଥିଲେ ।

ବିଜେପି ସୋମବାର 4ର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ 2 ମହିଳାଙ୍କ ସମେତ ମୋଟ 12ଜଣ ପ୍ରାର୍ଥୀ ଘୋଷଣା କରିଛି ଦଳ । ସେହିପରି ମୋଟ 182ଆସନ ମଧ୍ୟରୁ ଦଳ ବର୍ତ୍ତମାନ ସୁଦ୍ଧା ଏକାଧିକ ପର୍ଯ୍ୟାୟରେ 167 ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଡିସେମ୍ବର 1 ତାରିଖ ଓ 5 ତାରିଖରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଛି । ସେହିପରି 8 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି ।

ଗତ 27ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହି ଆସିଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଠନ କରିବା ନେଇ ଦମ୍ଭ ଦେଖାଉଥିବା ବେଳେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟ ନିର୍ବାଚନରେ ବିଜୟୀ ହେବା ପାଇଁ ଲାଗି ପଡିଛନ୍ତି । କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ନିଜକୁ ବିଜେପିର ବିକଳ୍ପ ବୋଲି ଦାବି କରିବା ସହ ଗୁଜୁରାଟବାସୀ ଚଳିତଥର ପରିବର୍ତ୍ତନ ଚାହୁଁଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.