ETV Bharat / bharat

9 ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ, ଆଫଗାନିସ୍ତାନରୁ ଆସୁଥିଲା ଭାରତ

author img

By

Published : Sep 20, 2021, 1:53 PM IST

ଗୁଜୁରାଟ କଚ୍ଛର ମୁନ୍ଦ୍ରା ବିମାନବନ୍ଦରରୁ ଜବତ ହୋଇଛି 9 ହଜାର କୋଟି ଟଙ୍କାର ଡ୍ରଗ୍ସ । ତେବେ ଏହି ଡ୍ରଗ୍ସ ଆଫଗାନିସ୍ତାନରୁ ଆମଦାନୀ ହେଉଥିବା ବେଳେ ବିମାନ ବନ୍ଦରରେ ଧରାପଡିଛି । ଅଧିକ ପଢନ୍ତୁ...

9 ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ, ଆଫଗାନିସ୍ତାନରୁ ଆସୁଥିଲା ଭାରତ
9 ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ, ଆଫଗାନିସ୍ତାନରୁ ଆସୁଥିଲା ଭାରତ

ଗୁଜୁରାଟ: ବାରମ୍ବାର ଡ୍ରଗ୍ସ ମାଫିଆଙ୍କୁ ପୋଲିସ ଧରୁଥିବା ବେଳେ ଡ୍ରଗ୍ସ କାରବାର କିନ୍ତୁ ବନ୍ଦ ହେବାର ନାଁ ଧରୁନାହିଁ । ଡ୍ରଗ୍ସର ମାୟାଜାଲରେ ଏବେ ସାରା ଭାରତ । ଗୁଜୁରାଟର କଚ୍ଛ ମୁନ୍ଦ୍ରା ବିମାନବନ୍ଦରରୁ ଡ୍ରଗ୍ସ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ 9 ହଜାର କୋଟି ଟଙ୍କା ରହିଛି। ଏହି ଡ୍ରଗ୍ସ ଆଫଗାନିସ୍ତାନରୁ ଆମଦାନୀ ହେଉଥିବା ବେଳେ ବିମାନ ବନ୍ଦରରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଦ୍ବାରା ଧରାପଡିଥିଲା।

ଏହି ଡ୍ରଗ୍ସକୁ ଟାଲକମ୍ ପାଉଡର ଡବାରେ ଅତି ଚତୁରତାର ସହ ଭାରତୀୟ ସୀମାକୁ ଅଣାଯାଇଥିଲା। ଏବେ ପର୍ଯ୍ୟନ୍ତ ଧରାଯାଇଥିବା ଡ୍ରଗ୍ସ ମଧ୍ୟରୁ ଏହା ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଉଛି । ଆନ୍ଧ୍ରପ୍ରଦେଶର ବିଜୟୱାଡା ସ୍ଥିତ ‘ଆଶି ଟ୍ରେଡିଂ ଫାର୍ମ’ ପକ୍ଷରୁ ଆଫଗାନିସ୍ତାନରୁ ଏହି ବ୍ରାଉନସୁଗାର ଆମଦାନୀ କରାଯାଉଥିଲା । ରପ୍ତାନିକାରୀ ସଂସ୍ଥା ଆଫଗାନିସ୍ତାନର କାନ୍ଦାହାରରେ ଅବସ୍ଥିତ ହସନ ହୁସେନ୍ ଲିମିଟେଡ ବୋଲି ଚିହ୍ନଟ କରାଯାଇଛି। କଚ୍ଛ ଜିଲ୍ଲାର ମୁନ୍ଦ୍ରା ବନ୍ଦରରେ ଜବତ ଡ୍ରଗ୍ସ ମାମଲାରେ ତଦନ୍ତ କରିଛି ଡିଆରଆଇ । ମୁନ୍ଦ୍ରା ବନ୍ଦର ବ୍ୟତୀତ ଗାନ୍ଧୀଧାମ, ମାଣ୍ଡଭି, ଦିଲ୍ଲୀ, ଅହମ୍ମଦାବାଦ ଏବଂ ଚେନ୍ନାଇ ସମେତ ଅନ୍ୟ 5 ଟି ସହରରେ ମଧ୍ୟ ଯାଞ୍ଚ ଚାଲିଛି । ଏହା ସହିତ କେଉଁମାନେ ଏଥିରେ ଜଡିତ ଅଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିପାରେ ।

ଆନ୍ଧ୍ରପ୍ରଦେଶ ବିଜୟୱାଡାର ଆଶି ଟ୍ରେଡିଂ କମ୍ପାନୀ ଦ୍ବାରା ସାମଗ୍ରୀ ଲୋଡ୍ ହେବା ସମୟରେ ପାତ୍ରରେ ସେମି ପ୍ରୋସିଡ ଟାଲ୍କ ଷ୍ଟୋନ ଥିବା ସୂଚନା ଦିଆଯାଇଥିଲା। ଏହି ଡ୍ରଗ୍ସ ଇରାନର ଆବାସ୍ ବନ୍ଦରରୁ ଲୋଡ୍ ହୋଇଥିଲା । ଏହି ସାମଗ୍ରୀ ଆଫଗାନିସ୍ତାନର ଅଟେ । ଡିଆରଆଇ ଟିମ୍ ସୂଚନା ପାଇବା ମାତ୍ରେ ଅପରେସନ୍ ଆରମ୍ଭ କରିଥିଲା । ଦୁଇଟି ପାତ୍ର ଯାଞ୍ଚ କରାଯିବାରୁ ଉଭୟ ପାତ୍ରରୁ ଆନୁମାନିକ 3000 କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.