ETV Bharat / bharat

Gujarat Assembly Poll: 22ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ - ଗୁଜୁରାଟ ବିଧାନସଭା ନିର୍ବାଚନ

ପାଖେଇ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଆସନ ହାତେଇବା ପାଇଁ ରାଜନୈତିକ ଦଳଙ୍କ ରଣନୀତି ଆରମ୍ଭ ହୋଇଛି । ଆସନ୍ତା 22 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

Gujarat Assembly Poll rahul gandhi to campaign in gujarat on 22nd november
Gujarat Assembly Poll: 22ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ
author img

By

Published : Nov 14, 2022, 8:10 AM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରଣନୀତି । ପ୍ରଚାର ପାଇଁ ହେଭିୱେଟଙ୍କ ପ୍ରସ୍ତୁତି ଆରମ୍ଭ ହେଲାଣି । ଏହାରି ମଧ୍ୟରେ ଆସନ୍ତା 22 ତାରିଖରେ ଗୁଜୁରାଟରେ ରାଲି କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରଚାର ହୋଇନଥିବା ନେଇ ବିଜେପି ସମାଲୋଚନା କରିଥିଲା ।

ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ନିର୍ବାଚନ ହେବ । ଡିସେମ୍ବର 1ରେ ପ୍ରଥମ ପର୍ଯ୍ୟାୟ ଓ 5 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି 8 ତାରିଖରେ ଭୋଟ ଗଣତି ହେବ । ଗୁଜୁରାଟ ନିର୍ବାଚନ ଉପରେ କଂଗ୍ରେସର ନଜର ରହିଛି । କଂଗ୍ରେସ 6ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଛି । ରାଜ୍ୟର 142ଟି ଆସନ ପାଇଁ କଂଗ୍ରେସ ସମୁଦାୟ 109 ଜଣ ପ୍ରାର୍ଥୀ ଘୋଷଣା କରିଛି । ଖୁବଶୀଘ୍ର ନିର୍ବାଚନୀ ପ୍ରଚାର ଆରମ୍ଭ ହେବାକୁ ଥିବାରୁ ପ୍ରମୁଖ ଦଳର ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲେଣି । ଏହି କ୍ରମରେ ଆସନ୍ତା 22 ତାରିଖ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: କମ୍ପିବ ଗୁଜୁରାଟ: ହେଲିକପ୍ଟର ଓ ଚାଟାର୍ଡ ବିମାନରେ ଚାଲିବ ପ୍ରଚାର

ସୂଚନା ଥାଉକି, ଡିସେମ୍ବର 1 ଓ 5 ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ । ମୋଟ ୫୧ ହଜାର ୭୮୨ ବୁଥରେ ମତଦାନ କରିବେ ମତଦାତା । ୧୪୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ହୋମ୍ ଭୋଟିଂ ସୁବିଧା କରାଯିବ । ଗୁଜୁରାଟର ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୫ରୁ ୧୪ ଯାଏଁ ନାମାଙ୍କନ ଦାଖଲ ହେବ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୭ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାର ହେବ । ରାଜ୍ୟରେ ସମୁଦାୟ ୪ କୋଟି ୯୦ ଲକ୍ଷ ୮୯ ହଜାର ୭୬୫ ଭୋଟର ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.