ETV Bharat / bharat

ପେଶାରେ ସିଭିଲ ଇଞ୍ଜିନିୟର, ବସ୍ତି ପିଲାଙ୍କୁ ମାଗଣାରେ ପଢାଉଛନ୍ତି ପାଠ

author img

By

Published : Jun 27, 2022, 10:09 AM IST

ଗୁଜୁରାଟର ଭଦଦୋରାରେ ବସ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ସାଜିଛନ୍ତି ଯୁବ ସିଭିଲ ଇଞ୍ଜିନିୟର । ରାସ୍ତା କଡରେ ବିନା ପାରିଶ୍ରମିକରେ ପଢାଉଛନ୍ତି ପାଠ । ଅଧିକ ପଢନ୍ତୁ

ପେଶାରେ ସିଭିଲ ଇଞ୍ଜିନିୟର: ବସ୍ତି ପିଲାଙ୍କୁ ମାଗଣାରେ ପଢାଉଛନ୍ତି ପାଠ

ଗାନ୍ଧୀନଗର: ପେଶାରେ ସେ ଜଣେ ସିଭିଲ ଇଞ୍ଜିନିୟର, ନିଶା କିନ୍ତୁ ପାଠ ପଢାଇବା । ବସ୍ତିର ଆର୍ଥିକ ପଛୁଆ ବର୍ଗର ପିଲାଙ୍କୁ ମାଗଣାରେ ପାଠ ପଢାଇବାରେ ତାଙ୍କୁ ଆନନ୍ଦ ମିଳେ । ଏପରି ଜଣେ ଯୁବ ଇଞ୍ଜିନିୟର ହେଉଛନ୍ତି ଗୁଜୁରାଟର ଭଦଦୋରାର ନିକୁଞ୍ଜ ତ୍ରିବେଦୀ । ବସ୍ତି ପିଲାଙ୍କୁ ରାସ୍ତାକଡ ଆଲୋକରେ ମାଗଣାରେ ପାଠ ପଢାଇ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ସରକାରୀ ସ୍କୁଲରେ ପାଠ ପଢୁଥିବା ତଥା ଟ୍ୟୁସନ ପାଇଁ ସକ୍ଷମ ହୋଇପାରୁ ନଥିବା ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । କେବଳ ନିର୍ଦ୍ଦିଷ୍ଟ ଶ୍ରେଣୀର ନୁହେଁ ବରଂ କେଜିରୁ ନେଇ 10ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ତାଙ୍କ ପାଖରେ ଶିକ୍ଷାଲାଭ କରୁଛନ୍ତି । ଗତ କିଛି ଦିନ ତଳେ ଆରମ୍ଭ ହୋଇଥିବା ଏହି ଶିକ୍ଷାଦାନ ବ୍ୟବସ୍ଥାରେ ଏବେ ସୁଦ୍ଧା ପ୍ରାୟ 95-100 ଛାତ୍ରଛାତ୍ରୀ ଯୋଡି ହୋଇ ସାରିଲେଣି । ଟ୍ୟୁସନ ସୁବିଧା ପାଇପାରୁ ନଥିବା ଛାତ୍ରଛାତ୍ରୀଙ୍କୁ ମୁକ୍ତ ଶିକ୍ଷାଦାନ କରି ସେ ଖୁସି ବୋଲିି ମଧ୍ୟ ମତ ପ୍ରକାଶ କରିଛନ୍ତି ।

ନିଜେ ଜଣେ ଉଚ୍ଚଶିକ୍ଷିତ ହୋଇଥିବା କାରଣରୁ ତାଙ୍କର ଗୁଜୁରାଟୀ, ଇଂରାଜୀ ଓ ହିନ୍ଦୀ ଭାଷାରେ ଦକ୍ଷତା ମଧ୍ୟ ରହିଛି । ଏହି ସବୁ ଭାଷାରେ ସେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ତାଙ୍କର ଏପରି ସାମାଜିକ କାର୍ଯ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କିଛି ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ସହାୟତାର ହାତ ବଢାଇବାରେ ଲାଗିଛନ୍ତି । ସେ ପାଉଥିବା ଆର୍ଥିକ ସହାୟତାରେ ପ୍ରାୟ 5-6 ରୁ ଅତ୍ୟନ୍ତ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ମଧ୍ୟ ଭରିଥାନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.