ETV Bharat / bharat

Jignesh Mevani Granted Bail: ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ

author img

By

Published : Apr 29, 2022, 5:23 PM IST

ଶେଷରେ ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ । ଆସାମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ମିଳିଲା ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଜାମିନ

ଗୌହାଟୀ: ଶେଷରେ ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ । ଆସାମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆସାମ ପୋଲିସ ବିଭାଗର ଜଣେ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଆସାମ ପୋଲିସ ତାଙ୍କୁ ଗିରଫ କରିଥିଲା ।

ତେବେ ଆଜି ମୱାନୀଙ୍କ ଜାମିନ ଆବେଦନର ରାୟ ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି ଆସାମ କୋର୍ଟ । ତେବେ ଆସାମ ବାରପେଟା ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ଗତକାଲି ତାଙ୍କ ଜାମିନ ଆବେଦନର ଶୁଣାଣି କରି ନିଜ ରାୟ ସଂରକ୍ଷିତ ରଖିଥିଲେ । ମାତ୍ର ଆଜି ଏହି ରାୟ ଆସିବ ବୋଲି ମେୱାନୀଙ୍କ ଆଇନଜୀବୀ ଅଙ୍ଗସୁମନ ବୋରା ସୂଚନା ଦେଇଥିଲେ । ବିଧାୟକ ଜିଗ୍ନେଶ ମେଓ୍ବାନୀ ଏକ ମାରପିଟ୍ ମାମଲାରେ ୫ ଦିନିଆ ପୋଲିସ ରିମାଣ୍ଡରେ ରହିଥିଲେ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ୍ ପାଇଁ ଏପ୍ରିଲ ୨୦ ତାରିଖ ରାତିରେ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ଗିରଫ କରିଥିଲା ଆସାମ ପୋଲିସ । ସେପଟେ ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କୁ ମାରପିଟ୍ ଓ ଦୁର୍ବବ୍ୟବହାର କରିବା ଅଭିଯୋଗରେ ବାରପେଟା ପୋଲିସ ତାଙ୍କୁ ପୁଣି ଗିରଫ କରିଥିଲା । ମେଓ୍ବାନୀଙ୍କ ବିରୁଦ୍ଧରେ ଧାରା 120 ବି(ଅପରାଧିକ ଷଡଯନ୍ତ୍ର) ଧାରା 153 (ଏ)(ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା), 295(ଏ) ଏବଂ ଧାରା 504 ଅନୁଯାୟୀ ପୋଲିସ ମାମଲା ରୁଜୁ କରିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.