ETV Bharat / bharat

Azadi march case: ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ୩ ମାସ ଜେଲ୍‌ - ଗୁଜୁରାଟ ବିଧାୟକ ଜିଗ୍ନେଶ ମୋଓ୍ବାନୀ

୨୦୧୭ ଆଜାଦି ମାର୍ଚ୍ଚ ଆୟୋଜନ ଘଟଣାରେ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କ ସମେତ ୧୦ ଜଣଙ୍କୁ ୩ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

Azadi march case: ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ 9 ମାସ ଜେଲ

author img

By

Published : May 5, 2022, 6:13 PM IST

ଗାନ୍ଧୀନଗର: କାର୍ଯ୍ୟାନୁଷ୍ଠାନର ପରିଧିରୁ ମୁକୁଳି ପାରୁନାହାନ୍ତି ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ(MLA Jignesh Mevani) । ଆଜି (ଗୁରୁବାର) ଗୁଜୁରାଟର ଏକ ମାଜିଷ୍ଟ୍ରେଟାଲ କୋର୍ଟ ୫ବର୍ଷ ପୁରୁଣା ତଥା ୨୦୧୭ରେ ପ୍ରଶାସନର ବିନା ଅନୁମତିରେ ଆଜାଦି ମାର୍ଚ୍ଚ ଆୟୋଜନ କରିବା ମାମଲାର ଶୁଣାଣି କରି ବିଧାୟକ ଜିଗ୍ନେଶଙ୍କ ସମେତ ମୋଟ ୧୦ଜଣଙ୍କୁ ଆର୍ଥିକ ଜୋରିମାନା ସହ ୩ ମାସ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅତିରିକ୍ତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜେ.ଏ ପାରମାର ଆଜି ଏହି ମାମଲାର ଶୁଣାଣି କରିଥିଲେ । ୫ବର୍ଷ ତଳେ ଅର୍ଥାତ, ଜୁଲାଇ ୨୦୧୭ରେ ଗୁଜୁରାଟର ବିନାଶରେ ମେହସାନାରୁ ଧାନେରା ପର୍ଯ୍ୟନ୍ତ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କ ନେତୃତ୍ବରେ ଆଜାଦି ମାର୍ଚ୍ଚ ଆୟୋଜିତ ହୋଇଥିଲା ।

ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ମାର୍ଚ୍ଚ ବାହାରିଥିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୩ ଅନୁଯାୟୀ, NCP କାର୍ଯ୍ୟକର୍ତ୍ତା ରେଶମା ପଟେଲ ଏବଂ ବିଧାୟକ ଜିଗ୍ନେଶଙ୍କ ସମେତ ତାଙ୍କ ଦଳ ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚର କିଛି ସଦସ୍ୟଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ୨ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆଜି ବିଧାୟକ ଜିଗ୍ନେଶଙ୍କ ସମେତ ମୋଟ ୧୦ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.