ଗାନ୍ଧୀନଗର: ଗୁଜରାଟର ୧୮୨ରୁ ୧୫୧ ବିଧାୟକ କୋଟିପତି । ଗୁଜୁରାଟ ବିଧାନସଭା ନିର୍ବାଚରେ ଜିତିଥିବା 182 ବିଧାୟକଙ୍କ ମଧ୍ୟରେ 83 ପ୍ରତିଶତ ଆର୍ଥାତ୍ 151 ଜଣ ବିଧାୟକ କୋଟିପତି । 2017 ବିଧାନସଭା ନିର୍ବାଚନରେ କୋଟିପତି ବିଧାୟକଙ୍କ ସଂଖ୍ୟା 141 ଥିଲା । ଖାଲି ସେତିକି ନୁହେଁ 151 ଜଣ ବିଧାୟକଙ୍କ ମଧ୍ୟରୁ 40ଜଣ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି । ନାମାଙ୍କନ ଭରିଥିବାବେଳେ ସେମାନେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡିଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) (Association for Democratic Reforms) ରିପୋର୍ଟରୁ ଜଣାପଡିଛି ( adr report of gujurat mla) ।
ଏଡିଆର ରିପୋର୍ଟ ଅନୁସାରେ, ବିଜେପି 156 ବିଧାୟକଙ୍କ ମଧ୍ୟରୁ 132 ବିଧାୟକ କୋଟିପତି । କଂଗ୍ରେସର 17 ଜଣ ବିଧାୟକ କୋଟିପତି ହୋଇଥିବା ବେଳେ ସ୍ବାଧୀନର 3 ଜଣ, ଆପ ଏବଂ ସପାର ଜଣେ ଜଣେ ବିଧାୟକ କୋଟିପତି ଅଟନ୍ତି ।
କାହା ପାଖରେ କେତେ ସମ୍ପତ୍ତି...
182 ବିଧାୟକ ମଧ୍ୟରୁ 151 କୋଟିପତି ଅଟନ୍ତି । ସେଥିରୁ 73 ଜଣଙ୍କ ପାଖରେ 5 କୋଟିରୁ ଅଧିକ ସମ୍ପତ୍ତି ଅଛି । ଗୁଜୁରାଟ ପ୍ରତି ବିଧାୟକ ସମ୍ପତ୍ତି ବର୍ତ୍ତମାନ 16.41 କୋଟି । 2017 ତୁଳନାରେ ପାଖାପାଖି ଦ୍ବିଗୁଣା । 2017ରେ ବିଧାୟକଙ୍କ ସମ୍ପତ୍ତି 8.46 କୋଟି ଥିଲା । ରିପୋର୍ଟ ଅନୁସାରେ ସବୁଠୁ ଧନୀ ବିଧାୟକ ହେଉଛନ୍ତି ବିଜେପିକ ଜେଏସ ପଟେଲ । ତାଙ୍କ ସମ୍ପତ୍ତି 661 କୋଟି । ଦ୍ବିତୀୟରେ ବିଧାୟକ ବଲ୍ଲଭ ସିଂ ରାଜପୁତ ରହିଛନ୍ତି । ରିପୋର୍ଟ ଅନୁସାରେ 74 ବିଧାୟକ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସମ୍ପତ୍ତି 2.61 କୋଟି ବୃଦ୍ଧି ପାଇଛି । 2017 ତୁଳନାରେ 40 ପ୍ରତିଶତ ଅଧିକ ।
କିଏ କେତେ ଶିକ୍ଷିତ...
ରିପୋର୍ଟ ଅନୁସାରେ ଗୁଜୁରାଟର 182 ବିଧାୟକଙ୍କ ମଧ୍ୟରେ 6 ଜଣ ପୋଷ୍ଟ ଗ୍ରାଜୁଏଟ ହୋଇଥିବାବେଳେ 6 ଜଣ ଡିପ୍ଲୋମା ଗ୍ରାଜୁଏଟ । 86 ଜଣ ବିଧାୟକ 5ମରୁ ଦ୍ବାଦଶ ଯାଏ ଶିକ୍ଷାଗତ ଯୋଗ୍ୟତା ରହିଛି । 7 ବିଧାୟକ ନିଜକୁ ଶିକ୍ଷିତ ବୋଲି କହିଛନ୍ତି ।
କାହା ନାମରେ କେତେ ମାମଲା:
ରିପୋର୍ଟ ଅନୁସାରେ, 40 ନୂଆ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି । ଏଡିଆର ତଥ୍ୟ ଅନୁସାରେ 40 ବିଧାୟକଙ୍କ ମଧ୍ୟରେ 29 ସଦସ୍ୟଙ୍କ ନାମରେ ହତ୍ୟା, ଅପହରଣ ଭଳି ଗମ୍ଭୀର ମାମଲା ରହିଛି । 29 ସଦସ୍ୟଙ୍କ ଭିତରେ 20 ବିଜେପି, 4 କଂଗ୍ରେସ, 2 ଆପ୍ , 2 ସ୍ବାଧୀନ ଓ ଜଣେ ସପା ବିଧାୟକ ଅଛନ୍ତି । ମୋଟ 182 ବିଧାୟକଙ୍କ ମଧ୍ୟରୁ 16 ପ୍ରତିଶତ ବିଧାୟକଙ୍କ ନାମରେ ଥାନାରେ ମାମଲା ରହିଛି ।
ଏହା ବି ପଢନ୍ତୁ...ଆଜିଠୁ ପୁଣି ଗୁଜୁରାଟରେ BJP ସରକାର, ଶପଥ ନେବେ ଭୂପେନ୍ଦ୍ର ପଟେଲ
ପ୍ରକାଶ ଥାଉ କି, ଦୁଇଟି ପର୍ଯ୍ୟାୟରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହୋଇଥିଲା । ଡିସେମ୍ବର 1 ଓ 5ରେ ଭୋଟ ଗ୍ରହଣ ହୋଇଥିବାବେଳେ 8 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । 182 ଆସନରେ ବିଜେପି 151, କଂଗ୍ରେସ 17, ଆପ୍ 5 ଓ ସ୍ବାଧୀନ ଦଳ 3ଟି ଆସନ ଅକ୍ତିଆର କରିଥିଲା ।