ETV Bharat / bharat

Rahul conviction: ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣିରୁ ନିଜେ ଓହରିଗଲେ ବିଚାରପତି - ରାହୁଲ ଗାନ୍ଧୀ

ଗୁଜୁରାଟ ହାଇକୋର୍ଟରେ ରାହୁଲଙ୍କ ଆବେଦନ ଶୁଣାଣିରୁ ନିଜେ ଓହରିଗଲେ ବିଚାରପତି ଜଷ୍ଟିସ ଗୀତା ଗୋପୀ । ଶେସନ କୋର୍ଟରୁ ନିରାଶ ହେବା ପରେ ରାହୁଲ ଏବେ ଗୁଜୁରାଟ ହାଇକୋର୍ଟରେ ହୋଇଛନ୍ତି ଦ୍ବାରସ୍ଥ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣିରୁ ନିଜେ ଓହରିଗଲେ ବିଚାରପତି

author img

By

Published : Apr 26, 2023, 8:55 PM IST

ଗାନ୍ଧୀନଗର: ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ରାୟ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ହେଲେ ଏହି ମାମଲାର ଶୁଣାଣିରୁ ନିଜେ ଓହରିଯାଇଛନ୍ତି ହାଇକୋର୍ଟର ଜଣେ ମହିଳା ବିଚାରପତି । ରାହୁଲ ଗାନ୍ଧୀଙ୍କ ଆବେଦନ ଶେସନ କୋର୍ଟରେ ଖାରଜ ହେବା ପରେ ସେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସେ ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ଜଷ୍ଟିସ ଗୀତା ଗୋପୀ ନିଜ ଆଡୁ ଓହରି ଯାଇଥିବା ସୂଚନା ମିଳିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ବହୁଚର୍ଚ୍ଚିତ ‘ମୋଦି ସାଙ୍ଗିଆ’ ମାନହାନୀ ମାମଲାରେ 2 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିନଥିଲା । ସେ ଏବେ ଜାମିନରେ ଅଛନ୍ତି । କିନ୍ତୁ ତୁରନ୍ତ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦିଆଯାଇଥିଲା ।

ନିଜ ଦୋଷୀ ସାବ୍ୟସ୍ତ ମାମଲାରେ ରାହୁଲ ସୁରଟ ଜିଲ୍ଲା ଶେସନ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ମନା କରିଦେବା ସହ ପିଟିସନକୁ ଖାରଜ କରିଥିଲେ । କୋର୍ଟ କହିଥିଲେ, ଏହି ମନ୍ତବ୍ୟ ଦେବା ସମୟରେ ରାହୁଲ ଗାନ୍ଧୀ ସଂସଦର ସଦସ୍ୟ ତଥା ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ସଭାପତି ହୋଇଥିବାରୁ ତାଙ୍କର ଭାଷା ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିଲା । କାରଣ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ତାଙ୍କ କଥାର ପ୍ରଭାବ ସମାଜରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତାଙ୍କ କ୍ଷେତ୍ରରେ ଏପରି କରିବା ଆଦୌ ଉଚିତ ନଥିଲା । ଏହି ଟିପ୍ପଣୀ ସହ ରାହୁଲଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ । ଶେସନ କୋର୍ଟରୁ ନିରାଶ ହେବା ପରେ ରାହୁଲ ଏବେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।

ମାର୍ଚ୍ଚ 24 ତାରିଖରେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାର ମାତ୍ର 3 ଦିନ ପରେ ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା । 22 ଏପ୍ରିଲ ସୁଦ୍ଧା ଦିଲ୍ଲୀର 12-ତୋଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ମିଳିଥିବା ବେଳେ ରାହୁଲ 21ରେ ନିଜ ବଙ୍ଗଳା ଖାଲି କରି ମା’ ସୋନିଆଙ୍କ ବଙ୍ଗଳାକୁ ଚାଲି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.