ETV Bharat / health

ମହିଳାଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଏହି ମାରାତ୍ମକ କ୍ୟାନ୍ସର ପାଇଁ ଆସିବ ଟିକା - Vaccine for Ovarian Cancer - VACCINE FOR OVARIAN CANCER

ମହିଳାଙ୍କୁ ହେଉଥିବା ଓଭାରି କ୍ୟାନ୍ସର ପାଇଁ ବିକାଶିତ ହେଲା ବିଶ୍ବର ପ୍ରଥମ ଟିକା । ଏହି ଟିକା ନେଲେ କ୍ୟାନ୍ସର ସମ୍ପୂର୍ଣ୍ଣ ଭଲ ହୋଇଯିବା ନେଇ ବୈଜ୍ଞାନିକଙ୍କ ଦାବି ।

ମହିଳାଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଏହି ମାରାତ୍ମକ କ୍ୟାନ୍ସର ପାଇଁ ଆସିବ ଟିକା
ମହିଳାଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଏହି ମାରାତ୍ମକ କ୍ୟାନ୍ସର ପାଇଁ ଆସିବ ଟିକା (CANVA)
author img

By ETV Bharat Health Team

Published : Oct 5, 2024, 4:37 PM IST

Ovarian cancer: କ୍ୟାନ୍ସର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଆସେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ବିଭିନ୍ନ ପ୍ରକାର କ୍ୟାନ୍ସରରେ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ମହିଳାଙ୍କୁ ହେଉଥିବା ଓଭାରି କ୍ୟାନ୍ସର ଅନ୍ୟତମ । Global Cancer Observatory (Globocon) 2018 ଅନୁସାରେ, ମହିଳାଙ୍କ ମଧ୍ୟରେ ଯେତେ ପ୍ରକାର କ୍ୟାନ୍ସର ହୁଏ, ସେଥିମଧ୍ୟରୁ ଏହି ଓଭାରି କ୍ୟାନ୍ସର ତୃତୀୟ ସବୁଠୁ ସାଧାରଣ କ୍ୟାନ୍ସର ଅଟେ । ମୃତ୍ୟୁହାର କ୍ଷେତ୍ରରେ ଏହାର ସ୍ଥାନ ପଞ୍ଚମ । ତେବେ ମେଡିକାଲ ସାଇନ୍ସର ଉନ୍ନିତ ସହ ଠିକ୍ ସମୟରେ କ୍ୟାନ୍ସର ରୋଗ ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ ।

ବିଳମ୍ବରେ ଜଣାପଡେ ଏହି କ୍ୟାନ୍ସର:

ଯଦି ମହିଳାଙ୍କ କଥା କହିବା, ତାହେଲେ ସେମାନଙ୍କୁ ବିଶେଷ ଭାବେ ବ୍ରେଷ୍ଟ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର ଓ ଓଭାରି କ୍ୟାନ୍ସର ଅଧିକ ହୋଇଥାଏ । National Ovarian Cancer Coalitionର ଏକ ରିପୋର୍ଟ ଅନୁସାରେ, ଲକ୍ଷଣ ବାବଦରେ ଅଜ୍ଞତା ହେତୁ ଓଭାରିଆନ କ୍ୟାନ୍ସର ପୀଡିତ ପାଖାପାଖି 85 ପ୍ରତିଶତ ମହିଳା ଏହି ରୋଗ ବିଷୟରେ ବିଳମ୍ବରେ ଜାଣିଥାନ୍ତି । କେବଳ 15 ପ୍ରତିଶତ ମହିଳା ଠିକ୍ ସମୟରେ ରୋଗକୁ ଚିହ୍ନି ଚିକିତ୍ସା କରିପାରନ୍ତି । ନଚେତ୍ ଯେପର୍ଯ୍ୟନ୍ତ ଏହି କ୍ୟାନ୍ସର ଚିହ୍ନଟ ହୁଏ ସେପର୍ଯ୍ୟନ୍ତ ଜଟିଳତା ଓ ଗମ୍ଭୀରତା ବଢି ଯାଇଥାଏ ।

ଓଭାରି କ୍ୟାନ୍ସରରେ ଅଧିକ ମୃତ୍ୟୁ:

ଏହାରି ମଧ୍ୟରେ ମହିଳାଙ୍କ ପାଇଁ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ଓଭାରିଆନଭାକ୍ସ(Ovarianvax) ନାମକ ଏକ ନୂଆ ଟିକା ବିକଶିତ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ଓଭାରି କ୍ୟାନ୍ସରକୁ ରୋକିବା । ଏହି ଅଧ୍ୟୟନ ପାଇଁ ଅର୍ଥ ଦେଇଥିବା କ୍ୟାନ୍ସର ରିସର୍ଚ୍ଚ ୟୁକେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କହିଛି । ଓଭାରି କ୍ୟାନ୍ସର ପ୍ରଭାବ ଡିମ୍ବଗ୍ରନ୍ଥି ଉପରେ ପଡିଥାଏ । ୟୁକେରେ ପ୍ରତିବର୍ଷ ପାଖାପାଖି 7,500 କ୍ୟାନ୍ସର ମାମଲା ଚିକିତ୍ସା ଦ୍ବାରା ଭଲ ହେଉଥିବାବେଳେ ପ୍ରାୟ 4,100 ମହିଳାଙ୍କ ମୃତ୍ୟୁ ହେଉଛି ।

ଓଭାରିଆନଭାକ୍ସ ଟିକା:

ଓଭାରି କ୍ୟାନ୍ସରର ଚିକିତ୍ସା ସାଧାରଣତଃ ସର୍ଜରୀ ଓ କେମୋଥେରାପି ଅଟେ । ଏଥିସହ କ୍ୟାନ୍ସରର ପ୍ରକାର ଓ ପ୍ରସାର ଆଧାରରେ ଔଷଧ ଏବଂ ହରମୋନ ଉପଚାର ଭଳି ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ । ରିପୋର୍ଟ ଅନୁସାରେ, ଓଭାରିଆନଭାକ୍ସ ଟିକା ଏପରି ଭାବେ ପ୍ରସ୍ତୁତ କରାଯାଉଛି, ଯେମିତି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଆରମ୍ଭରୁ ଓଭାରି କ୍ୟାନ୍ସରକୁ ରୋକିପାରିବ । ଉକ୍ତ ଟିକା କ୍ୟାନ୍ସର କୋଶିକାଗୁଡିକର ବୃଦ୍ଧି ରୋକିବା ସହ ଏହାକୁ ନଷ୍ଟ କରିଦେବ ।

କ'ଣ କହୁଛନ୍ତି ବୈଜ୍ଞାନିକ:

କିଛି ବର୍ଷ ମଧ୍ୟରେ ଓଭାରିଆନଭାକ୍ସ ଟିକା ବଜାରରେ ଉପଲବ୍ଧ ହେବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ବୈଜ୍ଞାନିକମାନେ ଟିକା ପ୍ରସ୍ତୁତି ଉପରେ କାମ କରୁଛନ୍ତି । ଏହାପରେ ଟିକାର ପ୍ରଭାବ ଓ ସୁରକ୍ଷା ଯାଞ୍ଚ ପାଇଁ କ୍ଲିନିକାଲ ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏମଆରସି ୱେଦରାଲ ଇନଷ୍ଟିଚ୍ୟୁଟ ଅଫ ମଲିକ୍ୟୁଲାର ମେଡିସିନରେ ଓଭାରି କ୍ୟାନ୍ସର ସେଲ୍ ଲାବେରୋଟୋରୀ ନିର୍ଦ୍ଦେଶକ ପ୍ରଫେସର ଅହମ୍ମଦ ଟିକାର ଲକ୍ଷ୍ୟ ସମ୍ପର୍କରେ ବୁଝାଇ କହିଛନ୍ତି, ଏହି ଟିକା ଏକ ସେଲୁଲାର ଟାର୍ଗେଟ ଭଳି କାମ କରିବ । ବୈଜ୍ଞାନିକ ଟିମ୍ ବୁଝିବାକୁ ଚେଷ୍ଟା କରୁଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନ୍ସର କୋଶିକାଗୁଡିକରେ କେଉଁ ପ୍ରୋଟିନ ଥାଇପାରେ । ଏହାପରେ ଭ୍ୟାକ୍ସିନ ମାଧ୍ୟମରେ ସେହି କୋଶିକାଗୁଡିକୁ ଟାର୍ଗେଟ କରାଯିବ, ଯାହା କ୍ୟାନ୍ସରର କାରଣ ହୋଇପାରେ ।

ଯଦି ଓଭାରିଆନଭାକ୍ସ ଟିକା ସଫଳ ହୁଏ ତାହେଲେ ଆଗାମୀ 5 ବର୍ଷ ଭିତରେ ଏହାର ରେଜଲ୍ଟ ଦେଖିବାକୁ ମିଳିପାରେ । ସେ ଆହୁରି କହିଛନ୍ତି ଯେ, ଆମର ଲକ୍ଷ୍ୟ ଓଭାରି କ୍ୟାନ୍ସରକୁ ମୂଳରୁ ଶେଷ କରିବା । ଏ ଦିଗରେ ଏହି ଟିକା ଫଳପ୍ରଦ ହେବ ବୋଲି ଆମର ଆଶା ।

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ବଢାଇପାରେ ଡାଇବେଟିସ୍, ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ - Best food for diabetes

ଏହା ମଧ୍ୟ ପଢନ୍ତୁ: ପେଟ ସଫା ହଉନି କି ? ହୋଇପାରେ ଏସବୁ ସମସ୍ୟା - Inability to Defecate

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.