ETV Bharat / bharat

Guddu Muslim Odisha Link: ଦୀର୍ଘ ୧୨ଦିନ ଓଡ଼ିଶାରେ ଲୁଚିଥିଲା ଗୁ଼ଡୁ ମୁସଲିମ !

ଦୀର୍ଘ ୧୨ ଦିନ ଧରି ଓଡ଼ିଶାରେ ଲୁଚି ରହିଥିଲା ଅତିକର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ । ଜାତୀୟ ଗଣମାଧ୍ୟମ ଦେଲା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 25, 2023, 9:57 PM IST

ହାଇଦ୍ରାବାଦ: ଦୀର୍ଘ ୧୨ଦିନ ଓଡ଼ିଶାରେ ଲୁଚିଥିଲା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ । ମଙ୍ଗଳବାର ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ଗୁଡୁ ଉମେଶ ପାଲ ହତ୍ୟା ଘଟଣାରେ ସାମିଲ ଥିଲା । ପୋଲିସକୁ ଚକମା ଦେଇ ବରଗଡ଼ ଜିଲ୍ଲାରେ ଲୁଚି ରହିଥିଲା ଗୁଡୁ । ଏ ନେଇ ସୁରାକ ପାଇବା ପରେ ବରଗଡ଼ରେ ଉତ୍ତରପ୍ରଦେଶ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ହେଲେ ଏଯାଏଁ ଗୁଡୁକୁ କାବୁ କରିବାରେ ଅସଫଳ ହୋଇଛି ପୋଲିସ ।

ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଲୁଚି ରହିଥିଲା ଏହି କୁଖ୍ୟାତ ଅପରାଧୀ । ଛତିଶଗଡ଼ ସୀମା ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା । ହେଲେ ଏ ନେଇ ଗୁଇନ୍ଦା ବିଭାଗରୁ ପୋଲିସ ଖବର ମିଳିବା ମାତ୍ରେ ଜିଲ୍ଲାରେ ପହଞ୍ଚିଥିଲା ଉତ୍ତରପ୍ରଦେଶ ପୋଲିସ । ଏହାପରେ ବରଗଡ଼କୁ ଚମ୍ପଟ ମାରିଥିଲା ଗୁଡୁ । କିନ୍ତୁ ପଛରେ ଛାଡି଼ଯାଇଥିଲା ଏକ ବ୍ୟାଗ । ଯାହାକୁ ପୋଲିସ ଜବତ କରିଛି । ଓଡ଼ିଶା ପରେ ଗୁଡୁ ମିରଟ, ଅଜମେର, ଝାନ୍ସି, ନାଶିକ, ପୁଣେ ଯାଇଥିବା ଜଣାପଡ଼ିଛି । ପୋଲିସ ହାତରୁ ଖସିବା ଲାଗି ବାରମ୍ବାର ସ୍ଥାନ ବଦଳାଉଛୁ ଗୁ଼ଡୁ । ହେଲେ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗୁଡୁକୁ କାବୁ କରିବା ଲାଗି ପ୍ରୟାସ ଜାରି ରଖିଛି ।

ଏହା ବି ପଢନ୍ତୁ- Guddu Muslim Odisha Link: ବରଗଡରେ UP STFର ତନାଘନା, DGP ଡାକିଲେ ଏମରଜିନ୍ସି ବୈଠକ

ଅତିକ ଗ୍ୟାଙ୍ଗର ଥିଲା ବୋମା ସ୍ପେଶାଲିଷ୍ଟ:- ସୂଚନା ଥାଉ କି ଗୁଡୁ ଥିଲା ଅତିକ ଅହମ୍ମଦ ଗ୍ୟାଙ୍ଗର ବୋମା ସ୍ପେଶାଲିଷ୍ଟ । ଉମେଶ ପାଲ ହତ୍ୟା ଘଟଣାରେ ଗୁଡୁ ମଧ୍ୟ ସାମିଲ ଥିଲା । ଉମେଶ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ଗୁଡୁ । ତେବେ ଗୁଡୁକୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ତନାଘନା କରୁଛି । ଗତ ୨୧ ତାରିଖରେ ଗୁଡୁର ଓଡ଼ିଶା ଲିଙ୍କ ଜାଣିବା ପରେ ଉତ୍ତରପ୍ରଦେଶ ଓ ସ୍ବତନ୍ତ୍ର ତଦନ୍ତକାରୀ ଟିମ ରାଜ୍ୟରେ ପହଞ୍ଚିଥିଲେ । ବରଗଡ଼ର ବିଭିନ୍ନ ଗଳିକନ୍ଦି ଛାନଭିନ କରିଥିଲା । ହେଲେ ପୋଲିସ ଆସିବା ପୂର୍ବରୁ ଗୁଡୁ ଖସିବାରେ ସକ୍ଷମ ହୋଇଛି ।

ଏହି ସମୟରେ ୫ ଜଣିଆ ଏସଟିଏଫ ଟିମ ରାଜା ଖାନ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଥିଲା । ରାଜା ଖାନର ଘର ଛତିଶଗଡ଼ର ମହାମୁନ୍ଦ ଜିଲ୍ଲାରେ ଥିବା ବେଳେ ସେ ବରଗଡ଼ର ସୀମାନ୍ତ ଅଞ୍ଚଳରେ ବ୍ୟବସାୟ କରିଥିଲେ । ସେ ଟ୍ରକ ବ୍ୟବସାୟୀ । ଟେଲିଫୋନ ଟ୍ରାକିଂ କରିବା ସମୟରେ ଗୁଡୁ ମୁସଲିମ ସହିତ ତାର ଯୋଗାଯୋଗ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ତାକୁ ଜେରା କରିଥିଲା । ଏ ନେଇ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସୂଚନା ଦେଇଥିଲେ । ସେପଟେ ଗୁଡୁ ଉମେଶ ପାଲ ହତ୍ୟା ଘଟଣାର ଅଭିଯୁକ୍ତର ତାଲିକାରେ ସାମିଲ ରହିଛି । ଅତିକ ଅହମ୍ମଦର ପତ୍ନୀ ସହିସ୍ତା ମଧ୍ୟ ଏହି ତାଲିକାରେ ଥିବା ବେଳେ ସେ ମଧ୍ୟ ଫେରାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.