ଗାନ୍ଧୀନଗର: ସୁରତ କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସାଧାରଣ ନିର୍ବାଚନ ସମୟରେ ବିବାଦୀୟ ମନ୍ତବ୍ୟ ନେଇ ରାହୁଲଙ୍କ ନାଁରେ ମାମଲା ଦାୟର ହୋଇଥିଲା । ହୋଇଥିବା ମାମଲାରେ ପକ୍ଷ ରଖିବେ ରାହୁଲ ।
ସୁଚନାଅନୁସାରେ, ଏପ୍ରିଲ 13ରେ କର୍ଣ୍ଣାଟକ ଲୋକସଭା ନିର୍ବାଚନ ରାଲିରେ ରାହୁଲ କହିଥିଲେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି... ସମସ୍ତ ଚୋରଙ୍କ ନାଁ ପଛରେ କାହିଁକି ମୋଦି ରହିଛି । ରାହୁଲଙ୍କ ଏହି ବିବାଦୀୟ ମନ୍ତବ୍ୟ ପାଇଁ ସୁରତ-ପଶ୍ଚିମର ବିଧାୟକ ପୂର୍ଣ୍ଣେଶ ମୋଦି କୋର୍ଟରେ ଆଇପିସିର ଧାରା ୪୯୯ ଏବଂ ୫୦୦ ଉଲ୍ଲଂଘନ ପାଇଁ ମାନହାନୀ ମୋକଦ୍ଦମା ମାମଲା ଦାୟର କରିଥିଲେ ।
ପୂର୍ଣ୍ଣେଶ ମୋଦି ତାଙ୍କ ଅଭିଯୋଗରେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବିବାଦୀୟ ମନ୍ତବ୍ୟରେ ସମଗ୍ର ମୋଦି ସମୁଦାୟଙ୍କୁ ଅସମ୍ମାନିତ କରିଛନ୍ତି । ଏ ନେଇ 2019 ଅକ୍ଟୋବର 11ତାରିଖରେ ସୁରତ କୋର୍ଟରେ ହାଜର ହୋଇଥିଲେ ରାହୁଲ । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇନଥିଲେ ।
ଏହା ସହିତ 2019ରେ ବିହାର କୋର୍ଟରେ ରାହୁଲଙ୍କ ନାମରେ ଆଉ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଣିଥିଲେ ବିଜେପି ନେତା ମନୋଜ ମୋଦି । ବିଜେପି ନେତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରାହୁଲଙ୍କ ମନ୍ତବ୍ୟ ଆମକୁ ଗଭୀର ଦୁଃଖ ଦେଇଛି । ସେଠାରେ ବି ଉପନାମ ଅନୁସାରେ ସବୁ ମୋଦି ଚୋର ଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ।
ଏନେଇ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସମାନ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଖାଲି ସେତିକି ନୁହେଁ ରାଫେଲ ମାମଲାରେ ମୋଦିଙ୍କୁ ଟାର୍ଗେଟ କରି 'ଚୌକିଦାର ଚୌର ହେ' ଭଳି ମନ୍ତବ୍ୟ ଦେଇଥିଲେ ରାହୁଲ । ଏ ନେଇ ବିଜେପି ସାଂସଦ ମୀନାକ୍ଷୀ ଲେଖି ରାହୁଲଙ୍କ ନାଁରେ ମାମଲା ଦାୟର କରିଥିଲେ ।
ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ