ETV Bharat / bharat

ଆଫଗାନ ଫେରନ୍ତାଙ୍କୁ ମାଗଣା Polio ଟିକା - Afghanistan returnees

ଆଫଗାନସ୍ତାନରୁ ଫେରୁଥିବା ନାଗରିକଙ୍କୁ ପୋଲିଓ ଓପିଭି ଓ ଏଫଆଇପିଭି ମାଗଣା ଟିକା ଲଗାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅଧିକ ପଢନ୍ତୁ...

ଆଫଗାନ ଫେରନ୍ତାଙ୍କୁ ମାଗଣା Polio ଟିକା
ଆଫଗାନ ଫେରନ୍ତାଙ୍କୁ ମାଗଣା Polio ଟିକା
author img

By

Published : Aug 22, 2021, 4:01 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ଅନେକ ଲୋକ ଦେଶ ଛାଡିବାକୁ ବାଧ୍ୟ ହୋଇପଡିଛନ୍ତି । ଭାରତୀୟମାନଙ୍କୁ ମଧ୍ୟ ସ୍ବଦେଶ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ଆଫଗାନିସ୍ତାନରୁ ୪୦୦ରୁ ଊର୍ଦ୍ଧ୍ବ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି । ବାକି ନାଗରିକଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ଭାରତ ସରକାର । ତେବେ ଆଫଗାନିସ୍ତାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ଭ୍ୟାକ୍ସିନ ।

  • "We have decided to vaccinate Afghanistan returnees with free Polio Vaccine - OPV & fIPV, as a preventive measure against Wild Polio Virus. Take a look at the vaccine drive at Delhi International Airport," tweets Union Health Minister Mansukh Mandaviya. pic.twitter.com/FsVG4JNGzh

    — ANI (@ANI) August 22, 2021 " class="align-text-top noRightClick twitterSection" data=" ">

ଆଫଗାନସ୍ତାନରୁ ଫେରୁଥିବା ନାଗରିକଙ୍କୁ ପୋଲିଓ ଓପିଭି ଓ ଏଫଆଇପିଭି ମାଗଣା ଟିକା ଲଗାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଆଫଗାନିସ୍ତାନରୁ ଫେରିଥିବା ଭାରତୀୟଙ୍କୁ ବିମାନବନ୍ଦରରେ ଟୀକାକରଣର ଫଟୋ ସେୟାର କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

କାବୁଲ କବଜା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଦଖଲ କରିସାରିଛି ତାଲିବାନ । ବର୍ତ୍ତମାନ ସେଠାରେ ସ୍ଥିତି ଭୟାବହ ରହିଛି । ନିଜ ନାଗରିକଙ୍କୁ ସୁରକ୍ଷିତ ଫେରାଇ ନେଉଛନ୍ତି ବ୍ରିଟେନ, ଆମେରିକା, କାନାଡା ସମେତ ଅନେକ ଦେଶ । ଭାରତ ମଧ୍ୟ ନିଜ ନାଗରିକଙ୍କୁ ଏୟାରଲିଫ୍ଟ କରି ଅଣାଯାଉଛି । ରବିବାର ୧୦୭ ଭାରତୀୟଙ୍କ ସମେତ ମୋଟ ୧୬୮ ଜଣଙ୍କୁ କାବୁଲରୁ ଦିଲ୍ଲୀ ଆସିଛନ୍ତି । ଆଫଗାନିସ୍ତାନରୁ ଏହି ନାଗରିକଙ୍କୁ ନେଇ ଆସିଥିବା ବାୟୁସେନା ବିମାନ ହିଣ୍ଡନ ଏୟାରବେସରେ ଅବତରଣ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.