ଗାନ୍ଧୀନଗର: ଚିକିତ୍ସାରେ ଚରମ ଅବହେଳାକୁ ନେଇ ଗୁଜୁରାଟରୁ ସାମ୍ନାକୁ ଆସିଛି ବଡ ଖବର । କିଡନୀରେ ପଥର କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଜଣେ ରୋଗୀ । ହେଲେ ଡାକ୍ତର ପଥର କାଢିବା ପରିବର୍ତ୍ତେ ଅପରେସନ କରି ସମ୍ପୂର୍ଣ୍ଣ କିଡନୀ କାଢି ଦେଇଥିଲେ । ଏବେ ହସ୍ପିଟାଲକୁ ଭରିବାକୁ ପଡିବ କ୍ଷତିପୂରଣ ।
ଜରୁରୀ ଅଙ୍ଗ କାଢିଦେବା କାରଣରୁ ୪ ମାସ ମଧ୍ୟରେ ରୋଗୀର ମୃତ୍ୟୁ ହୋଇଯାଇଥିଲା । ୨୦୧୨ରେ ପ୍ରାଣ ହରାଇଥିଲେ ରୋଗୀ । ଏହି ମାମଲାରେ ଏବେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଭୋକ୍ତା ବିବାଦ ନିବାରଣ ଆୟୋଗ ।
ମହିସାଗର ଜିଲ୍ଲାର ବାଲାସିନୋରର ସ୍ଥିତ ଏକ ହସ୍ପିଟାଲର ଅବହେଳା ପରେ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ କନଜ୍ୟୁମର ଆୟୋଗରେ ମାମଲା ଦାଏର କରିଥିଲେ । ଆୟୋଗଙ୍କ ଆଦେଶ ଅନୁଯାୟୀ, ପ୍ରତ୍ୟେକ୍ଷ କିମ୍ବା ଅପ୍ରତ୍ୟେକ୍ଷ ରୂପରେ ଡାକ୍ତରଙ୍କ ଅବହେଳାରେ ହସ୍ପିଟାଲକୁ ମଧ୍ୟ ଦାୟୀ କରାଯାଇଛି । ୭.୫ ପ୍ରତିଶତ ସୁଧ ହାରରେ କ୍ଷତିପୂରଣ ଦେବାକୁ ଅଦାଲତ ନିଜ ନିର୍ଦ୍ଦେଶରେ କହିଛନ୍ତି ।