ETV Bharat / bharat

ବିମାନ ବନ୍ଦରରୁ ଟିଏମସି ମୁଖପାତ୍ର ଗିରଫ, ଦିନିକିଆ ରିମାଣ୍ଡରେ ନେଲା ଗୁଜୁରାଟ ପୋଲିସ - ଟିଏମସିର ମୁଖପାତ୍ର ସାକେତ ଗୋଖଲେ

ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଜୟପୁର ବିମାନ ବନ୍ଦରରୁ ଗିରଫ କଲା ଗୁଜୁରାଟ ପୋଲିସ । ରାଜନୈତିକ ପ୍ରତିଶୋଧ ଭାବନା ନେଇ ଗିରଫ କରାଯାଇଥିବା ଅଭିଯୋଗ ଆଣିଲେ ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍ । ଅଧିକ ପଢନ୍ତୁ

ବିମାନ ବନ୍ଦରରୁ ଟିଏମସି ମୁଖପାତ୍ର ଗିରଫ
ବିମାନ ବନ୍ଦରରୁ ଟିଏମସି ମୁଖପାତ୍ର ଗିରଫ
author img

By

Published : Dec 6, 2022, 1:04 PM IST

Updated : Dec 6, 2022, 9:49 PM IST

ନୂଆଦିଲ୍ଲୀ: ଜୟପୁରର ବିମାନବନ୍ଦରରୁ ଟିଏମସି ମୁଖପାତ୍ରଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ(Gujarat Police arrested TMC Spokesperson Saket Gokhale) । ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରାଯାଇଛି । ତେବେ ରାଜନୈତିକ ପ୍ରତିଶୋଧ ଭାବନା ନେଇ ପୋଲିସ ତାଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ଟିଏମସି । କେଉଁ ପରିସ୍ଥିତିରେ ସାକେତ ଗୋଖଲେଙ୍କୁ ଗିରଫ କରାଯାଇଥିଲା ସେ ବିଷୟରେ ଟ୍ବିଟ କରି ବିସ୍ତୃତ ସୂଚନା ଦେଇଛନ୍ତି ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍( TMC Rajya Sabha MP Derek OBrien)। ଏପଟେ ଦିନିକିଆ ରିମାଣ୍ଡରେ ନେଲା ଗୁଜୁରାଟ ପୋଲିସ ।

  • TMC national spokesperson @SaketGokhale arrested by Gujarat Police.

    Saket took a 9pm flight from New Delhi to Jaipur on Mon. When he landed, Gujarat Police was at the airport in Rajasthan waiting for him and picked him up. 1/3

    — Derek O'Brien | ডেরেক ও'ব্রায়েন (@derekobrienmp) December 6, 2022 " class="align-text-top noRightClick twitterSection" data=" ">

ଡେରେକ ଓବ୍ରାଇନ ଟ୍ବିଟ କରି କହିଛନ୍ତି ଯେ, ''ସୋମବାର ଦିନ ଗୋଖଲେ ରାତି ୯ଟା ସମୟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଜୟପୁରକୁ ଯାତ୍ରା ଆରମ୍ଭ କରିଥିଲେ। ଯେତେବେଳେ ସେ ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲେ ସେତେବେଳେ ଗୁଜୁରାଟ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ଏହାପରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଗୋଖଲେ ତାଙ୍କ ମାଆଙ୍କ ସହ ଫୋନରେ ବାର୍ତ୍ତାଳାପ କରି ପୋଲିସ ତାଙ୍କୁ ଅହମ୍ମଦାବାଦକୁ ନେଉଛି ଏବଂ ଅପରାହ୍ନ ସୁଦ୍ଧା ସେ ଅହମ୍ମଦାବାଦରେ ପହଞ୍ଚିବେ ବୋଲି ଜଣାଇଥିଲେ । ପୋଲିସ ଗୋଖେଲଙ୍କୁ ଦୁଇ ମିନିଟର ଫୋନରେ କଥା ହେବାକୁ ଦେଇଥିଲା ଏବଂ ତା’ପରେ ତାଙ୍କ ଫୋନ୍ ଏବଂ ସମସ୍ତ ଜିନିଷପତ୍ର ତାଙ୍କ ଠାରୁ ଛଡାଇ ନେଇଥିଲା ବୋଲି କହିଛନ୍ତି ଟିଏମସି ସାଂସଦ'' ।

ଏହା ମଧ୍ୟ ପଢନ୍ତୁ-ଆସନ୍ତା 17ରେ ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ କରିବ MVA

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର୍ବି ବ୍ରିଜ ଭୁଶୁଡ଼ିବା ଘଟଣାରେ ଅହମ୍ମଦାବାଦ ସାଇବର ସେଲରେ ଗୋଖଲେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏସବୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଓ ବିରୋଧୀଙ୍କୁ କେବେ ବି ଚୁପ୍ କରିପାରିବ ନାହିଁ । ବିଜେପି ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।

Last Updated : Dec 6, 2022, 9:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.