ETV Bharat / bharat

PMGKAY: ସେପ୍ଟେମ୍ବର ଯାଏଁ ମିଳିବ ମାଗଣା ରାସନ

author img

By

Published : Mar 27, 2022, 7:57 AM IST

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି 6 ମାସ ବୃଦ୍ଧି କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

union government extends of PMGKAY
PMGKAY: ସେପ୍ଟେମ୍ବର ଯାଏ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି 6 ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉକ୍ତ ଯୋଜନା ଅନ୍ତର୍ଗତ ହିତାଧିକାରୀମାନେ ସେପ୍ଟେମ୍ବର ମାସ ଯାଏଁ ମାଗଣାରେ ରାସନ ପାଇବେ।

  • भारतवर्ष का सामर्थ्य देश के एक-एक नागरिक की शक्ति में समाहित है। इस शक्ति को और मजबूती देने के लिए सरकार ने प्रधानमंत्री गरीब कल्याण अन्न योजना को छह महीने और बढ़ाकर सितंबर 2022 तक जारी रखने का निर्णय लिया है। देश के 80 करोड़ से अधिक लोग पहले की तरह इसका लाभ उठा सकेंगे। pic.twitter.com/gasprUJIhK

    — Narendra Modi (@narendramodi) March 26, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)ର ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଯୋଜନାରେ 80 କୋଟିରୁ ଊର୍ଦ୍ଧ୍ବ ଲୋକ ଲାଭବାନ ହେବେ ବୋଲି ମୋଦି କରିଛନ୍ତି । ଦେଶରେ କୋରୋନା ସଙ୍କଟ ଯୋଗୁଁ ଗରିବଙ୍କୁ ମାଗଣା ରାସନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଥିଲେ । ଗତ 2020 ମାର୍ଚ୍ଚରେ ସରକାରଙ୍କ ପକ୍ଷରୁ ଏହି ସ୍କିମ ଘୋଷଣା କରାଯାଇଥିଲା ।

ପ୍ରାଥମିକ ଭାବେ PMGKAYର ଅବଧି 2020 ଏପ୍ରିଲ-ଜୁନ ଯାଏ ଥିଲା । ମାତ୍ର ଦେଶରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି 2021 ନଭେମ୍ବର 30 ଓ ପରେ 2022 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯୋଜନା ଆଧାରରେ 80 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରତି ମାସ 5 କିଲୋ ରାସନ ଯୋଗାଇ ଦିଆଯାଏ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲ 2020ରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର 2.60 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଖାଦ୍ୟ ସୁରକ୍ଷା ସହ ଜଡିତ PMGKAY ଯୋଜନାରେ ସରକାର 3.40 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.