ଶ୍ରୀନଗର: ଆଜି(ମଙ୍ଗଳବାର) ଜମ୍ମୁକାଶ୍ମୀର ଶ୍ରୀନଗରଠାରେ ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଶ୍ରୀନଗରର ବ୍ୟସ୍ତବହୁଳ ସ୍ଥାନ ହରି ସିଂ ହାଇଷ୍ଟ୍ରିଟରେ ଘଟିଥିବା ବେଳେ ୭ ଜଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।
ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଏହି ବିସ୍ଫୋରକ ଫିଙ୍ଗିଥିବା ବେଳେ ରାସ୍ତାକଡ଼ରେ ଏହା ବିସ୍ଫୋରଣ ଘଟିଥିଲା । ଅପରାହ୍ନ ପାଖାପାଖି ୨ଟା ୪୦ ମିନିଟରେ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିଲେ ବୋଲି CRPFର DIG କିଶୋର ପ୍ରସାଦ କହିଛନ୍ତି ।
ତେବେ ଏହି ଆକ୍ରମଣରେ କୌଣସି ସୁରକ୍ଷା ବାହିନୀ ଆହତ ହୋଇନଥିବା ସୂଚନା ମିଳିଛି । ସ୍ବାଧୀନତା ଦିବସ ଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ବାଧୀନତା ଦିବସ କାରଣରୁ ଏଭଳି ଆକ୍ରମଣ ଯୋଗୁଁ ପ୍ରତିବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଏ ।