ETV Bharat / bharat

Caste Census In Bihar: ନୀତିଶଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ହେବନି ସର୍ଭେ

author img

By

Published : May 18, 2023, 4:48 PM IST

ଜାତିଭିତ୍ତିକ ଜନଗଣନା ମାମଲାରେ ସୁପ୍ରିମକୋର୍ଟରୁ ମଧ୍ୟ ନିରାଶ ହେଲା ନୀତିଶ ସରକାର । ପାଟନା ହାଇକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ନୀତିଶ ସରକାର । ଅଧିକ ପଢନ୍ତୁ

Caste census in Bihar: ହାଇକୋର୍ଟ ପରେ ସୁପ୍ରିମକୋର୍ଟରୁ ନୀତିଶ ସରକାରଙ୍କୁ ଝଟକା

ନୂଆଦିଲ୍ଲୀ: ଜାତିଗତ ଜନଗଣନା ପ୍ରସଙ୍ଗରେ ବିହାର ନୀତିଶ କୁମାର ସରକାରଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ବଡ ଝଟକା ଲାଗିଛି । ଏବେ ବିହାର ସରକାର ଆରମ୍ଭ କରିଥିବା ଏହି ଜାତିଭିତ୍ତିକ ଜନଗଣନା ହୋଇପାରିବ ନାହିଁ । ପୂର୍ବରୁ ପାଟନା ହାଇକୋର୍ଟ ଏହି ଜନଗଣନା ଉପରେ ଲଗାଇଥିବା ଅନ୍ତରୀଣ ସ୍ଥଗିତାଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଫଳରେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିବା ନୀତିଶ ସରକାରଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ଏହି ନିର୍ଦ୍ଦେଶ ସହ ନୀତିଶଙ୍କ ବହୁପ୍ରତୀକ୍ଷିତ ଜାତିଭିତ୍ତିକ ଜନଗଣନାର କାର୍ଯ୍ୟକାରିତା ଅନିର୍ଦ୍ଦିଷ୍ଟତା ମଧ୍ଯକୁ ଠେଲି ହୋଇଯାଇଛି ।

ନିତୀଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ପାଟନା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ । ନୀତିଶ ସରକାର ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ସର୍ବୋଚ୍ଚ କୋର୍ଟ ତଳ କୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ ଉପରେ ରୋକ ଲଗାଇବା ପାଇଁ ମନା କରିଛନ୍ତି । ପାଟନା ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 3 ତାରିଖକୁ ସ୍ଥିର କରିଛନ୍ତି । ତଳକୋର୍ଟ ଦ୍ବାରା ନିର୍ଦ୍ଧାରିତ ଆଗାମୀ ଶୁଣାଣିରେ ସରକାର ତାଙ୍କ ପକ୍ଷ ରଖନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ଆଜି ଶୁଣାଣିରେ ବିହାର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ଏହି ଜାତିଭିତ୍ତିକ ଜନଗଣନା ଆରମ୍ଭ ହୋଇ ପ୍ରାୟତଃ 80 ପ୍ରତିଶତ ଶେଷ ହୋଇଥିଲା । ସର୍ଭେ ଶେଷ କରିବାର ନିର୍ଦ୍ଧାରିତ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ତଳ କୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଶୁଣାଣିରେ ସରକାରଙ୍କ ପକ୍ଷର ଯୁକ୍ତିକୁ ଗୁରୁତ୍ବ ନଦେଇ ତରବରିଆ ଭାବେ ସ୍ଥଗିତାଦେଶ ଜାରି କରାଯାଇଥିଲା । ଆଉ ମାତ୍ର 10 ଦିନ ମିଳିଲେ ସର୍ଭେ ଶେଷ ହୋଇପାରନ୍ତା । ହେଲେ ତମାମ ଯୁକ୍ତି ସତ୍ତ୍ବେ ମଧ୍ୟ ସର୍ବୋଚ୍ଚ କୋର୍ଟ ତଳ କୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ଆସନ୍ତା ତାରିଖରେ ତଳ କୋର୍ଟରେ ପକ୍ଷ ରଖିବାକୁ ନୀତିଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି (ବୁଧବାର) ଏହି ମାମଲା ଶୁଣାଣି ପାଇଁ ସୂଚୀଭୁକ୍ତ ହୋଇଥିଲା । ହେଲେ ଜଷ୍ଟିସ ସଞ୍ଜୟ କୋରଲ ଏହି ମାମଲାର ଶୁଣାଣି ପାଇଁ ନିଜକୁ ପୃଥକ କରିନେଇଥିଲେ । ଫଳରେ ଏହାକୁ ପୁଣି ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା । ଆଜି (ଗୁରୁବାର) ଏହି ମାମଲାର ଶୁଣାଣି 2 ଜଣିଆ ନୂତନ ଖଣ୍ଡପୀଠ ଦ୍ବାରା କରାଯାଇଛି । ଜଷ୍ଟିସ ଅଭୟ.ଏସ.ଓକ ଓ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଖଣ୍ଡିପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ତଲକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.