ETV Bharat / bharat

ଜେଜେର ନାରକୀୟ କାଣ୍ଡ, ୨ବର୍ଷର ନାତି ଏବଂ ବୋହୂକୁ ହତ୍ୟା - ନାତିକୁ ହତ୍ୟାକଲା ଜେଜେ

ନିଜ ପରିବାରେ ଦୁଇ ଜଣକୁ ହତ୍ୟା କରିଛି ଜେଜେ ବାପା । ନିଜ ୨ବର୍ଷର ନାତି କାନ୍ଦିବାରୁ ଉତ୍‌କ୍ଷିପ୍ତ ହୋଇ ହତ୍ୟା କରିଛି ଜେଜେ ।ଶିଶୁଟିର ମାଆ ମଧ୍ୟ ଆକ୍ରମଣର ଶିକାର ଗଲା ଜୀବନ ।ଅଧିକ ପଢନ୍ତ

ପାଗଳ ଜେଜେର ନାରକୀୟ କାଣ୍ଡ , ୨ବର୍ଷର ନାତି ଏବଂ ବୋହୂକୁ ହତ୍ୟା

author img

By ETV Bharat Odisha Team

Published : Dec 8, 2023, 10:48 PM IST

ପାଗଳ ଜେଜେର ନାରକୀୟ କାଣ୍ଡ , ୨ବର୍ଷର ନାତି ଏବଂ ବୋହୂକୁ ହତ୍ୟା

ଲକ୍ଷ୍ନୌ: ପାଗଳ ଜେଜେର ନାରକୀୟ କାଣ୍ଡ । ନିଜ ପରିବାରେ ଦୁଇ ଜଣକୁ ହତ୍ୟା କରିଛି ନିଜ ରକ୍ତ ସମ୍ପର୍କିୟ ଜେଜେ । ୨ବର୍ଷର ନାତି କାନ୍ଦିବାରୁ ହତ୍ୟା କରିଛି ଜେଜେ ବାପା ।ଏଭଳି କି ଶିଶୁଟିର ମାଆକୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ ବାପା । ସୀତାପୁର ଜିଲ୍ଲାର ତାଲଗାଓଁ କୋଟୱାଲି ଅଞ୍ଚଳର ଦେଉରିଆ ଗାଁରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।ଘଟଣା ସ୍ଥଳରେ ଶୁଶୁଟିର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସଧୀନ ଅବସ୍ଥାରେ ମାଆର ପ୍ରଣା ଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକି ଗିରଫ କରିଛି ।ଅଭିଯୁକ୍ତ ଜେଜେ ବାପାର ମାନସିକ ଅବସ୍ଥା ଭଲ ନଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଯେଗ୍ୟ ଅକ୍ଷୟ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପରିବାର ସୀତାପୁର ଜିଲ୍ଲାର ଦେଉରିଆ ଗାଁରେ ରୁହନ୍ତି । ଅକ୍ଷୟ ଅନ୍ୟ ଏକ ସହରରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବାପା କମଟା ପ୍ରସାଦ, ସ୍ତ୍ରୀ ଶିଖା ଏବଂ ଦୁଇ ବର୍ଷର ଶିଶୁ ଆୟୁଷ୍ ଘରେ ରହୁଥିଲେ । ହେଲେ ଆଜି (ଶୁକ୍ରବାର)ସକାଳେ ଆୟୁଷ୍ କୌଣସି କରାଣରୁ କାନ୍ଦିବାରୁ ଜେଜେ ବାପା ଉତକ୍ଷୀପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।ଫଳରେ ଘଟଣା ସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଛି ।ଏହି ସମୟରେ ଶିଶୁଟିର ମାଆ ଶିଖା ଧଇଁ ଆସି ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଅଭୁଯୁକ୍ତ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ....କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ

ଏହା ପରେ ସେ ଅଚେତ୍ ଅବସ୍ଥରେ ଘଟଣା ସ୍ଥଳର ପଡି ରହିଥିଲେ । କିଛି ସମୟ ପରେ ଏହି ଖବର ସାରା ଗାଁରେ ଖେଳି ଯାଇଥିଲା । ଘଟଣା ସ୍ଥଳେ ସ୍ଥାନୀୟ ଲୋକ ପହଞ୍ଚି ଶିଶୁ ଏବଂ ତା'ର ମାଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ କିଛି ସମୟ ପରେ ଶିଖାଙ୍କର ମଧ୍ୟ ଅବସ୍ଥା ବିଗିଡି ଯାଇଥିଲା । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଏହା ପରେ ଲୋକେ ପୋଲିସରେ ଖବର ଦେଇଥିଲେ ।ପୋଲିସ ଖବର ପାଇ ଘଟଣା ସ୍ଥାଲରେ ପହଞ୍ଚି ଅଭିଯୁକ୍ତ ଜେଜେ ବାପାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ମଧ୍ୟ ଜବତ କରିଛି । ଅଭିଯୁକ୍ତକୁ ପଚାରାଉଚାରା ବେଳେ ତା'ର ମାନସିକ ଅବସ୍ଥା ଠିକ ନଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସପି ଚକ୍ରଶ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ଅଧିକ ତଦନ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.