ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ CRPF ଯବାନ ଆହତ - one jawan injured in grenade attack

ସ୍ୱାଧୀନତା ଦିବସ ପୂର୍ବରୁ ଘାଟିରେ ଉପସ୍ଥିତି ଜାହିର କଲେ ଆତଙ୍କୀ । ସୁରକ୍ଷା ବଳ ଉପରେ ଗ୍ରେନେଡ ମାଡ (grenade attack in srinagar)। ଜଣେ CRPF ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, ଜଣେ CRPF ଯବାନ ଆହତ

author img

By

Published : Aug 13, 2022, 9:27 PM IST

ଶ୍ରୀନଗର: 75ତମ ସ୍ବାଧୀନତା ଦିବସ ପାଳନ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ଜାରି ରହିଥିବା ବେଳେ କାଶ୍ମୀରରେ ପୁଣି ଥରେ ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଆଜି ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଗ୍ରନେଡ ମାଡ କରିବା (grenade attack in srinagar) ଫଳରେ ଜଣେ CRPF ଯବାନ ଆହତ ହୋଇଛନ୍ତି (one jawan injured)।

କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ଆତଙ୍କୀ ଏହି ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ (grenade attack in srinagar) CRPF ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସାଧୀନ ରହିଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏପରି ଘଟଣା ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେଠାରେ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ମଧ୍ୟ ସୂଚନା ମିଳିଛି । ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.