ETV Bharat / bharat

ପ୍ରତିଶ୍ରୁତିର ୮ ମାସ ପରେ MSP କମିଟି ଗଠନ କଲା କେନ୍ଦ୍ର

ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର । MSP କମିଟି ପାଇଁ ଗତବର୍ଷ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ପ୍ରତିଶ୍ରୁତିର ୮ ମାସ ପରେ MSP କମିଟି ଗଠନ କଲା କେନ୍ଦ୍ର
ପ୍ରତିଶ୍ରୁତିର ୮ ମାସ ପରେ MSP କମିଟି ଗଠନ କଲା କେନ୍ଦ୍ର
author img

By

Published : Jul 19, 2022, 7:17 AM IST

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା(MSP)କୁ ସୁଦୃଢ କରିବା ପାଇଁ ସୋମବାର କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି(Govt Setsup committee to Strengthen MSP System) । ଗତବର୍ଷ ନଭେମ୍ବରରେ ତିନି କୃଷି ଆଇନ ଉଚ୍ଛେଦ ଘୋଷଣା କରିବା ସମୟରେ ଏମଏସପି ପାଇଁ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏହାର ୮ ମାସ ପରେ ଏମଏସପି କମିଟି ଗଠନ ହୋଇଛି । କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ବିଜ୍ଞାନୀ ଓ କୃଷି ଅର୍ଥନୀତିଜ୍ଞମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି ।

ଏମଏସପି କମିଟି ଗଠନ ପାଇଁ ଗତ ୧୨ ତାରିଖରେ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ପୂର୍ବତନ କୃଷି ସଚିବ ସଞ୍ଜୟ ଅଗ୍ରୱାଲ(Former Agriculture Secretary Sanjay Agrawal) ଏହି ଏମଏସପି କମିଟିର ଅଧ୍ୟକ୍ଷ ରହିବେ । ସେହିପରି ସଂଯୁକ୍ତ କିଷାନ ମୋର୍ଚ୍ଚାରୁ(SKM) ମଧ୍ୟ ଏଥିରେ ୩ ଜଣ ସଦସ୍ୟ ରହିବେ । କେନ୍ଦ୍ର ପାଖକୁ ୩ଟି ନାମ ପଠାଇବା ପାଇଁ ଏସକେଏମକୁ କୁହାଯାଇଥିଲା । କିନ୍ତୁ ଏହି କୃଷକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏ ଯାଏଁ କୌଣସି ନାମ ଦିଆଯାଇନାହିଁ । ଏହାସହିତ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ, କୃଷି ଅର୍ଥନୀତିଜ୍ଞ ସିଏସସି ଶେଖର, ସୁଖପାଲ ସିଂହ ଓ ଜାତୀୟ ପୁରସ୍କାର ପ୍ରାପ୍ତ କୃଷକ ଭାରତ ଭୁଷଣ ତ୍ୟାଗି ଏହି କମିଟିରେ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.