ETV Bharat / bharat

ଜାମିନ ପାଇବାର କିଛି ସମୟ ପରେ ପୁଣି ଗିରଫ ହେଲେ ଗୁଜୁରାଟ ବିଧାୟକ ଜିଗ୍ନେଶ ମେଓ୍ବାନୀ - ଗୁଜୁରାଟ ବିଧାୟକ ଜିଗନେଶ ମେଭାନିଙ୍କୁ ଗିରଫ ଘଟଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ୍‌ କରି ଗିରଫ ହୋଇଥିବା ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ ପୁଣି ଗିରଫ । କିଛି ସମୟ ପୂର୍ବରୁ ମିଳିଥିଲା ଜାମିନ । ଅଧିକ ପଢନ୍ତୁ

ଜାମିନ ପାଇବାର କିଛି ସମୟ ପରେ ପୁଣି ଗିରଫ ହେଲେ ଗୁଜୁରାଟ ବିଧାୟକ ଜିଗ୍ନେଶ ମେଓ୍ବାନୀ

author img

By

Published : Apr 25, 2022, 5:50 PM IST

ଗୌହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ କରି ଗିରଫ ହୋଇଥିବା ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ଜାମିନ ମିଳିବାର ମାତ୍ର କିଛି ସମୟ ପରେ ଅନ୍ୟ ଏକ ମାମଲାରେ ପୁଣି ଗିରଫ କରାଯାଇଛି । ଆଜି (ସୋମବାର) ଆସାମର କୋକରାଝର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ସୂଚନା ମିଳିଥିଲା । ତେବେ ଆଶ୍ଚର୍ଯ୍ୟଜନକ ବିଷୟ ଯେ, ଜାମିନ ପ୍ରଦାନର ମାତ୍ର କିଛି ସମୟ ବ୍ୟବଧାନରେ ପୁଣି ଥରେ ତାଙ୍କୁ ଏକ ନୂତନ ମାମଲାରେ ଗିରଫଦାରୀର ସାମ୍ନା କରିବାକୁ ପଡିଛି ।

ବିଧାୟକଙ୍କ ଓକିଲ ଅଂଶୁମାନ ବୋରାଙ୍କ ପକ୍ଷରୁ ମିଳିିଥିବା ସୂଚନା ଅନୁସାରେ, ଜିଗ୍ନେଶଙ୍କ 3ଦିନିଆ ପୋଲିସ ରିମାଣ୍ଡ ଗତକାଲି (ରବିବାର) ଶେଷ ହୋଇଥିଲା । ଗତକାଲି ସଂନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ତାଙ୍କୁ ଅପରାହ୍ନରେ ବେଲ ମିଳିବା ପରେ ପୁଣି ଗିରଫ କରାଯାଇଛି । ତେବେ କେଉଁ ନୂଆ ମାମଲାରେ ତାଙ୍କୁ ଗିରଫ କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଆସାମ ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଟ୍ବିଟକୁ ନେଇ ଗୁରୁବାର ପ୍ରଥମେ ତାଙ୍କୁ ଗୁଜୁରାଟର ପାଲନପୁରରୁ ଗିରଫ କରିଥିଲା ଆସାମ ପୋଲିସର ଏକ ଟିମ । ପରେ ତାଙ୍କୁ ଆଜି ଆସାମର ଏକ ସ୍ଥାନୀୟ କୋର୍ଟରୁ ଜାମିନ ମଧ୍ୟ ମିଳିଥିଲା । ତେବେ ଜାମିନ ପାଇବାର ମାତ୍ର କିଛି ସମୟ ବ୍ୟବଧାନରେ ପୁଣି ତାଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.