ETV Bharat / bharat

୩ ଘଣ୍ଟା ଅଟକ ପରେ ମୁକୁଳିଲେ ଗୁଜୁରାଟ ଆପ୍ ମୁଖ୍ୟ

୩ ଘଣ୍ଟା ଅଟକ ପରେ ମୁକୁଳିଲେ ଗୁଜୁରାଟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଶୋଭନୀୟ ଟିପ୍ପଣୀ ଦେଇଥିଲେ ଇଟାଲିଆ । ଅଧିକ ପଢନ୍ତୁ

author img

By

Published : Oct 14, 2022, 8:37 AM IST

୩ ଘଣ୍ଟା ଅଟକ ପରେ ମୁକୁଳିଲେ ଗୁଜୁରାଟ ଆପ୍ ମୁଖ୍ୟ
୩ ଘଣ୍ଟା ଅଟକ ପରେ ମୁକୁଳିଲେ ଗୁଜୁରାଟ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଶୋଭନୀୟ ଟିପ୍ପଣୀ ଦେବା ମାମଲାରେ ଅଟକ ଥିବା ଗୁଜୁରାଟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆ(Gujarat chief Gopal Italia) ମୁକୁଳିଛନ୍ତି । ୩ ଘଣ୍ଟା ପଚରାଉଚରା ପରେ ପୋଲିସ ତାଙ୍କୁ ଛାଡି ଦେଇଛି । ଜାତୀୟ ମହିଳା କମିଶନ(National Commission of Women)ର ଅଭିଯୋଗ କ୍ରମେ ପୋଲିସ ଗୋପାଳଙ୍କୁ ଉଠାଉ ଆଣି ୩ ଘଣ୍ଟା କାଳ ଜେରା କରିଥିଲା । ମହିଳା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସଭାମଞ୍ଚରୁ ସେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ଏକ ଭିଡିଓରେ ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀଙ୍କୁ ନୀଚ ଆଦ୍‌ମୀ ବୋଲି କହିଥିବାର ନଜର ଆସିଥିଲେ । ଏହି ବିବାଦୀୟ ଭିଡିଓ ପାଇଁ ଏନସିଡବ୍ଲ୍ୟୁ ଗୁଜୁରାଟ ମୁଖ୍ୟଙ୍କୁ ସମନ କରିଥିଲା । ଏହି ସମନ ପରେ ଆମ୍ ଆଦମୀ ପାର୍ଟିର କର୍ମୀମାନେ ଏନସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମାଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଗୋପାଳ ଇଟାଲିଆ କମିଶନ ଅଧ୍ୟକ୍ଷା(NCW chairmperson) ତାଙ୍କୁ ଜେଲ୍‌ରେ ରଖିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ଦିଲ୍ଲୀ ପୋଲିସ ସେଠାରୁ ତାଙ୍କୁ ଅଟକ ରଖିଥିଲା ।

ଏହାମଧ୍ୟ ପଢନ୍ତୁ: ମହିଳା ଓ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଗୁଜରାଟ ଆପ୍‌ ଅଧ୍ୟକ୍ଷ ଗୋପାଲ ଇଟାଲିଆ ଅଟକ

ଗୋପାଳ ଇଟାଲିଆ ଅଭିଯୋଗ କରିଥିଲେ ଯେ, ''ମୋ କଥା ଶୁଣିବା ବଦଳରେ ମହିଳା କମିଶନ ମୁଖ୍ୟ ପୋଲିସକୁ ଡକାଇ ମୋତେ ଥାନାକୁ ପଠାଇ ଦେଇଥିଲେ । ବିଜେପି ପଟେଲ ସମ୍ପ୍ରଦାୟକୁ ଘୃଣା କରେ । ସେମାନେ ପଟିଦାରଙ୍କୁ ଇର୍ଷା କରନ୍ତି । ଯେକୌଣସି ଉପାୟରେ ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି । ମୋତେ ଅଟକ ରଖିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିବା ପୋଲିସ ସ୍ବୀକାର କରିଛନ୍ତି । ଏଥିରୁ ଜଣାପଡୁଛି ଯେ ବିଜେପି ପଟେଲ ସମ୍ପ୍ରଦାୟ ବିରୁଦ୍ଧରେ ଷଡଯନ୍ତ୍ର କରୁଛି ।'' ଏପରିକି NCW କାର୍ଯ୍ୟାଳୟ ପହଞ୍ଚିବା ପରେ ଅଧ୍ୟକ୍ଷା ରେଖା ଶର୍ମା ତାଙ୍କୁ ଦୁର୍ବ୍ୟବହାର କରିଥିବା ଓ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.