ETV Bharat / bharat

ଜନାଦେଶ ୨୦୨୨: ଆଜି ଗୁଜୁରାଟ-ହିମାଚଳ ଫଳାଫଳ, କ୍ଷମତା ବଜାୟ ରଖିବ କି ବିଜେପି

author img

By

Published : Dec 8, 2022, 7:12 AM IST

Updated : Dec 8, 2022, 7:18 AM IST

ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତି । ଫଳାଫଳ ଉପରେ ସଭିଙ୍କ ନଜର । ଅଧିକ ପଢନ୍ତୁ

ଜନାଦେଶ ୨୦୨୨: ଆଜି ଗୁଜୁରାଟ-ହିମାଚଳ ଭୋଟ ଗଣତି

ଗାନ୍ଧୀନଗର/ଶିମଲା: ଆଜି ଆସିବ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ (Gujarat, Himachal Pradesh Election Results) । ଗୁଜୁରାଟର ୧୮୨ ଓ ହିମାଚଳର ୬୮ ବିଧାନସଭା ଆସନରେ ଭୋଟ ଗଣତି ହେବ । ସକାଳ ୮ଟାରୁ ଏହି ଗଣତି ଆରମ୍ଭ ହେବ । ବିଜେପି ଗୁଜୁରାଟରେ ଲଗାତାର ସପ୍ତମ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଗୁଜୁରାଟରେ ଏକଜିଟ୍ ପୋଲ୍ ମଧ୍ୟ ବିଜେପି ସପକ୍ଷରେ ଯାଇଛି । ତେବେ ଏହି ରାଜ୍ୟରେ ସାଧାରଣତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଥିବା ବେଳେ ଏଥର ଏଠାରେ ଆପ୍ ମୈଦାନକୁ ଓହ୍ଲାଇଥିବାରୁ ଚଳିତ ଥର ତ୍ରିକୋଣୀୟ ଲଢେଇ ହେଉଛି । ସେପଟେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିବା କୁହାଯାଇଛି ।

ଗୁଜୁରାଟରେ ମୋଟ 182 ଆସନର ଭୋଟ ଗଣତି ପାଇଁ ମୋଟ 37କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ର ଗୁଡିକରେ ସୁରକ୍ଷା ଓ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ସମ୍ପୃକ୍ତ ସ୍ଥାନୀୟ ପ୍ରଶାସନ । ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଫଳାଫଳ ଉପରେ ସାରା ଦେଶର ନଜର ରହିଛି ।

ଏହାମଧ୍ୟ ପଢନ୍ତୁ: Himachal Poll Result: କଣ ରହିଛି ବିଜେପିର ପ୍ଲାନ-ବି, କିଙ୍ଗମେକର ସାଜିବେ ସ୍ୱାଧୀନ !

ହିମାଚଳରେ ମଧ୍ୟରେ ସକାଳ 8 ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ପୂର୍ବାହ୍ନ 12ଟା ସୁଦ୍ଧା ପ୍ରାୟତଃ ଫଳାଫଳ ନେଇ ସ୍ପଷ୍ଟ ସଙ୍କେତ ମିଳିବାକୁ ଥିବାବେଳେ ଅପରାହ୍ନରେ ନିର୍ବାଚନ କମିଶନ ଆନୁଷ୍ଠାନିକ ଘୋଷଣା କରିବେ । ତେବେ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ବ୍ୟତୀତ ଓଡିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାରସହର, ବିହାରର କୁରହାନି, ଛତିଶଗଡର ଭାନୁପ୍ରତାପପୁର, ଉତ୍ତରପ୍ରଦେଶର ରାମପୁର ଓ ଖଟୌଲି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଓ ମୈନପୁରୀ ଲୋକସଭା ଆସନର ଫଳ ମଧ୍ୟ ପ୍ରକାଶ ପାଇବ ।

Last Updated : Dec 8, 2022, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.