ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ର ସରକାର ଆଜି ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରଯାଉଥିବା ସଂସଦର ଦୁଇ ଗୃହର ସଚିବଙ୍କ ଦ୍ବାରା ଜାରି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ରାଜ୍ୟସଭା ସଚିବାଳୟ ସଚିବ ପି.ସି ମୋଦି ଓ ଲୋକସଭା ସଚିବାଳୟ ସଚିବ ଉତ୍ପଲ କୁମାର ସିଂଙ୍କ ହସ୍ତାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । 18 ରୁ 22 ତାରିଖ ମଧ୍ୟରେ ଏହି ସ୍ବତନ୍ତ୍ର ଅଧିବେଶନ ହେବା ନେଇ ଉଭୟ ଗୃହର ସଦସ୍ୟଙ୍କୁ ଏଥିରେ ଅବଗତ କରାଯାଇଛି । ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଥମେ ଏହି ସ୍ବତନ୍ତ୍ର ଅଧିବେଶନ ନେଇ ସୂଚନା ଦେଇଥିଲେ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ:- One nation, One Election: 8ଜଣିଆ କମିଟିରେ ଶାହ, ଆଜାଦ ଓ ଅଧୀର
-
Government of India issues gazette notification for a special session of Parliament from September 18th to the 22nd of September. pic.twitter.com/zgC8MRK3TW
— ANI (@ANI) September 2, 2023 " class="align-text-top noRightClick twitterSection" data="
">Government of India issues gazette notification for a special session of Parliament from September 18th to the 22nd of September. pic.twitter.com/zgC8MRK3TW
— ANI (@ANI) September 2, 2023Government of India issues gazette notification for a special session of Parliament from September 18th to the 22nd of September. pic.twitter.com/zgC8MRK3TW
— ANI (@ANI) September 2, 2023
ଗୁରୁବାର କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ୧୮ ତାରିଖରୁ ୨୨ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ଏହାର କୌଣସି ଏଜେଣ୍ଡା ପ୍ରକାଶ କରାଯାଇନାହିଁ । ତେବେ ହଠାତ୍ ଏପରି ସଂସଦ ଅଧିବେଶନ ଡକାଯିବା ନେଇ ଏକକ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ଗତକାଲି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ ଏହି ପ୍ରସ୍ତାବର ଅନୁଧ୍ୟାନ କରିବା ନେଇ ଘୋଷଣା କରିଥିଲେ । ଏହି କିମିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ମୋଟ 8 ଜଣଙ୍କୁ ସଦସ୍ୟଙ୍କୁ ସ୍ଥାନ ମିଳିଛି ।
ଏବେ ଏବେ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ନିର୍ବାଚନ ପୂର୍ବରୁ ଏପରି ସ୍ବତନ୍ତ୍ର ଅଧିବେଶନ ଆହ୍ବାନକୁ ବିରୋଧୀ କେତେବେଳେ ଆଗୁଆ ନିର୍ବାଚନ ଚର୍ଚ୍ଚା ତ କେତେବେଳେ ଏକକ ନିର୍ବାଚନ ଚର୍ଚ୍ଚା ମଧ୍ୟ କରୁଛନ୍ତି । କେନ୍ଦ୍ର ସରକାର କିନ୍ତୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ (ଏକକ ନିର୍ବାଚନ) ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ 8 ଜଣିଆ କମିଟି ଏହି ପ୍ରସ୍ତାବର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ସହ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବେ । ପରେ ଏହି ପ୍ୟାନେଲ ସରକାରଙ୍କୁ ଏକ ସିପାରିଶ ରିପୋର୍ଟ ଦାଖଲ କରିବ । ଏହା ପ୍ରାୟତଃ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇପାରେ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ