ETV Bharat / bharat

Gujarat ATS Operation: ମୋଦିଙ୍କ ଗସ୍ତ ପୂର୍ବରୁ ୫ ଗିରଫ

author img

By

Published : Jun 16, 2022, 6:21 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏସ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦା ଧମକ ଦେବା ପରେ ଅପରେସନ ଆରମ୍ଭ କରିଥିଲା ଏଟିଏସ । ଅଧିକ ପଢନ୍ତୁ

Gujarat ATS Operation : ମୋଦିଙ୍କ ଗସ୍ତ ପୂର୍ବରୁ ୫ ଜଣଙ୍କୁ କଲା ଗିରଫ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଥିଲାଗି ମୋଦି ଗୁଜୁରାଟ ଗସ୍ତ କରିବେ । ମୋଦିଙ୍କ ଗସ୍ତ ପୂର୍ବରୁ ଏଟିଏସ ୫ ଜଣଙ୍କୁ ଗିରଫ କରିଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦା ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେବା ପରେ ଅପରେସନ ଆରମ୍ଭ କରିଥିଲା ଏଟିଏସ । ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ ପୂର୍ବରୁ ATS ୫ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଏହା ବି ପଢନ୍ତୁ- ଶହେ ବର୍ଷରେ ପାଦ ଥାପିବେ ପ୍ରଧାନମନ୍ତ୍ରୀଙ୍କ ମାଆ, ଭେଟିବାକୁ ଯିବେ ମୋଦି

ଆଇଏସ୍ଆଇଏସ୍ ସହିତ ଲିଙ୍କ୍ ଥିବା ସନ୍ଦେହରେ ATS ଏହି ଅପରେସନ୍ ଆରମ୍ଭ କରିଥିଲା ​। ଅଲ କାଏଦାର ଧମକ ପାଇଁ ଗୁଜୁରାଟ ଏଟିଏସ ପୂର୍ବରୁ ସଜାଗ ଥିବାବେଳେ ରାଜ୍ୟର ବିଭିନ୍ନ ସହର ତଥା ସ୍ଥାନରେ ଛାନଭିନ କରିଥିଲା । ସିରିଏଲ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଭଦୋଦରାର ଶାଦବ ପାନୱାଲାଙ୍କୁ ଗିରଫ କରାଯାଇଛି । ଫତେହଗଞ୍ଜର ଜଣେ ଯୁବତୀଙ୍କୁ ହେପାଜତକୁ ନିଆଯାଇଛି । ଗୋଧରାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ହେପାଜତକୁ ନିଆଯାଇଛି।

ଏହା ବି ପଢନ୍ତୁ- ଅଲ-କାଏଦାର ଧମକ, ଭାରତର ୪ଟି ସହରରେ କରିବ ଆତ୍ମଘାତୀ ଆକ୍ରମଣ

ଅହମ୍ମଦାବାଦ ସ୍ଥିତ କମ୍ପାନୀର ନିର୍ଦ୍ଦେଶକ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗୁଜୁରାଟ ଏଟିଏସ ଏହି ସମସ୍ତ ଲୋକଙ୍କୁ ଅଟକ ରଖି ମୋବାଇଲ, ଲାପଟପ ସମେତ ସମସ୍ତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ସୋସିଆଲ ମିଡିଆ ମାଧ୍ୟମରେ ISISର ପରିଚାଳକଙ୍କ ସହ ଯୋଗାଯୋଗ ହେବାର ସମ୍ଭାବନା ରହିଛି । ଏଥିଲାଗି ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ସାଇବର କ୍ରାଇମ ଯାଞ୍ଚ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.