ETV Bharat / bharat

New Drone Policy: ନୂଆ ଡ୍ରୋନ ନିୟମ ଘୋଷଣା କଲେ କେନ୍ଦ୍ର ସରକାର

author img

By

Published : Aug 26, 2021, 3:56 PM IST

ନୂଆ ଡ୍ରୋନ ପଲିସି(New Drone Policy) ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଡ୍ରୋନ କ୍ଷେତ୍ରରେ ଲାଗୁ ଅନେକ ନିୟମରେ କରାଯାଇଛି ପରିବର୍ତ୍ତନ । ଅଧିକ ପଢନ୍ତୁ...

New Drone Policy: ନୂଆ ଡ୍ରୋନ ନିୟମ ଘୋଷଣା କଲେ କେନ୍ଦ୍ର ସରକାର
New Drone Policy: ନୂଆ ଡ୍ରୋନ ନିୟମ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଡ୍ରୋନ ପାଇଁ ନୂଆ ନିୟମ(New Drone Policy। ବାୟୁସେନା ଷ୍ଟେସନରେ ଆକ୍ରମଣ ପରେ ନୂଆ ଡ୍ରୋନ ନିୟମ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଦିଆଯାଇଥିବା ନିୟମ ମନୁଷ୍ୟ ବିହୀନ ପ୍ରଣାଳୀ ନିୟମ (Unmanned Aircraft Systems Rules, 2021)ର ସ୍ଥାନ ନେବ । ନୂଆ ନିୟମରେ ଡ୍ରୋନ ଉଡାଣ କ୍ଷେତ୍ରରେ ଦ୍ରୁତ ବିକାଶ ସହିତ ସୁରକ୍ଷା ପ୍ରାଥମିକତା ଦିଗରେ ମଧ୍ୟ ଧ୍ୟାନ ରଖାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିୟମ ଗଠନ ସମୟରେ ବିକାଶର ସମ୍ଭାବନା ଓ ସୁରକ୍ଷାର ପରିଦୃଶ୍ୟ ମଧ୍ୟରେ ସନ୍ତୁଳନ ସ୍ଥାପନ କରାଯାଇଛି । ସରକାରଙ୍କ ଅନୁଯାୟୀ, ନୂଆ ନିୟମ ହସ୍ତକ୍ଷେପ ବିନା ବିଶ୍ବାସର ସହିତ ପ୍ରସ୍ତୁତ କରାଯାଇଛି । ନୂଆ ନିୟମରେ ଲାଇସେନ୍ସ ଫି'ରେ ଛାଡ ଦିଆଯାଇଛି । ସମସ୍ତ ଶ୍ରେଣୀର ଡ୍ରୋନ ପାଇଁ ରିମୋର୍ଟ ପାଇଲଟ ଲାଇସେନ୍ସ ଅର୍ଥ 3000 ଟଙ୍କାରୁ ହ୍ରାସ କରାଯାଇ 100 ଟଙ୍କା କରିଦିଆଯାଇଛି । ଏହା 10 ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ।

ନୂଆ ନିୟମ ଲାଗୁ ପରେ ଏଣିକି ଗ୍ରୀନ ଜୋନ୍‌ରେ ଡ୍ରୋନ ଉଡାଇବାକୁ ଅନୁମତିର ଆବଶ୍ୟକତା ନାହିଁ । ଗ୍ରୀନ ଜୋନ 400 ଫୁଟ କିମ୍ବା 120 ମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁକ୍ଷେତ୍ରକୁ ଦର୍ଶାଉଛି । ଏହାସହିତ ୟେଲୋ ଜୋନ୍‌କୁ ବିମାନବନ୍ଦର କ୍ଷେତ୍ରରେ 45 କିଲୋମିଟରରୁ ହ୍ରାସ କରି 12 କିଲୋମିଟର କରିଦିଆଯାଇଛି । 30 ଦିନ ମଧ୍ୟରେ ଡିଜିଟାଲ ସ୍କାଏ ପ୍ଲାଟଫର୍ମରେ ଏକ ଇଲେକ୍ଟ୍ରୋନିକ ଏୟାରସ୍ପେସ ଦିଆଯିବ, ଯେଉଁଠି ଗ୍ରୀନ, ୟେଲୋ ଓ ରେଡ୍‌ ଜୋନ ଦର୍ଶାଯିବ ।

ଏହାପୂର୍ବରୁ 15 ଜୁଲାଇରେ ନୂଆ ଡ୍ରୋନ ଆଇନର ରୂପରେଖ ପ୍ରକାଶ କରିଥିଲେ ସରକାର । ଏହା ଉପରେ 5 ଅଗଷ୍ଟ ସୁଦ୍ଧା ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଲୋଡାଯାଇଥିଲା । ଏହି ବିଚାର ଉପରେ ଲୋକଙ୍କ ପ୍ରତିକ୍ରିୟାକୁ ବିଶ୍ଳେଷଣ କରି ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ଏବେଠୁ ନୂଆ ନିୟମ ଅନୁଯାୟୀ, ଛୋଟ ଡ୍ରୋନ(ଅଣବ୍ୟବସାୟିକ ଉପଯୋଗ) ଓ ନାନୋ ଡ୍ରୋନ ପାଇଁ କୌଣସି ରିମୋର୍ଟ ପାଇଲଟ ଲାଇସେନ୍ସର ଆବଶ୍ୟକତା ହେବ ନାହିଁ । ଏହା ବ୍ୟତୀତ ପଞ୍ଜୀକରଣ ତଥା ଲାଇସେନ୍ସ ଜାରି କରିବା ପୂର୍ବରୁ ସିକ୍ୟୁରିଟି କ୍ଲିୟରାନ୍ସର ଆବଶ୍ୟକତା ନାହିଁ ।

ନୂଆ ଡ୍ରୋନ ନିୟମରେ ସରକାର ଡ୍ରୋନ ଓଜନକୁ 300ରୁ ବୃଦ୍ଧି କରି 500 କିଲୋଗ୍ରାମ କରିଦେଇଛନ୍ତି । ଅର୍ଥାତ ଏବେ 5 କ୍ବିଣ୍ଟାଲର ଡ୍ରୋନ ଉଡାଯାଇପାରିବ । ଭାରତୀୟ ଡ୍ରୋନ କମ୍ପାନୀରେ ବିଦେଶୀ ମାଲିକାନା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଡ୍ରୋନ ନିର୍ମାତା ଓ ଆମଦାନୀ କରୁଥିବା ବ୍ୟବସାୟୀଙ୍କ ପାଇଁ ପରିଚୟ ପତ୍ରର ବ୍ୟବସ୍ଥା କରାଯାଇଛି । ଅର୍ଥାତ ଏମାନେ ଡ୍ରୋନକୁ ସରକାରଙ୍କ ନଜରରେ ପ୍ରମାଣିତ କରିପାରିବେ । ଏଥିପାଇଁ ନିର୍ମାତା ତଥା ଆମଦାନୀ କରୁଥିବା ବ୍ୟବସାୟୀ ଡିଜିଟାଲ ସ୍କାଏ ପ୍ଲାଟଫର୍ମକୁ ଯାଇ ସ୍ବୟଂ ୟୁନିକ ଆଇଡିଣ୍ଟିଫିକେସନ ନମ୍ବର(UNI) ଦେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.