ETV Bharat / bharat

Pakistan Crisis: ସଂସଦ ଭଙ୍ଗ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ବିରୋଧୀ

ପାକିସ୍ତାନ ସଂସଦ ଭଙ୍ଗ ପରେ ସୁପ୍ରିମକୋର୍ଟ ଗଲେ ବିରୋଧୀ । ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଲେ PPP ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ । ଏବେ ମଧ୍ୟ ଭୋଟିଂ ଦାବିରେ ଗୃହରେ ବିରୋଧୀଙ୍କ ଧାରଣା ଜାରି। ଅଧିକ ପଢନ୍ତୁ

author img

By

Published : Apr 3, 2022, 4:18 PM IST

Pakistan crisis: ସଂସଦ ଭଙ୍ଗ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ବିରୋଧୀ

ଇସଲାମାବାଦ: ପାକିସ୍ତାନରେ ନିଜ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିଜ ବିରୋଧରେ ଆସିଥିବା ଅନାସ୍ଥା ଖାରଜ କରିବା ସହ ସମ୍ମାନ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ସଂସଦ ଭଙ୍ଗ ମଧ୍ୟ କରାଇବାରେ ସଫଳ ହୋଇଛନ୍ତି ଇମ୍ରାନ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସଂସଦ ଭାଙ୍ଗ କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଛି ।

  • #WATCH Government has violated the Constitution, didn't allow voting on the no-confidence motion. The united opposition is not leaving parliament. Our lawyers are on their way to Supreme Court...says Bilawal Bhutto Zardari, Chairman, PPP#Pakistan pic.twitter.com/vtrQ8d09pb

    — ANI (@ANI) April 3, 2022 " class="align-text-top noRightClick twitterSection" data=" ">

ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଗୃହରେ ଧାରଣା ଦେଇଛନ୍ତି ବିରୋଧୀ । ସେହିପରି ରାଷ୍ଟ୍ରପତି ପାକିସ୍ତାନର ସମ୍ବିଧାନିକ ପରମ୍ପରା ଭାଙ୍ଗି ସଂସଦ ଭଙ୍ଗ କରିବା ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ନେଇ ପାକିସ୍ତାନର ବିରୋଧୀ ଦଳ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଅଧ୍ୟକ୍ଷ ବିଲ୍ଲାଓ୍ବଲ ଭୁଟ୍ଟୋ ସୂଚନା ଦେଇଛନ୍ତି ।

ସଂସଦ ଭଙ୍ଗ ପରେ ଭୁଟ୍ଟୋ ଏକ ଭିଡିଓ ଜାରି କରି ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଇମ୍ରାନଙ୍କୁ କଡା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି । ଆଜି ଅନାସ୍ଥା ପାଇଁ ଭୋଟିଂ ତାରିଖ ସ୍ଥିର କରାଯାଇଥିବା ବେଳେ ଆଜି ଭୋଟିଂ ହେବା ଦାବିରେ ବିରୋଧୀ ଧାରଣାରେ ବସିଥିବା ମଧ୍ୟ କହିଛନ୍ତି । ବାଚସ୍ପତିଙ୍କ ଦ୍ବାରା ଏପରି କାର୍ଯ୍ୟ ପାକିସ୍ତାନର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ ଓ ସେଥିପାଇଁ ମିଳିତ ବିରୋଧୀଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିବା ପାଇଁ ଓକିଲ ପଠାଯାଇ ସାରିଥିବା ମଧ୍ୟ କହିଛନ୍ତି ।

ତାରିଖ ସ୍ଥିର ହୋଇ ସାରିଥିବାବେଳେ ଭୋଟିଂ ନକରାଇବା ସାମ୍ବିଧାନିକ ବିଧି ବ୍ୟବସ୍ଥାର ବିରୋଧୀ । ଏପରି କରି ସରକାର ସମ୍ବିଧାନକୁ ଉଲ୍ଲଙ୍ଘନ କରିଛନ୍ତି । ବିରୋଧୀଙ୍କ ମିଳିତ ଟିମ ଏବେ ମଧ୍ୟ ଗୃହରେ ଧାରଣା ଦେଇଛନ୍ତି । ସଂନ୍ଧ୍ୟା ସୁଦ୍ଧା ପୂର୍ବ ନିଷ୍ପତ୍ତିକୁ ଖାରଜ କରି ଭୋଟିଂ କରିବା ପାଇଁ ସେ ଦାବି ମଧ୍ୟ କରିଛନ୍ତି ।

ଅନ୍ୟପଟେ ସତ୍ତା ପରିବର୍ତ୍ତନ ହେବା ସହ ବିରୋଧୀ ଦଳ କ୍ଷମତା ହାତେଇବା ଚର୍ଚ୍ଚାରେ ରୋକ ଲାଗିଛି । ଅନାସ୍ଥାରେ ଇମ୍ରାନଙ୍କ ଗାଦିଚ୍ଯୁତ ହେବା ଏବଂ ନୂତନ ପ୍ରଧାନମନ୍ତ୍ରୀ ଭାବେ ବିରୋଧୀ ଦଳ ନେତା ସେହେଓ୍ବାଜ ସରିଫ ଶପଥ ନେବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ଏଥିପାଇଁ ବିରୋଧୀ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । କିନ୍ତୁ ବିରୋଧୀଙ୍କ ସବୁ ରଣନୀତିକୁ ମାତ ଦେଇଛନ୍ତି ଇମ୍ରାନ ।

ପାକିସ୍ତାନ ସଂସଦୀୟ ବ୍ୟବସ୍ଥା ଅନୁସାରେ ସଂସଦ ଭଙ୍ଗ ହେଲେ ସର୍ବାଧିକ 90ଦିନ ମଧ୍ୟରେ ଆଉ ଥରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ଜନମତ ହାତେଇବା ପାଇଁ ଇମ୍ରାନଙ୍କ PTI କାର୍ଯ୍ୟ ଆରମ୍ଭ କରିସାରିଥିବା ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.