ETV Bharat / bharat

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି, ଆଜି ପୁଣି ଉପବାସ କରିବେ ଚାଷୀ - ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ

କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ 26 ଦିନରେ ପହଞ୍ଚିଛି । ସେପଟେ ଆଜି ପୁଣି ଚାଷୀମାନେ ଉପବାସ କରିବେ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ
author img

By

Published : Dec 21, 2020, 9:11 AM IST

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହି ଆନ୍ଦୋଳନ ଆଜି 26 ଦିନରେ ପହଞ୍ଚିଛି । ଆନ୍ଦୋଳନକୁ ତୀବ୍ର କରିବାକୁ ଆଜି ପୁଣି କୃଷକ ମାନେ ଉପବାସ କରିବେ ବୋଲି ସୂଚନା ମିଳିଛି ।

ସେହିପରି 25ରୁ 27 ତାରିଖ ଯାଏ ହରିୟାଣାର ସମସ୍ତ ରାଜପଥରେ ଟୋଲ ଫି ଛାଡ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ସେପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦିନେ ଓ ଦୁଇଦିନ ମଧ୍ୟରେ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଅନ୍ୟପଟେ କୃଷକ ଆନ୍ଦୋଳନ ସମୟରେ ପାଖାପାଖି 30 ଜଣ ଚାଷୀଙ୍କ ବିଭିନ୍ନ କାରଣରୁ ଜୀବନ ଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, କୃଷକଙ୍କ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଓ ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମପ୍ରକାଶ ସଦସ୍ୟ ଅଛନ୍ତି ।

ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟାରେ କୃଷକମାନେ ଧାରଣାରେ ବସିଛନ୍ତି । ଚାରି ସପ୍ତାହ ଧରି ଏମାନେ ପ୍ରଦର୍ଶନ ଜାରି ରଖିଛନ୍ତି । କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏହି ଆନ୍ଦୋଳନ ବଢୁଥିବା ଦୃଷ୍ଟିରେ ରଖି କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ 40 କୃଷକ ସଙ୍ଗଠନକୁ ପତ୍ର ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ସମସ୍ତ ଦାବିକୁ ଦୃଷ୍ଟିରେ ରଖି ଉଚିତ୍‌ ସମାଧାନ କରିବାକୁ ଖୋଲା ମନରେ ଆଗ୍ରହୀ ଅଛନ୍ତି ।

ସରକାର କୃଷକଙ୍କ ସହିତ ପାଞ୍ଚ ଥର ବୈଠକ କରିଥିବାବେଳେ ଆଗକୁ ମଧ୍ୟ ଆଲୋଚନା କରି ଖୁବଶୀଘ୍ର ସମାଧାନର ରାସ୍ତା ବାହାର କରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.