ETV Bharat / bharat

Gujarat Assembly Poll: ସରିଲା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର, 14 ଜିଲ୍ଲାର 93 ଆସନରେ ପଡିବ ଭୋଟ - ଗୁଜୁରାଟ ବିଧାନସଭା ନିର୍ବାଚନ ଖବର

ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ 14 ଜିଲ୍ଲାରେ 93 ଆସନରେ ପଡିବ ଭୋଟ (Gujarat Assembly Elections Second phase)। 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2.51 କୋଟି ଭୋଟର । ଆଜି ସରିଲା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର । ଅଧିକ ପଢନ୍ତୁ

Gujarat Assembly Elections Second phase: 14 ଜିଲ୍ଲାରେ 93 ଆସନରେ ଭୋଟ
Gujarat Assembly ElectioGujarat Assembly Elections Second phase: 14 ଜିଲ୍ଲାରେ 93 ଆସନରେ ଭୋଟns Second phase: 14 ଜିଲ୍ଲାରେ 93 ଆସନରେ ଭୋଟ
author img

By

Published : Dec 3, 2022, 10:34 PM IST

ହାଇଦ୍ରାବାଦ: ଡିସେମ୍ବର ପହିଲାରେ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଡିସେମ୍ବର 5 ତାରିଖରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ରାଜ୍ୟର ଉତ୍ତର ଏବଂ କେନ୍ଦ୍ରୀୟ 14ଟି ଜିଲ୍ଲାର 93ଟି ଆସନରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଯେଉଁଥିରେ ମୋଟ 833 ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି । ଆଜି ସରିଲା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ।

14ଟି ଜିଲ୍ଲାରେ ମତଦାନ:-

ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟର 14ଟି ଜିଲ୍ଲାର ମୋଟ 93ଟି ଆସନରେ ଏହି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ଏହି ତାଲିକାରେ ଅନ୍ତର୍ଭୁକ୍ତ 14ଟି ଜିଲ୍ଲା ମଧ୍ୟରେ ଅହମ୍ମଦାବାଦ, ଆନନ୍ଦ, ଅରବାଲି, ବନାସ୍କାନ୍ତା, ଛୋଟଉଦୟପୁର, ଦୋହାଡ, ଗାନ୍ଧୀନଗର, ଖେଡା, ମେହସାନା, ମହିସାଗର, ପଞ୍ଚମାହଲ, ପାଟଣ, ସାବରକାନ୍ତ ଏବଂ ଭଦୋଦରା ଜିଲ୍ଲା ରହିଛି ।

ମୈଦାନରେ 69 ମହିଳା ଓ 764 ପୁରୁଷ ପ୍ରାର୍ଥୀ:-

ଏହି ପର୍ଯ୍ୟାୟରେ ମୋଟ 833 ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ମଧ୍ୟରେ 69 ମହିଳା ଏବଂ 764 ପୁରୁଷ ପ୍ରାର୍ଥୀ ରହିଛନ୍ତି । ମହିଳା ପ୍ରାର୍ଥୀଙ୍କ ଅନୁପାତ ମୋଟ ପ୍ରାର୍ଥୀଙ୍କ ତୂଳନାରେ ମାତ୍ର 8 ପ୍ରତିଶତ ରହିଥିବା ବେଳେ ପୁରୁଷ ପ୍ରାର୍ଥୀଙ୍କ ଅନୁପାତ ରହିଛି 92 ପ୍ରତିଶତ । ହାରାହାରି ସଂଖ୍ୟାକୁ ବିଚାରକୁ ନେଲେ ପ୍ରତ୍ୟେକ ଆସନରେ ପ୍ରାୟ 9ଜଣ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦ୍ବିତା ଦେଖବାକୁ ମୁଳୁଛି ।

26,409 କେନ୍ଦ୍ରରେ ଭୋଟ ଦେବେ 2.51 କୋଟି ଭୋଟର:-

ସେହିପରି 93ଟି ବିଧାନସଭା ମଣ୍ଡଳୀରେ ମୋଟ 26,409 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । 2.51 କୋଟି ଭୋଟର ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 1.29 କୋଟି ପୁରୁଷ ଏବଂ 1.22 କୋଟି ମହିଳା ଭୋଟର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା 93ଟି ଆସନରେ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି ଓ ସାଧାରଣ ବର୍ଗ ଆଧାରରେ ମଧ୍ୟ ଆବଣ୍ଟିତ କରାଯାଇଛି । ସେଥିମଧ୍ୟରୁ 6ଟି ଆସନ ଅନୁସୂଚୀତ ଜନଜାତି (ST) 13ଟି ଆସନ ଅନୁସୂଚୀତ ଜାତି (ଏସସି) ଓ ଅବଶିଷ୍ଟ 74 ଆସନ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ତାଲିକାଭୁକ୍ତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ରାଜନୈତିକ ଦଳ:-

ଏହି ପର୍ଯ୍ୟାୟରେ ସମସ୍ତ 93ଟି ଆସନରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଦେଇଛି । କଂଗ୍ରେସ 90, ବିଏସପିରୁ 44, AAP 93, ସିପିଆଇ 4, BTP ରୁ 12, ସ୍ୱାଧୀନ ଭାବେ ମୋଟ 285 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି AIMIM ରୁ 7 ଜଣ ଏବଂ 204 ଜଣ ଅନ୍ୟାନ୍ୟ ପାର୍ଟିରୁ ପ୍ରାର୍ଥୀ ରହିଛନ୍ତି । ସେହିପରି ପ୍ରମୁଖ ରାଜନୈତିକ ଦଳ ବ୍ୟତୀତ ଛୋଟ ତଥା ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ 60ଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.