ETV Bharat / bharat

Budget Session: 31ରେ ଅଧିବେଶନ ଆରମ୍ଭ, 30ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର - ବଜେଟ ଅଧିବେଶନ

ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ 30ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର । ଗୃହରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ମାଗିବେ ସରକାର । 31ରୁ ଅଧିବେଶନ ଆରମ୍ଭ । ଅଧିକ ପଢନ୍ତୁ

30ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର
30ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର
author img

By

Published : Jan 24, 2023, 9:50 PM IST

ହାଇଦ୍ରାବାଦ: ଚଳିତମାସ (ଜାନୁଆରୀ) 31ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ । ଏହା ପୂର୍ବରୁ ସରକାର ପାରମ୍ପରିକ ଭାବେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଜାନୁଆରୀ 30 ତାରିଖ ଅପରାହ୍ନରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ପାରମ୍ପରିକ ଭାବେ ଏହି ବୈଠକ ଆହୁତ କରାଯାଇଛି । ଏଥିରେ ସଂସଦରେ ପ୍ରତିନିଧିତ୍ବ ଥିବା ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ରହିବେ ।

ଏହି ବୈଠକରେ ବିରୋଧୀ ଦଳ ଚଳିତ ଅଧିବେଶନରେରେ ସେମାନଙ୍କ ଦ୍ବାରା ଉଠାଯିବାକୁ ଥିବା ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦାବି କରିବେ । ସେହିପରି ଅଧିବେଶନର ଫଳପ୍ରଦତା ଓ ଶୃଙ୍ଖଳିତ ଗୃହ ପରିଚାଳନା ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ ଆଶା କରିବେ । ଜାନୁଆରୀ 30 ଅପରାହ୍ନରେ ଏନଡିଏ ଫ୍ଲୋର ଲିଡରଙ୍କର ଏକ ବୈଠକ ମଧ୍ୟ ରଖାଯାଇଛି । ଚଳିତ ସଂସଦ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ :-ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ସଂସଦର ବଜେଟ ଅଧିବେଶନ ଚଳିତମାସ 31ରୁ ଆରମ୍ଭ ହେବାକୁ ଯାଉଛି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଏହି ଅଧିବେଶନରେ ଉପସ୍ଥାପିତ ହେବାକୁ ଯାଉଛି । ବର୍ଷ 2023ର ପ୍ରଥମ ସଂସଦ ଅଧିବେଶନ ହୋଇଥିବା କାରଣରୁ ପ୍ରଥମ ଦିବସରେ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଦ୍ବିତୀୟ ଦିବସ ତଥା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । 2024 ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି । ଶେଷ ବଜେଟର ରୂପ ରେଖକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ଅଧିବେଶନର ପ୍ରଥମ ଭାଗ ଜାନୁଆରୀ 31 ରୁ ଆରମ୍ଭ ହୋଇ ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଭାଗ ମାର୍ଚ୍ଚ 13 ରେ ଆରମ୍ଭ ହେବ ଏବଂ ଏପ୍ରିଲ 6 ପର୍ଯ୍ୟନ୍ତ ଚାଲିବ । ମୌସୁମୀ ଅଧିବେଶନରେ ଉଭୟ ଗୃହରେ 9ଟି ବିଲ୍ ପାରିତ ହୋଇଥିଲା । ଚଳିତ ଅଧିବେଶନରେ ମଧ୍ୟ ମୋଦି ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ମଧ୍ୟ ଆଗତ କରିବା ନେଇ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.