ETV Bharat / bharat

PM Modi Degree Case: କେଜ୍ରିୱାଲଙ୍କୁ ଝଟକା, ହସ୍ତକ୍ଷେପ କରିବେନି ଗୁଜୁରାଟ ହାଇକୋର୍ଟ

author img

By

Published : Aug 11, 2023, 8:01 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ଝଟକା । ନିମ୍ନ ଅଦାଲତର ଶୁଣାଣିରେ ହସ୍ତକ୍ଷେପ ନକରିବାକୁ ମନା କଲେ ଗୁଜୁରାଟ ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ଗାନ୍ଧୀନଗର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣିକୁ ସ୍ଥଗିତ କରିବା ଲାଗି କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ସେ ନିମ୍ନ ଅଦାଲତର ଶୁଣାଣି ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ଅହମ୍ମଦାବାଦ ମେଟ୍ରୋ କୋର୍ଟରୁ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଥିଲା । ତେବେ ଏହି ସମନକୁ ରଦ୍ଦ କରିବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆପ୍‌ ସାଂସଦ ସଞ୍ଜ ୟିଂ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଉଭୟ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ଗୁଜୁରାଟ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ପୀୟୂଷ ପଟେଲ । ଏନେଇ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଅହମ୍ମଦାବାଦ ମେଟ୍ରୋ କୋର୍ଟଙ୍କ ଦାରସ୍ଥ ହୋଇଥିଲେ । କୋର୍ଟରେ ହାଜର ହେବା ଲାଗି ଉଭୟ ନେତାଙ୍କୁ ସମନ ଜାରି କରାଯାଇଥିଲା । ମାତ୍ର ଦିଲ୍ଲୀରେ ବନ୍ୟା ଯୋଗୁଁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ କେଜ୍ରିୱାଲ ।

ଏହା ବି ପଢନ୍ତୁ- PM Modi Degree Row: ମାମଲାର ପୁନଃ ବିଚାର ପାଇଁ ପିଟିସନ ଦାଖଲ କଲେ କେଜ୍ରିୱାଲ

ଏହାସହ ଏହି ସମନକୁ ଚ୍ୟାଲେଞ୍ଜ କରି ସେ ସେସନ୍‌ କୋର୍ଟରେ ଆବେଦନ କରିଥିଲେ । ସେସନ୍‌ କୋର୍ଟରୁ ଆଶ୍ବସ୍ତି ନମିଳିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଆଜି ଶୁଣାଣି ହୋଇଥିବା ବେଳେ ହସ୍ତକ୍ଷେପ ନକରିବା ଲାଗି ମନା କରିଛନ୍ତି ହାଇକୋର୍ଟ । କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ ଆଜି (ଅଗଷ୍ଟ ୧୧)ତାରିଖରେ ମେଟ୍ରୋ କୋର୍ଟରେ ହାଜର ହେବା ଲାଗି ସମନ ଜାରି ହୋଇଥିଲା । ଏଥିଲାଗି ମାମଲାର ତ୍ବରିତ ଶୁଣାଣି ଲାଗି ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ । ତେବେ ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

କଣ ପୁରା ମାମଲା ?:- ଗତ ମାର୍ଚ୍ଚ ୩୧ ତାରିଖରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟ ସାର୍ବଜନୀନ ନକରିବା ଲାଗି ଗୁଜୁରାଟ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ରାୟ ଆସିବାର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୧ ତାରିଖରେ କେଜ୍ରିୱାଲ ପ୍ରେସ୍‌ କନଫରେନ୍ସରେ ପୁଣି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏପରିକି ଟ୍ବିଟର୍‌ ହ୍ୟାଣ୍ଡେଲରେ ଏ ନେଇ ପୋଷ୍ଟ କରିଥିଲେ । ଏହାପରେ ଏପ୍ରିଲ ୨ ତାରିଖରେ ଆପ୍‌ ସାଂସଦ ସଞ୍ଜୟ ସିଂ ମଧ୍ୟ ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏନେଇ ଗୁଜୁରାଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଅହମ୍ମଦାବାଦ ମେଟ୍ରୋ କୋର୍ଟରେ ଉଭୟ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ଶୁଣାଣି କରିଥିଲେ ଅହମ୍ମଦାବାଦ ମେଟ୍ରୋ କୋର୍ଟ । ଶୁଣାଣି ସମୟରେ କୋର୍ଟରେ ହାଜର ହେବା ଲାଗି ମେଟ୍ରୋ କୋର୍ଟ ଉଭୟ ନେତାଙ୍କୁ ସମନ ଜାରି କରିଥିଲେ । ମାତ୍ର ଦିଲ୍ଲୀରେ ବନ୍ୟା ଯୋଗୁଁ ସେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ସ୍ଥିତି ସୁଧୁରିବା ପରେ ମଧ୍ୟ କୋର୍ଟରେ ହାଜର ନହେବାକୁ ନେଇ ମଧ୍ୟ ଆଜି ଗୁଜୁରାଟ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.